ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ: ଖୋଲା ଆକାଶ ତଳେ ୭୦ ପରିବାର
ଜଳେଶ୍ୱର, ୧୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଦୀର୍ଘଦିନ ହେଲା ଆଦିବାସୀମାନେ ଶ୍ମଶାନ ଜମିରେ ଜବରଦଖଲ କରି ରହିଆସୁଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଫଳରେ ୭୦ ପରିବାର ଏବେ ଖୋଲା ଆକାଶତଳେ ଶୀତ କାକରରେ…
ପରକୀୟା ପ୍ରୀତିର କୁପରିଣତି: ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
ଜଳେଶ୍ବର,୧୧।୨(ସ୍ବ.ପ୍ର.): ପରକୀୟା ପ୍ରୀତିର କୁପରିଣତି ସ୍ବରୂପ ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁରେ। ମୃତ ପ୍ରେମିକ ହେଲେ ପ୍ରଶାନ୍ତ ଦାସ । ସୂଚନାଯୋଗ୍ୟ,…
ଡକାୟତି ଯୋଜନା ବେଳେ ୪ ଗିରଫ, ରିଭଲଭର ଜବତ
ସୋର, ୧୧ା୨(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଷ୍ଟେଶନ ନିକଟ ରାସ୍ତାରେ ରବିବାର ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି। ଜଣେ ଫେରାର ହୋଇଯାଇଛନ୍ତି। ସୋର ପୋଲିସ ରାତି ପାଟ୍ରୋଲିଂ ବେଳେ ସେମାନଙ୍କୁ…
ଧାନ ବିକ୍ରି କରିପାରୁନି ଚାଷୀ: ସମବାୟ ସମିତି ସମ୍ମୁଖରେ ଧାରଣା
ଓପଦା, ୧୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତର ତଳକିଆ ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବା ଚାଷୀମାନେ ସୋମବାର ସରକାରୀ ବ୍ୟବସ୍ଥାକୁ ଦାୟୀ କରି ଟୋକନ ଦାବି କରି ସମୂହ ଧାରଣାରେ…
ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ
ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍ଘାଟିତ ହୋଇଯାଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା ସହିତ…
ସିଏଏ ସପକ୍ଷରେ ଶୋଭାଯାତ୍ରା
ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର ପ୍ରଜ୍ଞାଭାରତୀୟ ସ୍କୁଲ ପଡ଼ିଆରୁ ବାହାରି ସିନେମାଛକ, ଚିଡ଼ିଆପୋଲ, ଫାଣ୍ଡିଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।…
୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ
ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ କରିଥିଲା। ତାଳସାରିରୁ ଉଦୟପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏଥିସହିତ…
କବିତା ପାଠ କଲେ କୁନି କୁନି କବି
ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନରେ କବି ପ୍ରଶାନ୍ତ ଦାସଙ୍କ ଶିଶୁ କବିତା ପୁସ୍ତକ ‘ବାବୁଲା ଭାରି ଚଗଲା’ ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସାମଗ୍ରିକ ଭାବେ ଉକ୍ତ ପୁସ୍ତକକୁ ଉନ୍ମୋଚିତ କରି କବିତାପାଠ…
ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ
ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ ଏକ ବିମାନ ଯୋଗେ କୋଲକାତା ବିମାନବନ୍ଦର ଅଣାଯାଇଥିଲା। ମୃତଶରୀରକୁ ଓଡ଼ିଶା ଆଣିବା ପାଇଁ ବିମାନବନ୍ଦରରେ…
ମନ୍ଥର ଗତିରେ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ
ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।…
ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ: ୯ ବଖରା ଜଳିଗଲା, ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ
ଜଳେଶ୍ୱର/ବାଲିଆପାଳ, ବସ୍ତା, ୯।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୯ ବଖରା ଜଳିଯିବା ସହ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜଳେଶ୍ୱର ବ୍ଲକ ଭଣ୍ଡାରୀପଲ୍ଲୀ ପଞ୍ଚାୟତ ଅସ୍ତଡ଼ିହା ଗାଁର ଶୁକ୍ରବାର ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି…
ନାଟକ ‘ଜାଣି ଅଜଣା’ ମାଧ୍ୟମରେ ସଚେତନତା ବାର୍ତ୍ତା
ରୂପ୍ସା, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲାସ୍ତରୀୟ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସମାବେଶରେ ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ସଚେତନତା ଭିତ୍ତିକ ନାଟକ ‘ଜାଣି ଅଜଣା’ ମଞ୍ଚସ୍ଥ କରାଯାଇଛି। ଏହି ନାଟକ ମାଧ୍ୟମରେ…

