୧୦୦ ପରିବାର ପାଣିଘେରରେ

ଆରଡ଼ି,୧୭।୮(ଡି.ଏନ.ଏ.): ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଓଳଗ, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତରେ ଥିବା ୧୦ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସୋମବାର ସନ୍ଧ୍ୟାରେ ବୋଡକ ନିକଟରେ ଏନ୍‌ଏଚ୍‌୨୦ ରାସ୍ତା ବୁଡ଼ିଯିବାରୁ ଆରଡ଼ି-ଯାଜପୁର ଗମନାଗମନରେ ବାଧା ଉପୁଜିଛି ା ବୋଡକ, ମୁଆଁ, ସନ୍ତରା, ଦୋହରା ପାଟଣା ଆଦି ଗାଁର ପ୍ରାୟ ୧୦୦ ପରିବାର ବନ୍ୟା ଘେରରେ ରହିଛନ୍ତି। ଦୋହରା ପାଟଣା ମଳିକ ସାହିରେ ନଦୀବନ୍ଧରେ ଘଳିଆ ପଡି କିଛି ପରିବାରଙ୍କ ଘରେ ବନ୍ୟାଜଳ ପଶି ଯାଇଛି। ଏଠାରେ ରାତିରେ ଲୋକମାନେ ନଦୀବନ୍ଧକୁ ଜଗି ରହୁଛନ୍ତି। ବୋଡ଼କ ରାସ୍ତା ପାର୍ଶ୍ୱରେ ଥିବା ପରିବାର ଲୋକେ ଡଙ୍ଗା ସାହାଯ୍ୟରେ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଛି ା ଏପଟେ ମୁଅଁା ଘୋଷରାରେ ବନ୍ୟାଜଳ ପ୍ରାୟ ୪ ଫୁଟ ଆକାରରେ ପ୍ରବାହିତ ହେଉଛି ା ଫଳରେ ମୁଆଁ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନପଙ୍କି ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ା ସେହିପରି ଭୂଇଁପୁର ରାସ୍ତାରେ ଥିବା ଘୋଷରାରେ ୩ ଫୁଟ ଉଚ୍ଚର ବନ୍ୟଜଳ ପ୍ରବାହିତ ହେଉଛି ା ଫଳରେ ଭୂଇଁପୁର, କୋଇଲଖା, ପାଲଟପୁର ଆଡି ଗାଁର ଲୋକମାନେ ଏକରକମ ଜଳବନ୍ଦୀ ହୋଇ ରହିଛନ୍ତି। ରବିବାର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବୋଡକ ନିକଟରେ ରାସ୍ତା ବୁଡ଼ିଥିବା ସ୍ଥାନ ବୁଲି ଦେଖିଥିଲେ। ଏଠାରେ ଥିବା ରାସ୍ତା କାମକୁ ଜାଣିଶୁଣି ନିମ୍ନ ମାନର କରାଯାଉଛି ଓ ଶାସକଦଳ ଏବଂ ବିଭାଗୀୟ ଅଧିକାରୀ ମାନେ ଏହାକୁ ଲେଉଟିଆ ଶାଗ କିଆରି କରି ଅର୍ଥ ଆତ୍ମସାତ କରୁଥିବା ମନମୋହନ ଅଭିଯୋଗ କରିଛନ୍ତି। ସେହିପରି ଚାନ୍ଦବାଲି ବିଧାୟକ ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ରଞ୍ଜନ ସାହୁ, ଅଶୋକ ବଳ, ଜିତେନ୍ଦ୍ର ପାଣି ପ୍ରମୁଖ ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ବୋଡ଼କ ନିକଟରେ ରାସ୍ତା ମରାମତିକୁ ସ୍ଥାୟୀ କରାଯିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ବ୍ୟୋମକେଶ କହିଛନ୍ତି। ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବନ୍ୟାର ଲୋକେ ୨ଦିନ ହେଲା ପ୍ରଭାବିତ ହୋଇଥିଲେବି ସେମାନଙ୍କ ପାଖରେ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ନାହିଁ ବୋଲି ବନ୍ୟା ବିପନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri