ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଥିଲେ ା ପ୍ରତାରଣାର ଶିକାର ହୋଇଥିବା ନାବାଳିକା ଗର୍ଭବତୀ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ା ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି ା ସେମାନଙ୍କୁ କୋର୍ଟରେ ଦ୍ୱାରସ୍ଥ କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି ା ଗର୍ଭବତୀ ନାବାଳିକାଙ୍କ ପରିବାର ଓ ଅଭିଯୁକ୍ତଙ୍କୁ ନେଇ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘଟଣାର ସମାଧାନ ପାଇଁ ବୈଠକ ହୋଇଥିଲା ା ମାତ୍ର କୌଣସି ସୁଫଳ ନ ମିଳିବାରୁ ନାବାଳିକାଙ୍କ ପରିବାର ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri