ଭଦ୍ରକ

ଧାନ କିଣାରେ ଅନିୟମିତତା

ପଦ୍ମପୁର,୨୫।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ନେଇ ଚାଷୀମାନେ ଶୁକ୍ରବାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧୀକ୍ଷକ, ନାୟକାଣିଡିହୀ ଥାନାଧିକାରୀ ଓ କଷିଆ ସାମୁଦ୍ରିକ ଥାନାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।…

ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା

ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଚଳିତବର୍ଷ…

ପୋଖରୀରେ ପଡ଼ି ଶିଶୁର ଜୀବନ ଗଲା

ବାସୁଦେବପୁର,୨୪।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ପଞ୍ଚୁରିଖି ଗ୍ରାମର ଆଦିତ୍ୟ ବାରିକ(୨)ଙ୍କର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଆଦିତ୍ୟ ଗ୍ରାମର ଗଣେଶ ବାରିକଙ୍କ ପୁଅ। ଶୁକ୍ରବାର ଆଦିତ୍ୟ ଅସାବଧାନତାବଶତଃ ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ତାଙ୍କୁ ପୋଖରୀରୁ…

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଜଗନ୍ନାଥ ଧାମନଗର ନିର୍ବାଚନ ମଣ୍ଡଳୀରୁ ୩…

ପୋଖରୀରେ ପଶିଲା ଟ୍ରକ୍‌, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ପୋଖରୀରେ ପଶିଯାଇଛି। ଟ୍ରକ୍‌ଟି କଟକ ପଟୁ ଆସୁଥିବା ବେଳେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ପୋଖରୀରେ ପଶିଯାଇଛି। ଫଳରେ…

ପଥରଆଡି ମନ୍ଦିରରୁ ଚୋରି

ଭଦ୍ରକ ଅଫିସ,୨୩।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ପଥରଆଡିସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ବୁଧବାର ରାତିରେ କେହି ଦୁବୃର୍ତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି। ରାଧାକୃଷ୍ଣଙ୍କ ପିତଳ ପ୍ରତିମୂର୍ତ୍ତି ସହ ସୁନା ଅଳଙ୍କାର, ଦାନବକ୍ସ ଚୋରି କରିନେଇଥବା ଜଣାପଡିଛି। ଗୁରୁବାର ପୋଲିସ…

ମିଳିନି ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା

ଭଦ୍ରକ ଅଫିସ, ୨୩।୧-ଭଦ୍ରକ ଜିଲାରେ ଖରିଫ୍‌ ଧାନ ଅମଳ ସରିବାକୁ ବସିଲାଣି। ହେଲେ ଏଯାଏ ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ଇନ୍‌ପୁଟ୍‌ ସବ୍‌ସିଡି। ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପ୍ରତି ଅଭିଯୋଗ…

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ବୁଧବାର ଦୁଇଜଣ ଅଚିହ୍ନା ଯୁବକ ସୁନା ଗହଣା…

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନଗଲା

ପଦ୍ମପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଏକର ସାହି ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ସେନାପତି (୭୫)। ମଙ୍ଗଳବାର ରାତିରେ ଅର୍ଜୁନ ଶୌଚହେବା ପାଇଁ ଯାଇ ଘରକୁ ଫେରି ନ ଥିଲେ। ପରିବାରଲୋକେ…

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…

ବାଦ୍‌ ପଡିଥିବା ତାଲିକାଭୁକ୍ତ ଉପଭୋକ୍ତାଙ୍କୁ ମିଳିବ ସଂଯୋଗ

ତିହିଡ଼ି, ୨୨ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୩ ହଜାର ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରାଜୀବ ଜ୍ୟୋତି ଓ ସୌଭାଗ୍ୟ ଜ୍ୟୋତି ଯୋଜନାରେ ଏସବୁ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଇତିମଧ୍ୟରେ ରାଜୀବ…

୨୦ବର୍ଷ ହେଲା ମରାମତି ହୋଇନି ନାଳ: ୪ଶହ ଏକର ଚାଷଜମିରେ ପାଣି ପଶୁଛି

ବନ୍ତ, ୨୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡବର୍ଚ୍ଚିକୟାଁ ଉତ୍ତର ପାର୍ଶ୍ୱସ୍ଥ ବିଶଲକଣା, କୁସୁନନଗର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ହେବାକୁ ଥିବା ମୁଖ୍ୟ ନାଳକୁ ମରାମତି କରାଯାଉ ନ ଥିବାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବଡବର୍ଚ୍ଚିକୟାଁ, ଜୟସିଂହପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?