ସନ୍ଧ୍ୟା ପରେ ମିଳୁନି ଚିକିତ୍ସା

ଧୂଷୁରୀ, ୧୮।୯: ଭଦ୍ରକ ଜିଲା ଧାମନଗର ବ୍ଲକର ଧୂଷୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଏରିଆ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ଅନୁଯାୟୀ ଡାକ୍ତର ନ ଥିବା ବେଳେ ଏଠାରେ ରାତ୍ରକାଳୀନ ରୋଗୀସେବା ମିଳୁ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଏହି ବ୍ଲକର ଧୂଷୁରୀ, ବ୍ରାହ୍ମଣପାଳ, ହସନାବାଦ, ନଦୀଗଁା, ଭାଟ୍ଟସାହି, ସାହସପୁର, ଖଡ଼ିମାହାରା, ପାଳସାହି, ରଇପୁର, ବମକୋରା ଏବଂ ତିହିଡ଼ି ବ୍ଲକ ଓ ପଡ଼ୋଶୀ ଯାଜପୁର ଜିଲାର କେତୋଟି ପଞ୍ଚାୟତ ଜରୁରିକାଳୀନ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ମଧ୍ୟସ୍ଥଳରେ ମେଡିକାଲ ଅବସ୍ଥିତ ହୋଇଥିବାରୁ ଦୁର୍ଘଟଣାରେ ଆହତମାନେ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି। କିଛିଦିନ ପୂର୍ବରୁ ଜଣେ ମହିଳା ଡାକ୍ତର ଅବସର ନେବା ପରେ ଏବେ ଜଣେ ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲିଛି। ସେ ମଧ୍ୟ ଡେପୁଟେଶନରେ ଏହି ବ୍ଲକର ଦିହୁଡ଼ି ଆନନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରୁଛନ୍ତି। ଅନ୍ୟ ଜଣେ ଫାର୍ମାସିଷ୍ଟ ନାମକୁ ମାତ୍ର ଚିକିତ୍ସା କରୁଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ କେହି ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନଙ୍କୁ ଭଦ୍ରକ କିମ୍ବା ଧାମନଗର ଯିବାକୁ ପଡ଼ୁଛି। ଏହାବ୍ୟତୀତ ରାତ୍ରକାଳୀନ ଚିକିତ୍ସା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଡାକ୍ତରଖାନାରେ ରାତିରେ ରହିବା ବ୍ୟବସ୍ଥା ଥିବାବେଳେ ଫାର୍ମାସିଷ୍ଟ ରୁହନ୍ତି ନାହିଁ। ସନ୍ଧ୍ୟା ପରେ ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ପଚାରିବାରୁ ଡେପୁଟେଶନରେ ଅନ୍ୟ ଏକ ମେଡିକାଲରେ ଡ୍ୟୁଟି କରିବାକୁ ପଡୁଥିବାରୁ ଏଠାରେ ୨୪ ଘଣ୍ଟିଆ ସେବା ଯୋଗାଇବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri