ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍‌ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି। ଗୋଟିଏ ଦିନରେ ୨୦୭୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଠାରୁ ୧କୋଟି ୨୪ଲକ୍ଷ ୮୨ହଜାର ଟଙ୍କା ଆଦାୟ ହୋଇଛି ଧ ୮୩୨ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ୨କୋଟି ୧୦ଲକ୍ଷ ୪ହଜାର ପୂର୍ବ ବକେୟା ଟଙ୍କା ଆଦାୟ ହୋଇଥିବାର ବିଭାଗୀୟ ସୂତ୍ରରୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।
ବାଲେଶ୍ୱର ଜିଲାର ୨୭ ସ୍କ୍ବାଡ଼ ମାଧ୍ୟମରେ ୪୫୧ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨୪ଲକ୍ଷ ୪୨ହଜାର ଟଙ୍କା ଆଦାୟ ହୋଇଛି। ୨୮୨ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୩୭ଲକ୍ଷ ୫ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ସେହିପରି ଭଦ୍ରକରେ ୧୭ଟି ସ୍କ୍ବାଡ଼ ମାଧ୍ୟମରେ ୪୦୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧୪ଲକ୍ଷ ୫୫ହଜାର ଟଙ୍କା ଆଦାୟ ହୋଇଛି। ୧୩୦ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୨ଲକ୍ଷ ୯୫ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ଯାଜପୁରରେ ୧୮ଟି ସ୍କ୍ବାର୍ଡ଼ ମାଧ୍ୟମରେ ୪୩୩ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଠାରୁ ୩୫ଲକ୍ଷ ୭୫ହଜାର ଟଙ୍କା ଆଦାୟ ହୋଇଛି। ୧୧୨ ଉପଭୋକ୍ତାଙ୍କ ବିଦ୍ୟୁତକାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୭ଲକ୍ଷ ୫୯ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ମୟୂରଭଞ୍ଜରେ ୨୨ଟି ସ୍କ୍ବାଡ଼ ମାଧ୍ୟମରେ ୪୫୬ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୪୧ଲକ୍ଷ ଟଙ୍କା ଆଦାୟ ହୋଇଛି। ୧୮୩ ଉପଭୋକ୍ତାଙ୍କ ବିଦ୍ୟୁତ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୯୭ଲକ୍ଷ ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। କେନ୍ଦୁଝରରେ ୧୪ଟି ସ୍କ୍ବାଡ଼ ମାଧ୍ୟମରେ ୩୩୦ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧୨ଲକ୍ଷ ୧୦ହଜାର ଟଙ୍କା ଆଦାୟ ହୋଇଛି। ୧୨୫ ଉପଭୋକ୍ତାଙ୍କ ବିଦ୍ୟୁତକାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୫ଲକ୍ଷ ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଥିବାର ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri