ବାଲେଶ୍ୱର

ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି। ମଙ୍ଗଳବାର ଏକ ମୃତ ନାଗ ଛୁଆ ଦେଖିବା ପରେ ଖଗେଶ୍ୱର ସ୍ନେକ ହେଲ୍ପଲାଇନକୁ ଖବର…

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି କ୍ରମରେ ପାଟଣା ଥାନା ପାଟଣା ସାହାରପଡା ଦେଇ ଯାଇଥିବା ଜାତୀୟ…

ଭଦ୍ରକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ

ଭଦ୍ରକ ଅଫିସ, ୧୨।୬: ଭଦ୍ରକ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ଟିମ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଶିକ୍ଷାନୁଷ୍ଠାନରେ ନିଆଁ ଲାଗିଲେ କିଭଳି ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିବେ ସେ ନେଇ ସଚେତନ କରାଇବା ସାଙ୍ଗକୁ ଅଗ୍ନି ନିରାପତା…

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ: ଲୋକେ ଭୟଭୀତ

ସଜନାଗଡ଼, ୧୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ପଶିଆସିଛନ୍ତି। ବୁଧବାର ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ ଦେଇ ଅଯୋଧ୍ୟା ରାସ୍ତା ପାର ହୋଇ ତିନିକୋଣିଆ ଜଙ୍ଗଲକୁ ୨୮ଟି ହାତୀ ପଶିଆସିଛନ୍ତି।…

ସାପ କାମୁଡ଼ାରେ ୨ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୨ା୬ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ୩ଟି ପୃଥକ ସ୍ଥାନରେ ସାପ କାମୁଡାରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ଗ୍ରାମରେ…

ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ୍‌ରେ କେନ୍ଦୁଝରର ଯୁବକ

କେନ୍ଦୁଝର, ୧୨ା୬ (ସ୍ବ.ପ୍ର.)- ଦୃଢ ମନୋବଳ ଆଉ ସାହସ ଥିଲେ ଭିନ୍ନକ୍ଷମ ବି ସବୁ କିଛି କରିପାରେ। ଏହାର ଏକ ନିଚ୍ଛକ ଉଦାହରଣ ସାଜିଛନ୍ତି କେନ୍ଦୁଝରର ଅଭୟ କୁମାର ଜେନା। ନୂଆଦିଲ୍ଲୀରେ ଚଳିତମାସ୧୯ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ ହ୍ବିଲଚେୟାର…

ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ ପୂର୍ବରୁ ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ଏହି…

୧୫ରୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ, ମାଛଧରା ଜେଟି ଚଳଚଞ୍ଚଳ

ରୂପ୍‌ସା, ୧୨।୬(ଡି.ଏନ.ଏ.)-ଦୁଇମାସ ସମୁଦ୍ରରୁ ମାଛ ମାରିବା କଟକଣା ପରେ ଆସନ୍ତା ୧୫ତାରିଖରୁ ସମୁଦ୍ରକୁ ଯିବା ଲାଗି ମତ୍ସଜୀବୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ା କଇଁଛ ଓ ମାଛମାନଙ୍କର ଅଣ୍ଡା ଦେବା ଋତୁ ଯୋଗୁ ମତ୍ସ୍ୟ ବିଭାଗ ପକ୍ଷରୁ ସବୁବର୍ଷ ଭଳି ଏଥର…

ସମିତି ଅଫିସ୍‌ରେ ତାଲା ପକାଇଲେ ଚାଷୀ

ତିହିଡ଼ି,୧୧।୬(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ମୌଜାର ୧୭୧ ଜଣ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ମିଳିପାରୁ ନାହିଁ। ଚାଷୀମାନେ ବାରମ୍ବାର ଆନ୍ଦୋଳନ କରି ପୂର୍ବରୁ ୩ଥର ସମବାୟ ସମିତିରେ ତାଲା ପକାଇଥିବା ସତ୍ତ୍ୱେ କୌଣସି ପ୍ରତିକାର ନ ହେବାରୁ…

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି ନ ଥିବାରୁ ଚାଷୀମାନେ ସୋମବାର ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଦର ବ୍ଲକ…

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ ଯୁବ ଗାଳ୍ପିକ ଅମରେଶ୍‌ ବିଶ୍ୱାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ ନିଷ୍ପତ୍ତି…

ଲିଭିନି ପୁରୁଣା ପରମ୍ପରା: ରଜ ପାଇଁ ଆରମ୍ଭ ହେଲାଣି ସଜବାଜ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଓଡ଼ିିଆମାନଙ୍କ ଗଣପର୍ବ ରଜ। ଏଥିପାଇଁ ରଜ ତିନି ଦିନ ଯାକ ଘରେ ପିଠାପଣା ଓ ମିଠାର ଆସର ଜମିଥିବାବେଳେ ବନ୍ଧୁ ପ୍ରିୟଜନଙ୍କ ଭେଟଘାଟ ହେବାର ପରମ୍ପରା ଅତ୍ୟନ୍ତ ନିଆରା। ଏହି ତିନି ଦିନ ଓଡ଼ିଆମାନେ କୌଣସି କାମଧନ୍ଦା ନକରି ରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?