ଭଦ୍ରକ

କାଲି ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ନଜରରେ ଭଦ୍ରକ ଜିଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ୍‌ ଓ…

ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯।୮: ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀମାନେ ୧୦ ମାସର ଇପିଏଫ୍‌ ଓ ଇଏସ୍‌ଆଇ ଟଙ୍କା ଦାବିରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏପରିକି ଶତାଧିକ କର୍ମଚାରୀ ପୌରପାଳିକା ଅଫିସ୍‌ରେ ପାଟିତୁଣ୍ଡ କରିଥିବା ଜଣାପଡ଼ିଛି। ଶୁକ୍ରବାର ଭଦ୍ରକ…

ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯/୮:ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ୧୦ ମାସର ଇପିଏଫ ଇଏସଆଇ ଟଙ୍କା ପାଇ ନ ଥିବାରୁ ଶୁକ୍ରବାର ସକାଳ ୬ଟାରୁ ଧାରଣାରେ ବସିଛନ୍ତି। ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ପୌରପାଳିକା କାର୍ଯ୍ୟାଳୟ ଫାଟକ ଆଗରେ ଆମରଣ ଅନଶନରେ ବସି ରହିଛନ୍ତି। କାର୍ଯ୍ୟାଳୟରେ…

ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ ୮ ଦିନ ଧରି ଜଳଘେରରେ ରହିଛି। ବିଲଣା ପଞ୍ଚାୟତର ବିଭିନ୍ନ ଗଁାରେ ଲୋକଙ୍କ ଘରେ…

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆରଡ଼ି,୧୮ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ଦେଖା ଗୃହ ଛାତରୁ ଗୁରୁବାର ପ୍ଲାଷ୍ଟର ଖସିପଡ଼ିଛି। ସୌଭାଗ୍ୟବଶତଃ ଏଠାରେ ବସିଥିବା ରୋଗୀମାନଙ୍କ ପାଖରେ ପଡ଼ିଥିଲା। ଫଳରେ କୌଣସି ରୋଗୀ ଆହତ ହୋଇନାହାନ୍ତି। ଜିଲାର ପର୍ଯ୍ୟଟନ କେନ୍ଦ୍ର ତଥା ଆଖଣ୍ଡଳମଣିଙ୍କ ପୀଠ…

କେଉଁଠି ଅଧିକ, କେଉଁଠି ଅଭାବ: ଶିକ୍ଷକ ନିଯୁକ୍ତି ଭେଳିକି…

ଧାମନଗର,୧୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରେ ସମାନ୍ତରାଳ ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କେଉଁଠି ଆବଶ୍ୟକତାଠାରୁ ଅଧିକ ଅଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଦେଖାଯାଇଛି। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ…

ନଦୀରେ ଭାସିଗଲେ ବୃଦ୍ଧ

ଆରଡି,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ମୁଆଁ ଗ୍ରାମର ଘନଶ୍ୟାମ ଦାସ (୬୨) ବୁଧବାର ବନ୍ୟାରେ ଭାସିଯାଇ ନିଖୋଜ ଅଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଘନଶ୍ୟାମ ବୈତରଣୀ ନଦୀବନ୍ଧରେ ଶୌଚ ହୋଇ ଫେରୁଥିବା ସମୟରେ…

୧୦୦ ପରିବାର ପାଣିଘେରରେ

ଆରଡ଼ି,୧୭।୮(ଡି.ଏନ.ଏ.): ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଓଳଗ, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତରେ ଥିବା ୧୦ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସୋମବାର ସନ୍ଧ୍ୟାରେ ବୋଡକ ନିକଟରେ ଏନ୍‌ଏଚ୍‌୨୦ ରାସ୍ତା ବୁଡ଼ିଯିବାରୁ ଆରଡ଼ି-ଯାଜପୁର ଗମନାଗମନରେ ବାଧା ଉପୁଜିଛି ା…

ଧାନତଳି ରୋଇବାକୁ ଯାଇ ଫେରିଲେନି, ଆଜି ମିଳିଲା ମୃତଦେହ

ଆରଡ଼ି,୧୪ା୮(ଡି.ଏନ୍‌.ଏ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ନାଳରେ ପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ରମାକାନ୍ତ ରାଉତ (୫୦) ନାମକ ଚାଷୀ ଶନିବାର ବିଲକୁ ଧାନତଳି ରୋଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ନ…

ବଢୁଛି ଜଳକା, ବୈତରଣୀ

ରୂପସା/ଭଣ୍ଡାରିପୋଖରୀ, ୧୪ ।୮(ଡି.ଏନ.ଏ./ସ୍ବ.ପ୍ର.): ଲଗାଣବର୍ଷା ଯୋଗୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର…

ବିପଦସଙ୍କେତ ଡେଇଁଲା ବୈତରଣୀ

ଧାମନଗର,୧୩।୮(ଡି.ଏନ୍‌.ଏ): ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ପୂର୍ବାହ୍ନ ୧୧ଟାରେ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଥିଲା। ଏହା କ୍ରମଶଃ…

ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ଜଳସ୍ତର ୧୭.୭୩ ମିଟର ଛୁଇଁଥିଲା। ତେବେ ଅପରାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri