ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ ୮ ଦିନ ଧରି ଜଳଘେରରେ ରହିଛି। ବିଲଣା ପଞ୍ଚାୟତର ବିଭିନ୍ନ ଗଁାରେ ଲୋକଙ୍କ ଘରେ ପାଣି ପଶିଯିବାରୁ ପଞ୍ଚାୟତ ପକ୍ଷରୁ ୩୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋଡ଼କ ଓ ବାରୋରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ପୁନଶ୍ଚ ସମ୍ଭାବ୍ୟ ଲଘୁଚାପକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଉକ୍ତ ଅଞ୍ଚଳରେ ଚାଷଜମି ୮ଦିନ ହେଲା ପାଣିରେ ବୁଡ଼ି ରହିଛି।
ସାଳନ୍ଦୀର ଶାଖା ନାଳିଆ ନଦୀର ଖଜୁରୀବହାଳି ଓ ବରଡ଼ାଗଡ଼ିଆରେ ୩ଟି ଘାଇ ସୃଷ୍ଟି ହେବାରୁ ଚାଷଜମି ଜଳମଗ୍ନ ହୋଇଛି। ବିଲଣା ପଞ୍ଚାୟତର ତିଆଡ଼ିସାହି, କେରଡିହ, ଶାସନ, ବାସନ୍ତୀନଗର, ଲଞ୍ଜତାରା ଓ ଖର୍ଦ୍ଦାପାଟଣାରେ ବନ୍ୟାଜଳ ମାଡ଼ିଯାଇଛି। ବୋଡ଼କ ପଞ୍ଚାୟତରେ ବୋଡ଼କ, ଶାସନ, ଓରାଳି, ଅଣ୍ଡରେଇ, ବାରୋ ପଞ୍ଚାୟତର ବାରୋ, ଚବିଶପଡ଼ା, ବଳିଆରପୁର, ଶାସନଖାସ, ନରସିଂହପୁର, ଦହପାଣିଆ ଆଦି ଗ୍ରାମ ପାଣିଘେରରେ ରହିଛି। ରାଧାନଗର ଓ ବଳିଆରପୁର ଗଁା ରାସ୍ତାରେ ପାଣି କମିବାର ନଁା ଧରୁନି।
ଗୁରୁବାର ପୂର୍ବାହ୍ନରେ ପ୍ରଶାସନ ଓ ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଜନବସତି ସୁରକ୍ଷିତ ରଖିବା ଲାଗି ଘାଇଗୁଡ଼ିକୁ ବାଲିବସ୍ତା ଦ୍ୱାରା ଆବଦ୍ଧ କରାଯିବ। ଜିଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ବିଲଣା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଞ୍ଜନ ନାୟକ, ସମିତିସଭ୍ୟ ଭାଗୀରଥି ମଳିକ, ଶିଶିର ପଣ୍ଡା, ପଞ୍ଚାୟତ ସଭାପତି ଶରତ ଚନ୍ଦ୍ର ମଳିକ, ସରୋଜ ନାୟକ, ତପନ ପରିଡ଼ା, ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓ ଲାଇକେନ ବେଶ୍ରା, କନିଷ୍ଠଯନ୍ତ୍ରୀ ଦୁର୍ଗାପ୍ରସାଦ ତ୍ରିପାଠୀ, ଠିକାଦାର ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ଗଁାର ବନ୍ୟା ବିପନ୍ନଙ୍କୁ ଭେଟି ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସାଳନ୍ଦୀ ସଂସ୍କାରରେ ନାଳିଆ ନଦୀକୁ ହିରାଘାଇ ପର୍ଯ୍ୟନ୍ତ ଏବଂ ସାଳନ୍ଦୀ ନଦୀ ବିଲଣାଠାରୁ ତଳକଁାପଡ଼ା ପର୍ଯ୍ୟନ୍ତ ସଂସ୍କାର କାର୍ଯ୍ୟ ତ୍ୱରାନ୍ବିତ ସହ ଦୁଇପାର୍ଶ୍ୱରେ ସୁଦୃଢ଼ ଆଡ଼ିବନ୍ଧ ଓ ନାଳଗୁଡ଼ିକରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଚାଷୀମାନଙ୍କ ଦୁଃଖ ଦୂର ହୋଇପାରିବ ବୋଲି ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକ କହିଥିଲେ। ଚଳିତବର୍ଷ ସ୍ବଳ୍ପବୃଷ୍ଟିରେ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ କିଛିଦିନ ହେଲା ତଳି ରୁଆ ହୋଇଥିଲା, ଯାହା ଏହି ବନ୍ୟାରେ ସମ୍ପୂର୍ଣ୍ଣ ବୁଡ଼ି ରହିଛି। ୨ୟ ଥର ରୁଆ କାର୍ଯ୍ୟ କରିବାକୁ ସମୟ ନ ଥିବା ବେଳେ ଧାନ ଅମଳକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। କୃଷିଋଣ ଛାଡ଼ ସହ ଆଗାମୀ ଡାଳୁଆ ଧାନ ଚାଷ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri