ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ ୮ ଦିନ ଧରି ଜଳଘେରରେ ରହିଛି। ବିଲଣା ପଞ୍ଚାୟତର ବିଭିନ୍ନ ଗଁାରେ ଲୋକଙ୍କ ଘରେ ପାଣି ପଶିଯିବାରୁ ପଞ୍ଚାୟତ ପକ୍ଷରୁ ୩୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋଡ଼କ ଓ ବାରୋରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ପୁନଶ୍ଚ ସମ୍ଭାବ୍ୟ ଲଘୁଚାପକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଉକ୍ତ ଅଞ୍ଚଳରେ ଚାଷଜମି ୮ଦିନ ହେଲା ପାଣିରେ ବୁଡ଼ି ରହିଛି।
ସାଳନ୍ଦୀର ଶାଖା ନାଳିଆ ନଦୀର ଖଜୁରୀବହାଳି ଓ ବରଡ଼ାଗଡ଼ିଆରେ ୩ଟି ଘାଇ ସୃଷ୍ଟି ହେବାରୁ ଚାଷଜମି ଜଳମଗ୍ନ ହୋଇଛି। ବିଲଣା ପଞ୍ଚାୟତର ତିଆଡ଼ିସାହି, କେରଡିହ, ଶାସନ, ବାସନ୍ତୀନଗର, ଲଞ୍ଜତାରା ଓ ଖର୍ଦ୍ଦାପାଟଣାରେ ବନ୍ୟାଜଳ ମାଡ଼ିଯାଇଛି। ବୋଡ଼କ ପଞ୍ଚାୟତରେ ବୋଡ଼କ, ଶାସନ, ଓରାଳି, ଅଣ୍ଡରେଇ, ବାରୋ ପଞ୍ଚାୟତର ବାରୋ, ଚବିଶପଡ଼ା, ବଳିଆରପୁର, ଶାସନଖାସ, ନରସିଂହପୁର, ଦହପାଣିଆ ଆଦି ଗ୍ରାମ ପାଣିଘେରରେ ରହିଛି। ରାଧାନଗର ଓ ବଳିଆରପୁର ଗଁା ରାସ୍ତାରେ ପାଣି କମିବାର ନଁା ଧରୁନି।
ଗୁରୁବାର ପୂର୍ବାହ୍ନରେ ପ୍ରଶାସନ ଓ ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଜନବସତି ସୁରକ୍ଷିତ ରଖିବା ଲାଗି ଘାଇଗୁଡ଼ିକୁ ବାଲିବସ୍ତା ଦ୍ୱାରା ଆବଦ୍ଧ କରାଯିବ। ଜିଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ବିଲଣା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଞ୍ଜନ ନାୟକ, ସମିତିସଭ୍ୟ ଭାଗୀରଥି ମଳିକ, ଶିଶିର ପଣ୍ଡା, ପଞ୍ଚାୟତ ସଭାପତି ଶରତ ଚନ୍ଦ୍ର ମଳିକ, ସରୋଜ ନାୟକ, ତପନ ପରିଡ଼ା, ସାଳନ୍ଦୀ ଜଳସେଚନ ବିଭାଗ ଏସ୍‌ଡିଓ ଲାଇକେନ ବେଶ୍ରା, କନିଷ୍ଠଯନ୍ତ୍ରୀ ଦୁର୍ଗାପ୍ରସାଦ ତ୍ରିପାଠୀ, ଠିକାଦାର ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ଗଁାର ବନ୍ୟା ବିପନ୍ନଙ୍କୁ ଭେଟି ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସାଳନ୍ଦୀ ସଂସ୍କାରରେ ନାଳିଆ ନଦୀକୁ ହିରାଘାଇ ପର୍ଯ୍ୟନ୍ତ ଏବଂ ସାଳନ୍ଦୀ ନଦୀ ବିଲଣାଠାରୁ ତଳକଁାପଡ଼ା ପର୍ଯ୍ୟନ୍ତ ସଂସ୍କାର କାର୍ଯ୍ୟ ତ୍ୱରାନ୍ବିତ ସହ ଦୁଇପାର୍ଶ୍ୱରେ ସୁଦୃଢ଼ ଆଡ଼ିବନ୍ଧ ଓ ନାଳଗୁଡ଼ିକରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଚାଷୀମାନଙ୍କ ଦୁଃଖ ଦୂର ହୋଇପାରିବ ବୋଲି ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକ କହିଥିଲେ। ଚଳିତବର୍ଷ ସ୍ବଳ୍ପବୃଷ୍ଟିରେ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ କିଛିଦିନ ହେଲା ତଳି ରୁଆ ହୋଇଥିଲା, ଯାହା ଏହି ବନ୍ୟାରେ ସମ୍ପୂର୍ଣ୍ଣ ବୁଡ଼ି ରହିଛି। ୨ୟ ଥର ରୁଆ କାର୍ଯ୍ୟ କରିବାକୁ ସମୟ ନ ଥିବା ବେଳେ ଧାନ ଅମଳକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। କୃଷିଋଣ ଛାଡ଼ ସହ ଆଗାମୀ ଡାଳୁଆ ଧାନ ଚାଷ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?