ଭଦ୍ରକ

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ ଥୋଡ଼ ବାହାରିବା ସମୟରେ ପାଣିରେ ବୁଡ଼ିଯିବାରୁ ଧାନ ଅଗାଡ଼ି ହେବା ନିଶ୍ଚିତ ହୋଇଛି। ଏହି…

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେ ଏବେ ନିଳୋକ ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ…

ବେଦମାତା ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୭।୧୦ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶ ପୂଜା ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଛି। ସକାଳେ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀମାନେ ଏକ ପଟୁଆରରେ ଘଟ ଆଣି ମଣ୍ଡପରେ…

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ, ତୋରଣ ସହରର ଶୋଭା ବଢ଼ାଉଛି। ସବୁଠି ବାରି ହୋଇପଡୁଛି ଐତିହ୍ୟ ଓ ସଂସ୍କୃତିର ମହକ।…

ସଜେଇହୋଇଛି ଭଦ୍ରକାଳୀ ପୀଠ: ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ସହର ସମେତ ଚରମ୍ପା ଷ୍ଟେଶନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ଙ୍କ ପୂଜା ନୀତିରେ ଯେଭଳି କୌଣସି ବ୍ୟତିକ୍ରମ ନ ହେବ ସେଥିପ୍ରତି ସେବାୟତ ଓ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ…

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଜିଲା ସଦର ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଭାବକମାନଙ୍କ କହିବା ଅନୁଯାୟୀ, ପିଲାମାନେ ପୂର୍ବାହ୍ନରେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ…

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଚାନ୍ଦବାଲି,୨୬ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ-ଚୌଧୁରୀଘାଟ ରାସ୍ତାର ମଉସୁଧା ବଜାର ନିକଟରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲ୍‌ପରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର…

ବେତଡ଼ା ଦୃଷ୍ଟିହୀନ ସ୍କୁଲ ପରିଦର୍ଶନ କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଶନିବାର ଆରଏନ୍‌ ବେତଡ଼ାସ୍ଥିତ ଅଭିନ୍ନ ସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଜିଲାପାଳ ସେଠାରେ ସକାଳୁ ପହଞ୍ଚି ଅନ୍ତେବାସୀଙ୍କ ସହ କିଛି ସମୟ କାଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ସରକାରୀ ଅର୍ଥ ହେରଫେର ମାମଲାରେ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗିରଫ

ଚାନ୍ଦବାଲି,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ତଥା ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କୁ ବାଂଶଡ଼ା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ସରକାରୀ ଅର୍ଥ ହେରଫେର ମାମଲାରେ ବିଡିଓ ଶ୍ୟାମସୁନ୍ଦର ଟୁଟୁଙ୍କ ଅଭିଯୋଗକ୍ରମେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ ବିଦ୍ୟତ ଖୁଣ୍ଟରେ ଠିକା କର୍ମଚାରୀ ପ୍ରଦୀପ କୁମାର ମହାପାତ୍ର କାମ କରୁଥିବା ସମୟରେ ହଠାତ…

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ କବାଟକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ଏଟିଏମ୍‌ ଭାଙ୍ଗିବା ଦେଖି ସ୍ଥାନୀୟ…

ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତର ଅଜୟ ଦାସ। ସୂଚନାଯୋଗ୍ୟ, ଅଜୟ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?