ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ଜଳସ୍ତର ୧୭.୭୩ ମିଟର ଛୁଇଁଥିଲା। ତେବେ ଅପରାହ୍ନ ୨ଟାଠାରୁ ଜଳସ୍ତର ହ୍ରାସ ପାଇଛି। ରାତି ୯ଟା ସୁଦ୍ଧା ୧୭.୬୨ ମିଟରକୁ ଖସିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଖୁଆପଦାଠାରେ ସର୍ବନିମ୍ନ ୭.୮ ମିମି ଓ ଚମ୍ପୁଆଠାରେ ସର୍ବାଧିକ ୬୧.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ବୈତରଣୀରେ ଜଳସ୍ତର କମୁଥିବା ଆଖୁଆପଦା ଜଳସେଚନ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରା ସୂଚନାଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪)...

ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍‌

ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ...

୫୦ ପ୍ରତିଶତ ଧାନ ଅଗାଡ଼ି

ଜଳେଶ୍ୱର,୧।୧୧(ଡି.ଏନ.ଏ): ଚଳିତବର୍ଷ ଧାନ କେଣ୍ଡା ଗର୍ଭରୁ ବାହାରିବା ସମୟରେ ଲଗାତାର ଲଘୁଚାପ ଜନିତ ବର୍ଷା ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବ୍ୟାପକ ଧାନଜମି...

ବୁରୁଦେଇ ଗ୍ରାମବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୧୨ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ...

ଭୋଜିଭାତରେ ମାତିଲେ ଡାକ୍ତରଖାନା କର୍ମଚାରୀ

ସାରସକଣା, ୫ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶୀର୍ଷାସ୍ଥିତ ସାରସକଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ରୋଗୀ ସେବା ଛାଡ଼ି ଭୋଜିଭାତରେ ମାତିବା ଓ ଉପଯୁକ୍ତ ଚିକିତ୍ସା ନ ପାଇ...

ଭିଜିଲାନ୍ସ ଜାଲରେ ଗ୍ରାମରୋଜଗାର ସେବକ : ୩୨ ହଜାର ଲାଞ୍ଚ ନେଉଥିବା ବେଳେ ପଡିଲେ ଧରା

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରକାଶ...

ଭଙ୍ଗାଗଲା ଏମାର ମଠର ଅବଶିଷ୍ଟ ପୁରୁଣା-ଦୁର୍ବଳ କୋଠା

ପୁରୀ ଅଫିସ, ୨୫ା୨: ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ...

ଏକୁଲ-ସେକୁଲରେ ପୁଣି ଜନନୀ ଯନ୍ତ୍ରଣା

କାମାକ୍ଷାନଗର,୧୮ା୭(ଡି.ଏନ୍‌.ଏ.): ଉପାନ୍ତରୁ ଉପକୂଳ। ଆଦିବାସୀବହୁଳ ଇଲାକାରୁ ଶିଳ୍ପସମୃଦ୍ଧ ଅଞ୍ଚଳ। ସ୍ବାସ୍ଥ୍ୟସେବାକୁ ନେଇ ସବୁଠି ତିକ୍ତ ଓ ନକାରାତ୍ମକ ଅନୁଭୂତି। ଦୁର୍ଗମ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁ...

Advertisement
Archives

Model This Week