ଭଦ୍ରକ

ଯୁବକଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର

ଭଦ୍ରକ ଅଫିସ, ୨୫।୯:  ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଜଣେ ଯୁବକଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣଙ୍କ ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ…

ବାଲିମୁଣ୍ଡା ଏୟାରଷ୍ଟ୍ରିପ୍‌, ଶିଳ୍ପାଞ୍ଚଳ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା

ଭଦ୍ରକ ଅଫିସ/ଚାନ୍ଦବାଲି, ୨୪।୯(ଡି.ଏନ.ଏ.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭଦ୍ରକ ଜିଲା ଗସ୍ତରେ ଆସି ଧାମରାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଅପରାହ୍ନ ୩ଟା ୨୨ରେ ହେଲିକପ୍ଟର…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର

ପଦ୍ମପୁର,୨୩।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ଗୋଷ୍ଠୀକେନ୍ଦ୍ରର ଚାବି ପକାଇବା ଘଟଣାକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଉମର ଅଲ୍ଲୀ ବିଡିଓଙ୍କ ନିକଟରେ ଓ ବାସୁଦେବପୁର ଥାନାରେ…

ଓଲଟିଲା ଛେଳି ବୋଝେଇ ଟ୍ରକ୍‌, ନେଇଗଲେ ଲୋକେ…

ଭଣ୍ଡାରିପୋଖରୀ,୨୨।୯ (ଡି.ଏନ.ଏ.): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଯାମିନିବିନ୍ଧା ନିକଟ ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଛେଳି ବୋଝେଇ ଟ୍ରକ୍‌ ଓଲଟି ପଡିଛି। ଏଥିରେ ୪ ଜଣ ଆହତ ହେବା ସହ ୫ ଛେଳିଙ୍କ ମୃତ୍ୟୁ…

ସାଳନ୍ଦୀ କୂଳରେ ଭୂସ୍ଖଳନ

ଆରଡ଼ି, ୨୧।୯( ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ମଙ୍ଗଳବାର ସକାଳେ ପୁଣି ଭୁସ୍ଖଳନ ହୋଇଛି। ଫଳରେ ନଦୀକୂଳବର୍ତ୍ତୀ ଜଣେ ବ୍ୟକ୍ତିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା…

ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକ ଅଫିସ,୨୦।୯: ଭଦ୍ରକ ସହର ବନ୍ତ ଛକଠାରେ ମଙ୍ଗଳବାର ଉଠା ଦୋକାନ ଉଚ୍ଛେଦ ଚାଲିଛି। ତେବେ ଉଚ୍ଛେଦ ସମୟରେ ପୋଲିସ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସିପିଆଇ ନେତା ଓ କ୍ଷୁଦ୍ର…

ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌ ଲିକ୍‌ କଲେ ଯୁବକ

ପଦ୍ମପୁର,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ଗ୍ରାମର ଡାଙ୍ଗମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌କୁ ଉକ୍ତ ଗ୍ରାମର ଜଣେ ଯୁବକ ଲିକ୍‌ କରି ଦେଇଥିଲେ। ପିଲାମାନେ ଜାଣିପାରି ତାଙ୍କୁ ପଚାରିବାରୁ…

ରାସ୍ତା ନିର୍ମାଣକୁ ନେଇ ଗୋଷ୍ଠୀସଂଘର୍ଷ: ଗାଁରେ ପୋଲିସ ମୁତୟନ

ଚାନ୍ଦବାଲି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ରାମପଲ୍ଲୀ ଗାଁରେ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏକ…

ସନ୍ଧ୍ୟା ପରେ ମିଳୁନି ଚିକିତ୍ସା

ଧୂଷୁରୀ, ୧୮।୯: ଭଦ୍ରକ ଜିଲା ଧାମନଗର ବ୍ଲକର ଧୂଷୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଏରିଆ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ଅନୁଯାୟୀ ଡାକ୍ତର ନ ଥିବା ବେଳେ ଏଠାରେ ରାତ୍ରକାଳୀନ ରୋଗୀସେବା ମିଳୁ ନ ଥିବା ନେଇ ସାଧାରଣରେ ଅସନ୍ତୋଷ…

ଷଣ୍ଢକୁ ଧକ୍କା ଦେଇ ଟ୍ରେନ୍‌ ଲାଇନଚ୍ୟୁତ: ହାଓଡାରୁ ଭୁବନେଶ୍ୱର ଆସୁଥିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଭଦ୍ରକ ଅଫିସ, ୧୮।୯: ଭଦ୍ରକ ଡଗରାସାହି ଲେଭଲକ୍ରସିଂଠାରେ ଶନିବାର ସନ୍ଧ୍ୟାରେ ରେଳଧାରଣାରେ ଯାଉଥିବା ଏକ ଷଣ୍ଢକୁ ଧକ୍କା ଦେଇ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚାପିହୋଇ ଷଣ୍ଢର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ସୂଚନା ଅନୁଯାୟୀ,…

କୋଇଲା ଚୋରା ଚାଲାଣ ଘଟଣା: ଗାଡ଼ି ମାଲିକ ସମେତ ୨ ଗିରଫ

ପଦ୍ମପୁର, ୧୬।୯(ଡି.ଏନ.ଏ.)- ଭଦ୍ରକ ସଦର ବ୍ଲକ ସାବରଙ୍ଗ ପୋଲିସ ଗତ ୨୮ ତାରିଖରେ କୋଇଲା ଚୋରା ଚାଲାଣ ବେଳେ ଇଚ୍ଛାପୁର ବାଲିବିଲି ରାସ୍ତାର ରେଳ ଧାରଣା ପାର୍ଶ୍ୱରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ୨ଜଣଙ୍କୁ…

ଏଥର ଦୁର୍ଗାପୂଜାରେ ଝଲସିବ ପ୍ରାଚୀନଗର

ଭଦ୍ରକ ଅଫିସ, ୧୬ା୯:ଦୁଇବର୍ଷ ପରେ ଏଥର ଧୁମ୍‌ଧାମ୍‌ରେ ଶାରଦୀୟ ଦୁର୍ଗାପୂଜା ପାଳନ କକରାଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂଜା କମିଟି ପକ୍ଷରୁ ଜୋର୍‌ସୋରରେ ପ୍ରସ୍ତୁତି ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି। ଚଳିତବର୍ଷ ଆଡ଼ମ୍ବରରେ ମା’ଙ୍କ ଆବାହନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri