ବାଲେଶ୍ୱର

ହାତୀ ଘଉଡ଼ାଇବା ବେଳେ ବାଣ ନିଆଁ କାଳ ହେଲା: ଜଳିଗଲା ଘର, ୪ ଗାଈ ଜୀବନ୍ତ ଦଗ୍ଧ

ଜଳେଶ୍ୱର, ୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବାଣରେ ନିଆଁ ଲଗାଇ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ନିଆଁ ଏକ ଘର ଉପରେ ପଡିଯାଇଥିଲା। ଘରଟି ସମ୍ପୂର୍ଣ୍ଣ ଜଳିଯିବାରୁ ତା’ ଭିତରେ…

କରୋନା ଭୟ: ବିଦେଶରୁ ଫେରିଥିବା ୧୩ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା

ଭୋଗରାଇ, ୮।୨(ଡି.ଏନ.ଏ.): କରୋନା ଭାଇରାସ କାୟାବିସ୍ତାର କରି ଚାଲିଥିବା ବେଳେ ବିଦେଶରୁ ଫେରିଥିବା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର ୧୩ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ବିମାନବନ୍ଦରରେ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବ୍ୟାପକ ସତର୍କ ଓ ପ୍ରତିଷେଧକ ନିମନ୍ତେ…

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ…

ଖରିଫ ଧାନର ଅଭାବୀ ବିକ୍ରି

ଜଳେଶ୍ୱର, ୮।୨(ସ୍ବ.ପ୍ର.)-ଚଳିତବର୍ଷ ପ୍ରତିକୂଳ ପାଗରେ ଧାନ ଅମଳ ବିଳମ୍ବ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ୨ମାସ ବିତିଗଲାଣି। ଅଧା ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି ପାଇଁ ସୁଯୋଗ ପାଇପାରିନାହାନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁ ଧାନର ବ୍ୟାପକ ଅଭାବୀ ବିକ୍ରି…

ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା ଶୌଚାଳୟରେ ରଙ୍ଗ ଲଗାଇ ପଞ୍ଚାୟତରୁ ୧୫ହଜାର ଟଙ୍କା ହଡ଼ପ କରାଯାଇଥିବା, ଗୋପୀନାଥପୁର ପ୍ରାଥମିକ…

ନାଗପୁରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା: ତଦନ୍ତ ଦାବି କଲେ ପରିବାର ଲୋକେ

ବାଲିଆପାଳ, ୭।୨(ସ୍ବ.ପ୍ର.)-ନାଗପୁରରେ ସୈନ୍ୟ ବିଭାଗରେ ତାଲିମ ନେଉଥିବା ବସ୍ତା ବ୍ଲକ ବେଗୁନିଆ ଗ୍ରାମର ରାମଚନ୍ଦ୍ର ନାମକ ଯବାନ ଗଛରେ ଫାଶୀ ଲଗାଇ ଆମତ୍ହତ୍ୟା କରିଛନ୍ତ। ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବସ୍ତା ବ୍ଲକ ବେଗୁନିଆ ଗ୍ରାମର ପିତାମ୍ବର…

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀ ମୃତ: ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଛକରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୁଣ୍ଡା ବୋଝେଇ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନିଆ ସିଂ (୫୭)। ପ୍ରତିଦିନ ପରି ସନିଆ ସକାଳେ…

ଚିକିତ୍ସାରେ ଅବହେଳା ଅଭିଯୋଗ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଜଣେ ରୋଗୀଙ୍କୁ ଅପରେଶନ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରୋଗୀଙ୍କୁ ନିଶ୍ଚେତକ ଦେଇ ଦୀର୍ଘ ସମୟ ଯାଏ ଡାକ୍ତର କିମ୍ବା ନର୍ସ କେହି ଦେଖାଦେଲେ ନାହିଁ। ଫଳରେ ରୋଗୀଙ୍କ…

ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ

ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ ଯୋଗୁ ଖରାଦିନ ହେଲେ ଅଧିକାଂଶ ନଳକୂପ ଅଚଳ ହୋଇପଡେ। ଅନେକ ସମୟରେ ବ୍ଲକ ପ୍ରଶାସନ…

ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

କପ୍ତିପଦା,୬ା୨(ଡି.ଏନ୍‌.ଏ)- ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର ଶୋଭାକର ସିଂ ଗୁରୁବାର ଅପରାହ୍ନରେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଛନ୍ତି।…

ବେତନଟୀ ଥାନା ଏସ୍‌ଆଇ ନିଲମ୍ବିତ

ବେତନଟୀ,୬ା୨ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ସବ୍‌ ଇନ୍ସପେକ୍ଟର(ଏସଆଇ) ସଚ୍ଚିଦାନନ୍ଦ କିଷାନଙ୍କୁ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସମ୍ପର୍କିତ ଏସପିଙ୍କ ଅର୍ଡର (ନଂ.୨୪୪/୫ା୨ା୨୦୨୦) କପି ବେତନଟୀ ଥାନା ଆଇଆଇସି ଅଶୋକ ନାୟକ…

ବ୍ୟାଟେରି ଚୋରି ରାକେଟ ସକ୍ରିୟ

ବନ୍ତ,୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଏବେ ବ୍ୟାଟେରି ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ସଖିପାଟଣା ଛକ ନିକଟରେ ଗୋଟିଏ ମିନି ଟ୍ରକ୍‌, ବନ୍ତ ବଜାର ଓ ପଧାନପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?