ବାଲେଶ୍ୱର

ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍‌ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି। ଗୋଟିଏ…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ସୋମବାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…

ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା ବ୍ଲକ ମୂଳିଦା ସତ୍ୟବାଦୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନା ବିଦ୍ୟାଳୟର ୩ଜଣ ପିଲାଙ୍କ…

‘ଖାସ୍‌ ତୁମ ପାଇଁ’ ସାଂସ୍କୃତିକ ସନ୍ଧ୍ୟା

ବାଲେଶ୍ୱର ଅଫିସ,୧୭।୨-ବାଲେଶ୍ୱର ବାମପଦାସ୍ଥିତ ନୋସି ଉତ୍କଳା ମୁକ୍ତ ମଞ୍ଚରେ ସ୍ଥାନୀୟ ଉଦୀୟମାନ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ନୋସି କଲଚୁରାଲ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଆସୁଛି। କଣ୍ଠଶିଳ୍ପୀ ଡା. ଅମିତାଭ ଗିରି…

ମାତାପିତାଙ୍କୁ ପୂଜା ମାଧ୍ୟମରେ ଭକ୍ତିର ବାର୍ତ୍ତା

ଖଇରା, ୧୭।୨(ଡି.ଏନ.ଏ.)-ପିଲାମାନଙ୍କ ମଧ୍ୟରେ ମା’ବାପାଙ୍କ ପ୍ରତି ଭକ୍ତି ଓ ସମ୍ମାନ ସୃଷ୍ଟି କରିବା ଲକ୍ଷ୍ୟରେ ଖଇରା ବ୍ଲକର ନହଙ୍ଗ ଗ୍ରାମରେ ସୃଷ୍ଟି ହୋଇଥିବା ଶ୍ରବଣ କୁମାର ସଙ୍ଗଠନ ଅଭିନବ ପ୍ରୟାସ କରିଛନ୍ତି। ଶୁକ୍ରବାର ଖଇରା ଦୁର୍ଗାମଣ୍ଡପଠାରେ ମାତା ପିତା ପୂଜନ ସହ…

୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ପାରିପାର୍ଶ୍ୱିକ ସବୁଜ ସୁନ୍ଦର ଗଢ଼ି ତୋଳିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ…

ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପାଲା ପରିବେଷଣ

ସିମୁଳିଆ, ୧୬।୨(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକକଳାର ଚାହିଦା କମି ଆସୁଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏହାକୁ ବଞ୍ଚାଇ ରଖିବାକୁ କରିଥିବା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାର୍କୋଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି…

ପହଞ୍ଚିଲା ଶହୀଦ ଅଭିରାମ ରାମଙ୍କ ମରଶରୀର: ବସ୍ତାରେ ଶୋକାକୁଳ ପରିବେଶ

ବସ୍ତା, ୧୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ବ୍ରାହ୍ମଣଦା ପଞ୍ଚାୟତ ରଣାମୁଣ୍ଡଳି ଗ୍ରାମର ସେନାବାହିନୀରେ କାର୍ଯ୍ୟରତ ସୈନିକ ଅଭିରାମ ରାମ ଶହୀଦ ହେବା ପରେ ତାଙ୍କ ମରଶରୀର ବସ୍ତାରେ ପହଞ୍ଚିଛି। ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି…

ରୋକାଗଲା ବାଲ୍ୟ ବିବାହ, ଫେରିଗଲେ ବର

ବାହାନଗା,୧୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ରୋକିବାକୁ ଆସିଥିବା ଖଇରାସ୍ଥିତ ଚାଇଲ୍ଡଲାଇନ କର୍ମକର୍ତ୍ତା ହରଡଘଣାରେ ପଡିଛନ୍ତି। ଏନେଇ କର୍ମକର୍ତ୍ତାମାନେ ଖନ୍ତାପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲା। ଫଳରେ ବିବାହ କରିବାକୁ ଆସିଥିବା ବର…

ଦେଶ ପାଇଁ ଶହୀଦ ହେଲେ ରଣାମୁଣ୍ଡଳୀ ଗ୍ରାମର ଅଭିରାମ, ତ୍ରିରଙ୍ଗାମୟ ହେଲା ବସ୍ତା ବଜାର

ବସ୍ତା,୧୫।୨(ଡି.ଏନ୍‌.ଏ.): ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଥିବା ବସ୍ତା ବ୍ଲକ ରଣାମୁଣ୍ଡଳୀ ଗ୍ରାମର ଅଭିରାମ ଦେଶ ପାଇଁ ଶହୀଦ ହୋଇଥିବା ଜଣାପଡ଼ିଛି। ସେ ପ୍ରତିରକ୍ଷା ବିଭାଗରେ କାମ କରୁଥିବା ବେଳେ ଶହୀଦ ହୋଇଛନ୍ତି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ମରଶରୀରକୁ ସମ୍ମାନ…

ଜମି ଚିହ୍ନଟ ଦାବିରେ ଆର୍‌ଆଇ ଅଫିସ୍‌ ଘେରିଲେ ଭୂମିହୀନ

ବାଲେଶ୍ୱର ଅଫିସ, ୧୫।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ହିଡ଼ିଗାଁ ପଞ୍ଚାୟତରେ ଥିବା ଭୂମିହୀନମାନେ ୫ବର୍ଷ ପୂର୍ବରୁ ଚିହ୍ନଟ ହୋଇ ଚାନ୍ଦିପୁର ଆର୍‌ଆଇ ଅଫିସରୁ ପଟ୍ଟା ପାଇଥିଲେ। ପଟ୍ଟା ପାଇଥିବା ଭୂମିହୀନମାନେ ନିଜର ଜମି ଚିହ୍ନଟ ଦାବିରେ ଶୁକ୍ରବାର ଘେରାଉ କରିଥିଲେ।…

୨୭ରେ ମତ୍ସ୍ୟ ଚାଷ ସମ୍ପର୍କିତ ଜାତୀୟ କର୍ମଶାଳା: ଯୋଗଦେବେ ୩ ହଜାରରୁ ଉର୍ଦ୍ଧ୍ୱ ଚାଷୀ

ବାଲେଶ୍ୱର ଅଫିସ, ୧୫।୨-ଆସନ୍ତା ୨୭ ଓ ୨୮ ତାରିଖରେ ବାଲେଶ୍ୱରରେ ମତ୍ସ୍ୟ ଚାଷ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜିତ ହେବ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅଣୁ କ୍ଷୁଦ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?