ଛେନାପଦୀ ରାସ୍ତାରେ ଜମୁଛି ପାଣି

ହାଟଡିହୀ, ୧୪ା୬ (ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି ା ବିଭିନ୍ନ ଦୃଷ୍ଟି କୋଣରୁ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ଛେନାପଦୀ ବଜାରଟି ବେଶ ଜଣାଶୁଣା ା ରାସ୍ତାରେ ପାଣି ଜମିବା ଫଳରେ ଉଠା ଦୋକାନୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏପରିକି ଛୋଟବଡ଼ ଗାଡ଼ି ଓ ପଥଚାରୀମାନେ ଯାତାୟାତରେ ହଇରାଣ ହେଉଛନ୍ତି। ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ପାଣି ବହୁ ସମୟ ପର୍ଯ୍ୟନ୍ତ ଜମି ରହିଥାଏ ା ଏଣୁ ରାଜରାସ୍ତାରୁ ପାଣି ନିଷ୍କାସନ କରାଯିବା ସହ ଖାଲୁଆ ସ୍ଥାନକୁ ପୋତାଗଲେ ବିଭିନ୍ନ କ୍ଷେତ୍ରରେ ସୁବିଧା ହୋଇପାରିବ ବୋଲି ଲୋକେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri