ସୁଧୁରିନ ପୌରାଞ୍ଚଳ ରାସ୍ତା: ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ମୁଖ୍ୟ ରାସ୍ତାଗୁଡ଼ିକର ଦୁରବସ୍ଥା ପାଇଁ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତାଗୁଡ଼ିକର ମରାମତି ଏବଂ ନବୀକରଣ କରାଯିବା ପାଇଁ ଗୁରୁବାର ନଗର ଭାଜପା ପକ୍ଷରୁ ପୌରପାଳ ନିର୍ବାହୀ ଅଧିକାରୀ ଅମ୍ରିତ ସରକାରଙ୍କ ଜରିଆରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ୪୧ଟି ରାସ୍ତା କାର୍ଯ୍ୟର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାଦେଶ ବଣ୍ଟନ କରି କାର୍ଯ୍ୟ ଆରମ୍ଭ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସହରରେ ବେହାଲ ହୋଇପଡ଼ିଥିବା ରାସ୍ତାଗୁଡ଼ିକୁ ମରାମତି ପାଇଁ ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପ୍ରୟାସ କ୍ରମେ ବାରମ୍ବାର ସରକାରୀ ସମୀକ୍ଷା କରି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଆସିଥିବା ଅର୍ଥରେ ମରାମତି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଜିଲାପାଳଙ୍କ ଦ୍ୱାରା ଟେଣ୍ଡର କାର୍ଯ୍ୟ ସମ୍ପାଦନ କରିଥିଲେ। ଗତ ଜାନୁୟାରୀ ୩ ତାରିଖରେ ପତ୍ର ସଂଖ୍ୟା ନଂ. ୩୦ରେ ୪୧ଟି ରାସ୍ତାର ମରାମତି ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ପୌରପାଳିକା ଦ୍ୱାରା ଆଗତ ହୋଇଥିଲା। ମାତ୍ର ଅଦ୍ୟାବଧି ଉକ୍ତ ଟେଣ୍ଡର ପାଇଁ କାର୍ଯ୍ୟାଦେଶ ବଣ୍ଟନ ନ କରି କର୍ତ୍ତୃପକ୍ଷ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଦେଶ ବଣ୍ଟନ କରିବା ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଏକ ପ୍ରତିନିଧି ଦଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଭେଟି ସମସ୍ତ ଟେଣ୍ଡର ପେପର ଖୋଲି ଅବିଳମ୍ବେ କାର୍ଯ୍ୟାଦେଶ ଦିଆଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମ୍ୟୁନିସିପାଲିଟିର ରାସ୍ତାଘାଟ ନିର୍ମାଣ, ନାଳ ନର୍ଦ୍ଦମାର ମରାମତି, ସୁଇପରମାନଙ୍କର ସମସ୍ୟାର ସମାଧାନ, ଷ୍ଟ୍ରିଟ୍‌ଲାଇଟ୍‌ର ମରାମତି କରି ନିରବଚ୍ଛିନ ଆଲୋକ ପ୍ରଦାନ, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପୈଠ ବ୍ୟବସ୍ଥା, ଅନୁମୋଦିତ ହୋଇ ପଡ଼ିରହିଥିବା ମଧୁବାବୁ ଭତ୍ତା ତୁରନ୍ତ ପ୍ରଦାନ, ଭୂମିହୀନଙ୍କୁ ୪ ଡିସିମିଲ୍‌ରୁ କମ୍‌ ମିଳିଥିବା ଜାଗାକୁ ବୈଠକ କରି ପୁନର୍ବାର ଜମି ପ୍ରଦାନ କରାଯିବା ନେଇ ଆଲୋଚନା କରିଥିଲେ। ବିଧାୟକ ପ୍ରତିନିଧି ସୀତାକାନ୍ତ ସ୍ବାଇଁ, ସୁଜିତ ଦେବ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ଯୋଗେନ ରଣା, ଦିପୁ ପିରି, ଲୋକନାଥ ଭୂୟଁ।, ଉପେନ୍ଦ୍ର ଶତପଥୀ, ବିବେକ ମହାନ୍ତି, ତରୁଣ ବର୍ଦ୍ଧନ, ମନ୍ମଥ ପାତ୍ର, ଧୀରଜ ମହାନ୍ତି, କୌସିକ ଚାନ୍ଦ, ପଙ୍କଜ ମହାନ୍ତି, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାଶ, ଶ୍ରୀୟା ଦାସ, ଅରୁପ ଜେନା, ଦିଲୀପ ମାଝି, ଭାଗ୍ୟରଞ୍ଜନ ନାୟକ, ରାକେଶ ପାଢୀ, ସଞ୍ଜୀବ ପ୍ରଧାନ, ଭାସ୍କର ମାଝି ଓ ଶୋଭାକର ସାହୁ ପ୍ରମୁଖ ଆଲୋଚନାରେ ସାମିଲ ଥିଲେ। ଆଗାମୀ ୧୫ଦିନ ମଧ୍ୟରେ ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ମ୍ୟୁନିସିପାଲିଟି ଅଫିସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରାଯିବ ବୋଲି ଭାଜପା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri