ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି ଦୀପ ବିକ୍ରି ହେଉଛି। କଲିକତା ଭଳି ବିଭିନ୍ନ ସ୍ଥାନରୁ ଏସବୁ ଦୀପ ଆଣି ବିକ୍ରି କରାଯାଉଛି। ମାଟିପାତ୍ରର ଆଦର କମିବା ପରେ ବିଭିନ୍ନ ଗଁାଗଣ୍ଡାରେ ଥିବା କୁମ୍ଭାରଶାଳ ନୀରବି ଗଲାଣି। ଦିନକୁ ଦିନ ଜୀବିକା ହରାଇବାକୁ ବସିଲେଣି କୁମ୍ଭକାର। ପାରମ୍ପରିକ ମାଟିଦୀପ ସ୍ଥାନରେ ଏବେ କଲିକତା ଅଞ୍ଚଳର ଫ୍ୟାନ୍‌ସି ଦୀପ ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଚିନ୍ତାରେ ରହିଛନ୍ତି କୁମ୍ଭକାରଙ୍କ ପରିବାର।
ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲାର କୁମ୍ଭକାରଙ୍କ ଗଁା ଓଗାଳପୁର। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗଁାର ସମସ୍ତ ପରିବାରର ମହିଳା ଓ ପୁରୁଷ ଦିନରାତି ଏକାକାର କରି ମାଟିରେ ବିଭିନ୍ନ ହାଣ୍ଡି, କଳସି ଓ ଦୀପ ତିଆରି କରିବାରେ ଲାଗିପଡ଼ିଛନ୍ତି। ପରିବାରର ଛୋଟ ପିଲାମାନେ ମଧ୍ୟ ମାଟି ନିର୍ମିତ ସାମଗ୍ରୀକୁ ଖରାରେ ଶୁଖାଇବା କାମରେ ଲାଗିଛନ୍ତି। ବର୍ଷାଋତୁକୁ ବାଦ୍‌ ଦେଲେ ଅନ୍ୟ ଦିନଗୁଡ଼ିକରେ ଦିନତମାମ ଏହି ଗଁାରେ ଚକି ଘୂରୁଥାଏ। ଭଦ୍ରକ ସହରରେ କାଳୀପୂଜା ଓ ଦୀପାବଳି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବାରୁ ସହରବାସୀଙ୍କ ମାଟିଦୀପର ଚାହିଦା ମେଣ୍ଟାଇବା ଲାଗି ଏହି ଗଁାରେ ପ୍ରାୟ ଦୀପ ତିଆରିରେ ନିୟୋଜିତ ଥାନ୍ତି। ଅନ୍ୟ ସମୟରେ ମାଟିହାଣ୍ଡି, କଳସି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାରେ ବ୍ୟସ୍ତ ରୁହନ୍ତି। ଗଁାର ସୁଧାକର ବେହେରା କହନ୍ତି, ଦିନତମାମ କାମ କଲେ ପ୍ରାୟ ୭ ଶହ ଦୀପ ତିଆରି ହୁଏ। ଏହି ବେଉସା ଛାଡ଼ି ହେଉନି କି ରଖି ହେଉନି। ଏଥିରୁ ଦୈନିକ ଯାହା ମଜୁରି ମିଳୁଛି ସେଥିରେ ତେଲଲୁଣ ସଂସାର ଚଳାଇବା ଏବେକାର ମହଙ୍ଗା ଦୁନିଆରେ କଷ୍ଟକର। ଦୀପାବଳି ପର୍ବକୁ ଆଖି ଆଗରେ ରଖି ଦୁଇମାସ ପୂର୍ବରୁ ଦୀପ କାମ ଆରମ୍ଭ କରୁ। ସହରର ହୋଲ୍‌ସେଲର ଆସି ଦୀପ କିଣି ନିଅନ୍ତି। କିନ୍ତୁ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳେ ନାହିଁ ବୋଲି କହନ୍ତି କୁମ୍ଭକାର ଉପେନ୍ଦ୍ର ବେହେରା।
ସରକାରୀ ସ୍ତରରେ ଏଥିପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କିତ ତାଲିମ ଓ ସରକାରୀ ଛାଡ଼ ବ୍ୟବସ୍ଥା ଥିବା ଋଣ ଯୋଜନା ଆମ ପାଇଁ ନାହିଁ। ବର୍ତ୍ତମାନର ସ୍ଥିତିରେ ଯେତେ ଆଧୁନିକତାର ପ୍ରଭାବ ଥିଲେ ମଧ୍ୟ ମାଟି ଦୀପ, ମାଟିପାତ୍ରର ଚାହିଦା ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ସରକାରୀ ସ୍ତରରେ ତାଲିମ ଦିଆଯାଇ ଅନ୍ୟ ରାଜ୍ୟ ଭଳି ମୋଟର ଲଗାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଦିଆଗଲେ ରୋଜଗାର ବଢ଼ିପାରନ୍ତା ବୋଲି ଗଁାର ଭାସ୍କର ବେହେରା ଆଶାବ୍ୟକ୍ତ କରିଛନ୍ତି। ଏହି ଗଁା ଭଳି ଅପର୍ତ୍ତିବିନ୍ଧା, ବେଲଦା, ଆଗରପଡ଼ା, ଦୋଳସାହି, ଗରଦପୁର ଅଞ୍ଚଳରେ ମଧ୍ୟ କୁମ୍ଭକାରମାନଙ୍କର ଅନୁରୂପ ସମସ୍ୟା। ପର୍ଯ୍ୟାୟକ୍ରମେ ଫ୍ୟାନ୍‌ସି ଦୀପ କୁମ୍ଭକାରଙ୍କ ଦୀପର ସ୍ଥାନ ନେଲାଣି। ଫଳରେ କୁମ୍ଭକାରଙ୍କ ବେଉସା ଦିନକୁ ଦିନ ସଙ୍କଟ ଆଡକୁ ଗତି କରୁଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri