ଚାଷଜମିରୁ ଛାଡୁନି ବନ୍ୟାପାଣି

ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାରେ ପ୍ରାୟ ୧୫ ଦିନ ଧରି ଚାଷଜମି ପାଣିରେ ବୁଡ଼ି ରହିଛି। ଫଳରେ ଶାରଦ ଧାନ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ବୋଡ଼କ, ସାଠିବାଙ୍କୁଡା, କୁଳେଇପଦା, ପାରଡିଆ, ଓଳଗ, ଦୋହରାପାଟଣା, ସୁନ୍ଦରପୁର, ଖଟୁଆପାଟଣା, ପହଣା, ଆରଡ଼ି, ମୁଆଁ, ସନ୍ତରା, ଭୂଇଁପୁର, କୋଇଲଖା, ବାଙ୍କମୁହାଁ, ବତ୍ରଳ, ଚମ୍ପାସାହି ଆଦି ଗାଁରେ ଥିବା ଚାଷଜମିରୁ ଏଯାଏ ପାଣି ଛାଡ଼ି ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଉପରମୁଣ୍ଡରେ କିଛି ସ୍ଥାନରେ ଚାଷ ନଷ୍ଟ ହୋଇଯାଇଥିବା ବେଳେ ପାଣି ଛାଡ଼ିବା ପରେ ଧାନ ବିଲରେ ଗୋରୁ ଚରୁଛନ୍ତି। କିଛି ବିଲରେ ଧାନ ଗଛ ପଚି ଯାଇଥିବା ଦେଖିବାକୁ ମିଳିଛି।
ସେହିପରି ବନ୍ୟା ପ୍ରଭାବିତ ଲୋକଙ୍କୁ ଏଯାଏ ରିଲିଫ୍‌ ମୁଠାଏ ବି ମିଳି ନ ଥିବା ଅଭିଯୋଗ ହେଉଛି। ଚାଷ ଉଜୁଡ଼ି ଯାଇଥିଲେ ବି ବନ୍ୟା ପ୍ରଭାବିତ ଅଞ୍ଚଳରେ କୃଷି ବିଭାଗର ଅଧିକାରୀ କି କର୍ମଚାରୀଙ୍କ ପାଦ ପଡ଼ିନାହିଁ। ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବନ୍ୟା ଦ୍ୱାରା ଫସଲ ହାନିର ଉପଯୁକ୍ତ ତଦନ୍ତ କରି ଚାଷୀମାନଙ୍କୁ ଫସଲ ବୀମାରାଶି ଯୋଗାଇବା ସହ କ୍ଷୟକ୍ଷତି ଆକଳନ କରି ଆର୍ଥତ୍କ ସହାୟତା ପ୍ରଦାନ ଲାଗି ସେମାନେ ଦାବି କରିଛନ୍ତି। ଫସଲ ବ୍ୟତୀତ ଦୋହରାପାଟଣା, ମୁଆଁ, ସନ୍ତରା, ବୋଡ଼କ ଆଦି ଗାଁରେ ଘରଭଙ୍ଗା ସାହାଯ୍ୟ ଯୋଗାଇ ଦେବାକୁ ବନ୍ୟା ପ୍ରଭାବିତ ଲୋକେ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଖୁବ୍‌ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ନିୟମାନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ସୁଶାନ୍ତ ସୂତାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri