୧୦୦ ପରିବାର ପାଣିଘେରରେ

ଆରଡ଼ି,୧୭।୮(ଡି.ଏନ.ଏ.): ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଓଳଗ, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତରେ ଥିବା ୧୦ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସୋମବାର ସନ୍ଧ୍ୟାରେ ବୋଡକ ନିକଟରେ ଏନ୍‌ଏଚ୍‌୨୦ ରାସ୍ତା ବୁଡ଼ିଯିବାରୁ ଆରଡ଼ି-ଯାଜପୁର ଗମନାଗମନରେ ବାଧା ଉପୁଜିଛି ା ବୋଡକ, ମୁଆଁ, ସନ୍ତରା, ଦୋହରା ପାଟଣା ଆଦି ଗାଁର ପ୍ରାୟ ୧୦୦ ପରିବାର ବନ୍ୟା ଘେରରେ ରହିଛନ୍ତି। ଦୋହରା ପାଟଣା ମଳିକ ସାହିରେ ନଦୀବନ୍ଧରେ ଘଳିଆ ପଡି କିଛି ପରିବାରଙ୍କ ଘରେ ବନ୍ୟାଜଳ ପଶି ଯାଇଛି। ଏଠାରେ ରାତିରେ ଲୋକମାନେ ନଦୀବନ୍ଧକୁ ଜଗି ରହୁଛନ୍ତି। ବୋଡ଼କ ରାସ୍ତା ପାର୍ଶ୍ୱରେ ଥିବା ପରିବାର ଲୋକେ ଡଙ୍ଗା ସାହାଯ୍ୟରେ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଛି ା ଏପଟେ ମୁଅଁା ଘୋଷରାରେ ବନ୍ୟାଜଳ ପ୍ରାୟ ୪ ଫୁଟ ଆକାରରେ ପ୍ରବାହିତ ହେଉଛି ା ଫଳରେ ମୁଆଁ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନପଙ୍କି ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ା ସେହିପରି ଭୂଇଁପୁର ରାସ୍ତାରେ ଥିବା ଘୋଷରାରେ ୩ ଫୁଟ ଉଚ୍ଚର ବନ୍ୟଜଳ ପ୍ରବାହିତ ହେଉଛି ା ଫଳରେ ଭୂଇଁପୁର, କୋଇଲଖା, ପାଲଟପୁର ଆଡି ଗାଁର ଲୋକମାନେ ଏକରକମ ଜଳବନ୍ଦୀ ହୋଇ ରହିଛନ୍ତି। ରବିବାର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବୋଡକ ନିକଟରେ ରାସ୍ତା ବୁଡ଼ିଥିବା ସ୍ଥାନ ବୁଲି ଦେଖିଥିଲେ। ଏଠାରେ ଥିବା ରାସ୍ତା କାମକୁ ଜାଣିଶୁଣି ନିମ୍ନ ମାନର କରାଯାଉଛି ଓ ଶାସକଦଳ ଏବଂ ବିଭାଗୀୟ ଅଧିକାରୀ ମାନେ ଏହାକୁ ଲେଉଟିଆ ଶାଗ କିଆରି କରି ଅର୍ଥ ଆତ୍ମସାତ କରୁଥିବା ମନମୋହନ ଅଭିଯୋଗ କରିଛନ୍ତି। ସେହିପରି ଚାନ୍ଦବାଲି ବିଧାୟକ ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ରଞ୍ଜନ ସାହୁ, ଅଶୋକ ବଳ, ଜିତେନ୍ଦ୍ର ପାଣି ପ୍ରମୁଖ ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ବୋଡ଼କ ନିକଟରେ ରାସ୍ତା ମରାମତିକୁ ସ୍ଥାୟୀ କରାଯିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ବ୍ୟୋମକେଶ କହିଛନ୍ତି। ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବନ୍ୟାର ଲୋକେ ୨ଦିନ ହେଲା ପ୍ରଭାବିତ ହୋଇଥିଲେବି ସେମାନଙ୍କ ପାଖରେ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ନାହିଁ ବୋଲି ବନ୍ୟା ବିପନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri