ମରଣଯନ୍ତା ସାଜିଛି କୋଳିପଦି କେନାଲ ରାସ୍ତା

ଭଣ୍ଡାରିପୋଖରୀ,୨୬।୮(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ପାଳଦାବାଙ୍କଠାରୁ ଯାଜପୁର ଜିଲାକୁ ସଂଯୋଗ କରୁଛି କୋଳିପଦି କେନାଲ ରାସ୍ତା। ଏହି ରାସ୍ତା ଏବେ ମରଣଯନ୍ତା ସାଜିଛି। ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଛି। ଏହି ରାସ୍ତା ଏକମାତ୍ର ସଂଯୋଗୀକରଣ ବାଇପାସ୍‌ ରାସ୍ତା ଭାବେ ବ୍ୟବହୃତ ହେଉଛି। ଭଦ୍ରକ ଓ ଯାଜପୁର ଜିଲାର ହଜାର ହଜାର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବିଭିନ୍ନ ଭାରି ଯାନ ମଧ୍ୟ ଚଳାଚଳ କରୁଛି। କେନାଲ ବନ୍ଧ ଉପରେ ଉକ୍ତ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହାକୁ ପୂର୍ତ୍ତ ବିଭାଗ ରାସ୍ତା ସହ ସଂଯୋଗ କରାଯାଇଛି। ପ୍ରତ୍ୟେକ ଦିନ ସାଇକେଲ ଓ ମୋଟର ସାଇକେଲରେ ଯାଉଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ରୀ ହୁଅନ୍ତୁ କିମ୍ବା ଅଟୋ, ରିକ୍ସାରେ ଯାଉଥିବା ଯାତ୍ରୀ ସମସ୍ତେ ଏହି ସ୍ବଳ୍ପ ରାସ୍ତା ଅତିକ୍ରମ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲ ଯୋଗୁ ଗାଡ଼ି ଓ ସାଇକେଲରୁ ଚାଳକ ପଡ଼ି ଆହତ ହେଉଛନ୍ତି। ଖାଲଗୁଡ଼ିକରେ ବର୍ଷାପାଣି ଜମିବା ଯୋଗୁ ଗାଡ଼ି ଚାଳକ ଦ୍ୱନ୍ଦ୍ୱରେ ପଡ଼ି ଯାଉଛନ୍ତି। ହେଲେ ମରାମତି ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ୪ ବର୍ଷ ତଳେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ମରାମତି କରାଯାଇଥିଲା। ଅଧାପନ୍ତରିଆ ଭାବେ କାମ ହୋଇଥିବାରୁ ରାସ୍ତାଟି ଶୀଘ୍ର ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ମାଳଦା, ରହଣିଆ, ସରସଦା, କୁରିଙ୍ଗା, ଷୋଳମପୁର, ନପଙ୍ଗ ଆଦି ୬ ପଞ୍ଚାୟତର ଲୋକେ ହଇରାଣ ହୋଇ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଶିକ୍ଷାବିତ୍‌ କାର୍ତ୍ତିକ ସ୍ବାଇଁ, ମୁରଲୀଧର ଦାସ, ହରିହର ଜେନା, ସୀତାକାନ୍ତ ନାୟକ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା କହିଛନ୍ତି, କେନାଲ ରାସ୍ତାରେ ଦଶ ଟନ୍‌ ଓଜନରୁ ଅଧିକ ଯାନ ଚଳାଚଳ ଯୋଗୁ ଏଭଳି ଅବସ୍ଥା ହୋଇଛି। ତେବେ ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri