ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଯେତିକି କାମ ସମ୍ପୂର୍ଣ୍ଣ ହୋଇଛି ତାହା ନଷ୍ଟ ହେବାକୁ ବସିଲାଣି ା ରାସ୍ତା ନିର୍ମାଣର ଅବଧି ସରିବାକୁ ଆଉ ମାତ୍ର ୧ମାସ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ୬୦ଭାଗ କାମ ସରିନାହିଁ ା ଠିକାଦାର ରାସ୍ତାରେ ମେଟାଲ ବିଛାଇ ଛାଡିଦେଇଥିବା ଯୋଗୁ ଏବେ ମାଟ୍ରିକ ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ପଡି ଖଣ୍ଡିଆଖାବରା ହେଉଛନ୍ତି ା ପ୍ରତିବାଦରେ ଏହି ରାସ୍ତା ସଂଲଗ୍ନ କଡମିଆଁ, ନୟାଖଣ୍ଡି, ଆମ୍ବଗଡିଆ, ସୁନ୍ଦରପୁର, ସାନ ନୁଆଁଗାଁ, ବଇଁଞ୍ଚଖୁଣ୍ଟା, ତ୍ରିଶଳପୁର, ଦାମୋଦରପୁର, ମୁଣ୍ଡାହତା, କଇଥଗଡିଆ ଆଦି ଗ୍ରାମର ଲୋକମାନେ ଗୁରୁବାର ରାସ୍ତାକାମକୁ ବନ୍ଦ ରଖିଛନ୍ତି। ବ୍ୟବହୃତ କଞ୍ଚାମାଲକୁ ବଦଳା ନ ଗଲେ କାର୍ଯ୍ୟ ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ଗୋବିନ୍ଦ ମହାପାତ୍ର, ସମିତିସଭ୍ୟ ମାନସ ମହାପାତ୍ର, ହାଡିବନ୍ଧୁ ନାୟକ, ସଞ୍ଜିବ କୁଅଁର, ରତିକାନ୍ତ ନାୟକ, ରାଜୀବ ଲୋଚନ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ା
ଏହି ୪କି.ମି. ୪୬୦ମିଟର ରାସ୍ତା ପାଇଁ ଆନୁମାନିକ ଦେଢକୋଟି ଟଙ୍କା ପ୍ରଦାନ କରାଯାଇଥିଲା। ରାସ୍ତା ନିର୍ମାଣର ଶେଷ ଅବଧି ମାର୍ଚ୍ଚ ୨୭, ୨୦୨୦ରେ ଥିବା ବେଳେ ରାସ୍ତା ନିର୍ମାଣର ଦାୟିତ୍ୱ ନେଇଥିବା ଭଦ୍ରକ ଠିକାଦାରଙ୍କ ସ୍ବେଚ୍ଛାଚାରିତା ଯୋଗୁ କାର୍ଯ୍ୟର ଆଶାନୁରୂପ ଅଗ୍ରଗତି ହୋଇ ପାରି ନ ଥିଲା ା ଫଳରେ କାର୍ଯ୍ୟ ଆରମ୍ଭ ଦିନଠାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅବସ୍ଥା ଅସମ୍ଭାଳ ହେବା ପରେ ଶତାଧିକ ଗ୍ରାମବାସୀ କାର୍ଯ୍ୟ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ା ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ କଞ୍ଚାମାଲ ନିମ୍ନମାନର ହୋଇଥିବା ନିଜେ ସ୍ବୀକାର କରିବା ସହ ଏହାକୁ ଉଠାଇନେଇ ଉନ୍ନତମାନର ମେଟାଲ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri