୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା

ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମଢିଆଳି ଗ୍ରାମକୁ ବ୍ଲକ ଓ ଜିଲାସ୍ତରୀୟ ଟିମ୍‌ ଗସ୍ତ କରି ଲୋକଙ୍କୁ ସଚେତନ କରିଛନ୍ତି। ଏଥିସହ ଗ୍ରାମରେ ଆଶାକର୍ମୀ ପ୍ରତ୍ୟେକ ଦିନ ଗସ୍ତ କରି ବ୍ଲକ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଆସନ୍ତା ନଭେମ୍ବର ୧୧ଠାରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ବ୍ଲକରେ ଟୀକାକରଣ କରାଯିବାର ବ୍ୟବସ୍ଥା ହୋଇଛି। ଏ ନେଇ ଗୁରୁବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କନ୍‌ଫରେନ୍ସ ହଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅନିତାରାଣୀ ରାଉତ ସଂଯୋଜନା ଓ ଚିକିତ୍ସାଧିକାରୀ ଡା. କମଳାକାନ୍ତ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଡା. ସ୍ବାଇଁଙ୍କ ସମେତ ଡ. ଦେବାଶିଷ ପତି, ଡ. ଆଦିତ୍ୟ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରୋଜିନୀ ସାହୁ, ସମନ୍ବିତ ଶିଶୁ ବିକାଶ ସୁପରଭାଇଜର ଦୀପାଳି ମିଶ୍ର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ରଶ୍ମିରେଖା ପୃଷ୍ଟି ଓ ରଣଜିତ ବରାଳ ପ୍ରମୁଖ ଯୋଗଦେଇ ଏହି ରୋଗ ସମ୍ପର୍କରେ ସଚେତନ କରାଇଥିଲେ। ଏହି ରୋଗ ଏକ ମଶାବାହିତ ରୋଗ। ବିଶେଷ କରି ଘୁଷୁରୀ, ପାଣିବଗ ଦେହରେ ଏହି ଭୂତାଣୁ ଦେଖାଯାଇଥାଏ। ମଶା, ଘୁଷୁରୀ କିମ୍ବା ପାଣିବଗରେ ବସି କାମୁଡ଼ି ମଣିଷକୁ କାମୁଡ଼ିଲେ ଏହି ରୋଗ ହୋଇଥାଏ ବୋଲି କୁହାଯାଇଥିଲା। ଏହି ରୋଗକୁ ନିପାତ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବ୍ଲକରେ ଥିବା ୨୦୭ଟି ବିଦ୍ୟାଳୟ ଓ ୨୪୦ ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୧୫ ବର୍ଷ ମଧ୍ୟରେ ମୋଟ ୨୮ ହଜାର ୯୭୬ ପିଲାଙ୍କୁ ଟୀକାକରଣ କରାଯିବ। ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୫ବର୍ଷ ପର୍ଯ୍ୟନ୍ତ ୯,୩୦୯ ଏବଂ ବିଦ୍ୟାଳୟଗୁଡ଼ିକରେ ୬ରୁ ୧୫ ବର୍ଷ ପର୍ଯ୍ୟନ୍ତ ୧୯, ୬୬୭ ଜଣଙ୍କୁ ଟୀକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସେହିପରି ପ୍ରତ୍ୟେକ ଗ୍ରାମରେ ସଚେତନ ପାଇଁ ଆସନ୍ତା ଗୁରୁବାର ସରପଞ୍ଚ, ସମିତିସଭ୍ୟମାନଙ୍କୁ ଡକାଯାଇ ସଚେତନ କରାଯିବା ସହ ପ୍ରତ୍ୟେକ ସ୍କୁଲରୁ ଜଣେ ଲେଖାଏ ଶିକ୍ଷକ, ଅଙ୍ଗନୱାଡି କର୍ମୀଙ୍କୁ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା ହୋଇଛି। ବୈଠକରେ ସ୍ବାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ, ଭାସ୍କର ଚନ୍ଦ୍ର ଦାସ, ଅମରଜିତ ରାୟ, ଅର୍ଜୁନ ମଲିକ, ମିନତି ଦାସ, ଦୀପ୍ତିକଳା ମହାନ୍ତି, ଅନୁପମା ମହାନ୍ତି, ସ୍ବର୍ଣ୍ଣଲତା ବାରିକ, ଶ୍ରଦ୍ଧାଞ୍ଜଳି ରାଉତ, ସଙ୍ଗୀତା ଜେନା, ସନ୍ତୋଷୀରାଣୀ ମାଝୀ, ଅନିତା ଜେନା, ମ୍ୟାଲେରିଆ ସୁପରଭାଇଜର ସଙ୍ଗୀତା ଦେବତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri