Posted inଭଦ୍ରକ

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଧାନକିଣା କାର୍ଯ୍ୟ ବନ୍ଦ ରହିଛି। ଚଳିତବର୍ଷ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଟୋକନ କଟିଯିବାରୁ ଏହି ଚାଷୀମାନେ ସମିତିରେ ଧାନ ପକାଇଥିଲେ ମଧ୍ୟ ବିକ୍ରି କରି ନ ପାରି ହତାଶ ହେଉଛନ୍ତି। ଟୋକନ କଟିଥିବା ଚାଷୀଙ୍କର ପ୍ରାୟ ୮ ଶହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା ଘାରିଛି। ଏ ବାବଦରେ ବାରମ୍ବାର ସମିତିକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟହୋଇ ସମିତି ଫାଟକରେ ତାଲା ପକାଇଥିବା ଚାଷୀ ଅନାମ ଚରଣ ସାହୁ, ମୁକ୍ତିକାନ୍ତ ନାୟକ, ସାଧୁଚରଣ ମହାକୁଡ଼ ଓ ଚିନ୍ମୟ ପାଢ଼ୀ ପ୍ରମୁଖ କହିଛନ୍ତି। କେଉଁ ପରିସ୍ଥିତିରେ ସେମାନଙ୍କ ଟୋକନ କଟିଲା ତାହାର ତଦନ୍ତ କରାଯିବା ସହ କିପରି ମଣ୍ଡିରୁ ଧାନ କ୍ରୟ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ସମିତିରୁ ଧାନ ଉଠାଇବାକୁ ଚୁକ୍ତି କରିଥିବା ୩ ମିଲ୍‌ ଠିକ୍‌ ସମୟରେ ନେଉ ନ ଥିବାରୁ ସମିତିରେ ଏପରି ଅବ୍ୟବସ୍ଥା ଦେଖାଦେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ କରିବାକୁ ବାଧ୍ୟହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଚାଷୀମାନେ ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣୁନାହାନ୍ତି। ମିଲ୍‌ ନିମ୍ନମାନର ଧାନ ନେବାକୁ ଅମଙ୍ଗ ହେଉଛି। ଯେଉଁ ଚାଷୀଙ୍କର ଟୋକନ କଟିଛି କିପରି ସେମାନେ ଧାନ ଦେଇପାରିବେ ସେଥିପ୍ରତି ସମିତି ଧ୍ୟାନ ଦେବ। ଏହି ସମିତିରେ ଶନିବାର ସୁଦ୍ଧା ୨୬ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ଥିଲାବେଳେ ୧୪ ହଜାର କୁଇଣ୍ଟାଲ କିଣା ସରିଛି। ସମିତି ୨୧୮ କ୍ଷୁଦ୍ର ଚାଷୀ, ୧୩୨ ଛୋଟ ଓ ୩୪ ବଡ଼ଚାଷୀ ମୋଟ ୩୮୪ଜଣଙ୍କଠାରୁ ଧାନ କ୍ରୟ କରିସାରିଥିବା ସେ କହିଛନ୍ତି। ସମିତିରେ ତାଲା ପକାଇ ଚାଷୀମାନେ ହୋହଲ୍ଲା କରିଥିଲେ। ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳ, ବାସୁଦେବପୁର ଥାନା ଏଏସ୍‌ଆଇ ବିନୋଦ ବିହାରୀ ହେମ୍ବ୍ରମ ପ୍ରମୁଖ ସେଠାରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ସମିତି ଫାଟକରେ ତାଲା ପଡ଼ିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri