ଭଦ୍ରକ

ଧାମନଗର ବିଧାୟକ ଅସୁସ୍ଥ

ଭଦ୍ରକ ଅଫିସ,୨୯।୮: ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଏବେ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ମଧୁମେହ ଓ ରକ୍ତଚାପ ହଠାତ୍‌ ବଢ଼ିଯିବାରୁ ବିଧାୟକ ଏମ୍‌ସରେ ଚିକିତ୍ସିତ…

ଆଲମିରା କାରଖାନାରେ ଅଗ୍ନିକାଣ୍ଡ

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ନିକଟ ଦେଉଳୀ ଛକଠାରେ ଥିବା ଏକ ଆଲମିରା ପ୍ରସ୍ତୁତ କାରଖାନାରେ ଶନିବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଶର୍ଟ…

୨ ପଞ୍ଚାୟତକୁ ନାହିଁ ସବୁଦିନିଆ ରାସ୍ତା

ପଦ୍ମପୁର,୨୭।୮ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଓ ବିନୋବାଭାବେନଗର ପଞ୍ଚାୟତକୁ ସବୁଦିନିଆ ରାସ୍ତା ନାହିଁ। ଧାମରା-ଜାମୁଝାଡ଼ି ରାସ୍ତାର କଣ୍ଟିଆନାଳିଠାରୁ ଲୁଣାବନ୍ଧ ପର୍ଯ୍ୟନ୍ତ ଥିବା ୪ କି.ମି. ମାଟି ରାସ୍ତା ଉପରେ ଦୁଇ ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ୱ…

ସୋସିଆଲ ମିଡିଆରେ ଧର୍ମୀୟ ଭାବନାକୁୁ ଆଘାତ: ଏସ୍‌ପିଙ୍କୁ ଭେଟିଲେ ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୨୬।୮: ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ପୋଷ୍ଟ କରିଥିବା ନେଇ ଭାଜପା ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ…

ମରଣଯନ୍ତା ସାଜିଛି କୋଳିପଦି କେନାଲ ରାସ୍ତା

ଭଣ୍ଡାରିପୋଖରୀ,୨୬।୮(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ପାଳଦାବାଙ୍କଠାରୁ ଯାଜପୁର ଜିଲାକୁ ସଂଯୋଗ କରୁଛି କୋଳିପଦି କେନାଲ ରାସ୍ତା। ଏହି ରାସ୍ତା ଏବେ ମରଣଯନ୍ତା ସାଜିଛି। ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଛି। ଏହି ରାସ୍ତା ଏକମାତ୍ର ସଂଯୋଗୀକରଣ…

ଚାଷଜମିରୁ ଛାଡୁନି ବନ୍ୟାପାଣି

ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାରେ ପ୍ରାୟ ୧୫ ଦିନ ଧରି ଚାଷଜମି ପାଣିରେ…

୭ ଘଣ୍ଟା ଧରି ଆମ୍ବୁଲାନ୍ସରୁ ବାହାର କରାଗଲାନି ମୃତଦେହ

ବନ୍ତ,୨୪।୮(ଡି.ଏନ୍‌.ଏ.) ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଆଦିବାସୀ ସାହିର ଜଣେ ଯୁବକଙ୍କ ମୃତଦେହକୁ ବୁଧବାର ଆମ୍ବୁଲାନ୍ସରୁ ୭ ଘଣ୍ଟା ଧରି ଓହ୍ଲାଇ ଦିଆଯାଇ ନ ଥିବା ଜଣାପଡ଼ିଛି। ପରିବାର ଲୋକେ କ୍ଷତିପୂରଣ ଦାବିରେ ଏପରି କରିଛନ୍ତି। ପରେ ବନ୍ତ…

ବିଭିନ୍ନ ନଦୀ ଫୁଲୁଛି, ପାଣିଘେରରେ ତଳିଆ ଅଞ୍ଚଳ

ଭଦ୍ରକ ଅଫିସ, ୨୨।୮: ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଫଳରେ ୬ ବ୍ଲକର ୨ଶହରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବା ସହ ୧୬,୫୫୪ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା…

ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ

ଧାମନଗର,୨୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ…

ଭଦ୍ରକରେ ମୁତୟନ ହେଲେ ୮ ଅଗ୍ନିଶମ, ୨ ଓଡ୍ରାଫ ଟିମ୍‌

ଭଦ୍ରକ ଅଫିସ,୨୦ା୮: ଭଦ୍ରକ ଜିଲାରେ ଶନିବାର ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ୨ ଓଡ୍ରାଫ ଟିମ୍‌ ଓ ୮ଟି…

ଭଦ୍ରକ ଜିଲାର ସମସ୍ତ ସ୍କୁଲ ବନ୍ଦ

ଭଦ୍ରକ ଅଫିସ,୨୦।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜିଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ…

ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି: ସ୍ବାମୀ ବିଛଣାରେ, ସହାୟତା ମାଗୁଛନ୍ତି ସ୍ତ୍ରୀ

ଆରଡି,୨୦।୮(ଡି.ଏନ.ଏ.):  ଦୁର୍ଘଟଣାରେ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି। ମାସେ ହେଲା ବିଛଣାରେ ପଡ଼ି ରହିଛନ୍ତି ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଓଳଗ ଗ୍ରାମର ସୁରେଶ ସୁତାର(୪୦)। ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସୁରେଶଙ୍କ ଆରୋଗ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri