ଭଦ୍ରକ

ମୋବାଇଲ ଚୋରଙ୍କୁ ପୋଲିସ ଜିମା

ବନ୍ତ, ୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟଠାରେ ଜଣେ ମୋବାଇଲ ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ରବିବାର ସାନବର୍ଚ୍ଚିକୟାଁ ଗ୍ରାମର ଯୁଧିଷ୍ଠିର ଦାସ ବନ୍ତ ସାପ୍ତାହିକ ହାଟରେ ପରିବା କିଣୁଥିବା ବେଳେ ଜଣେ ଯୁବକ ତାଙ୍କ ପକେଟରୁ…

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ ଲାଗି ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଲ୍‌ ପଇଠ କରି ଭଦ୍ରକର…

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ରାତିରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଘରକୁ ବ୍ୟାପୀ…

ଟ୍ରେନ୍‌ ଆଗକୁ ଡେଇଁଲେ ନାବାଳିକା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଦ୍ରକ ଅଫିସ, ୨୧।୧- ବିଜୟୱାଡାରୁ ହାଓ୍ବଡା ଅଭିମୁଖେ ଯାଉଥିବା ହମ୍‌ସଫର୍‌ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ସୋମବାର ଅପରାହ୍ନରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ମୃତା ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ। ହମ୍‌ସଫର୍‌ ଏକ୍ସପ୍ରେସ୍‌ର ଭଦ୍ରକ…

ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଶିଳ୍ପୀ ଜୀବନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମନ୍ଦିରର…

ବାଇକ୍‌ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏକ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାନ କୃଷ୍ଣପୁର ଗ୍ରାମର ତାପସ ଦାସ ମଧ୍ୟାହ୍ନରେ ବ୍ୟାଙ୍କରୁ ଟଙ୍କା…

ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ପୋଡିଯାଇଛି। ଖବରପାଇ ଆଗରପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ନାବାଳିକା ଗ୍ରାମର ଶ୍ୟାମସୁନ୍ଦର ବିହାରୀଙ୍କ ଝିଅ ଲିଜାରାଣୀ(୧୫) ବୋଲି ଜଣାପଡ଼ିଛି। ସେ…

ଧୁଷୂରୀ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ

ଧାମନଗର,୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଅଜୟ ୟୁକୋ ବ୍ୟାଙ୍କରୁ ଫେରୁଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର…

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା

ତିହିଡ଼ି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର ହିତାଧିକାରୀଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ନେଉଥିବା ଦର୍ଶାଯାଇଛି। ପଞ୍ଚାୟତର ହିତାଧିକାରୀମାନେ ଶନିବାର ଜିଲାପାଳ ଓ…

ଜଳିଗଲା ୮ ବଖରା

ତିହିଡ଼ି,୧୮।୧(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ଜଳିଯାଇଛି। ଗ୍ରାମର ଅଭିମନ୍ୟୁ ପାତ୍ର, ପ୍ରତାପ ପାତ୍ର ଓ ପଞ୍ଚାନନ ପାତ୍ରଙ୍କ ଘର ପୋଡ଼ି ଯାଇଛି। ଏଥିସହ…

ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ବନ୍ତ,୧୮।୧(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଶେଉଳଗଡ଼ିଆ କୃଷି ଫାର୍ମଠାରେ କୃଷି ବିଭାଗ ପକ୍ଷରୁ ଶନିବାର ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲା କୃଷି ଅଧିକାରୀ ପ୍ରସାଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?