‘ମିଳିଥିବା ଜମି ବାସୋପଯୋଗୀ ନୁହେଁ’

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ରୁ ଭୂମିହୀନ ଚିହ୍ନଟ ହୋଇ ହିଡ଼ିଗାଁ ପଞ୍ଚାୟତରେ ୩୧ଜଣ ଆଦିବାସୀ ୫ବର୍ଷ ପୂର୍ବରୁ ପଟ୍ଟା ପାଇଥିଲେ। ନିଜର ଜମି ଚିହ୍ନଟ ଦାବି କରି ଗତ ୧୪ ତାରିଖରେ ଭୂମିହୀନମାନେ ସ୍ଥାନୀୟ ଆର୍‌ଆଇ ଅଫିସ୍‌କୁ ଘେରାଉ କରିଥିଲେ। ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ ଗତ ୨ଦିନ ତଳେ ସେମାନେ ପାଇଥିବା ସରକାରୀ ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ଉକ୍ତ ଜମି ବାସ ଉପଯୋଗୀ ନୁହେଁ। ଉକ୍ତ ସ୍ଥାନକୁ ରାସ୍ତା ସୁବିଧା ନ ଥିବା ବେଳେ ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ଶିକ୍ଷା ପାଇଁ ବିଦ୍ୟାଳୟ ଭଳି ଅତ୍ୟାବଶ୍ୟକ ସୁବିଧା ନ ଥିବା ଅଭିଯୋଗ ହୋଇଛି। ୨୬ନଂ. ଜିଲାପରିଷଦ କମଳା ସାହୁଙ୍କ ନେତୃତ୍ୱରେ ଉପଭୋକ୍ତାମାନେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
୩୧ଜଣ ଆଦିବାସୀ ପୂର୍ବରୁ ସରକାରଙ୍କଠାରୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପାଇ ଖଜଣା ଦେଉଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ଥାନ ଚିହ୍ନଟ ନ କରିବାରୁ କେତେକ ଲୋକ ଉକ୍ତ ଜମି ଉପରେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ସହ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ପାଇ ସାରିଛନ୍ତି। ଗତ କିଛିଦିନ ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ସଦର ତହସିଲଦାର ପଞ୍ଚାନନ ପାତ୍ର ଆର୍‌ଆଇଙ୍କ ମାଧ୍ୟମରେ ୧୫ ତାରିଖରେ ଉଚ୍ଛେଦ କରାଯିବା ପାଇଁ ନୋଟିସ୍‌ କରିଥିଲେ। ଜିଲାପରିଷଦ ସାହୁଙ୍କ ନେତୃତ୍ୱରେ ଉକ୍ତ ହିତାଧିକାରୀମାନେ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ ଘେରାଉ କରି ସରକାରଙ୍କ ଦ୍ୱାରା ପାଇଥିବା ଜମିର ସ୍ଥିତି କେଉଁଠି ବୋଲି ପଚାରିଥିଲେ ଏବଂ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ପ୍ରଶାସନ ପଛଘୁଞ୍ଚା ଦେଇଥିଲା। ମାତ୍ର ୩ଦିନ ପରେ ପ୍ରଶାସନ ପକ୍ଷରୁ ଉପଭୋକ୍ତାମାନଙ୍କୁ ମିଳିଥିବା ଜମି ଚିହ୍ନଟ କରାଯାଇଥିଲା। ଉପଭୋକ୍ତାମାନେ ବସବାସ କରୁଥିବା ଜମିଠାରୁ ୨ରୁ ୩ କି.ମି.ଜଙ୍ଗଲ ଭିତରେ ହୋଇଥିବା ବେଳେ ସେଠାରେ ବସବାସ କରିବା ପାଇଁ କୌଣସି ସୁବିଧା ନ ଥିବା ଗୁରୁବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି।
ଜିଲାପରିଷଦ ସାହୁଙ୍କ କହିବାନୁସାରେ, ଲୋକମାନେ ରହୁଥିବା ଜମିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୪କୋଟି ଟଙ୍କାର ରାଡ଼ାର୍‌ ସେଣ୍ଟର ନିର୍ମାଣ କରାଯାଉଛି। ରାସ୍ତା ପାଇଁ ଉକ୍ତ ସ୍ଥାନରେ ରହୁଥିବା ୪ରୁ ୫ଟି ଘରର ଉଚ୍ଛେଦ ପାଇଁ ନୋଟିସ୍‌ ହୋଇଥିଲା। ପରେ ମଧ୍ୟ ସମସ୍ତଙ୍କୁ ଉଚ୍ଛେଦ କରାଯିବା ଆଶଙ୍କା କରାଯାଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମିଳିଥିବା ଜମି ବାସ ଉପଯୋଗୀ ପାଇଁ ରାସ୍ତା, ପାଣି, ବିଦ୍ୟୁତ୍‌ ସଂଯୋଗ, ଶିକ୍ଷା ପାଇଁ ବିଦ୍ୟାଳୟ, ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସେଠାରେ ଘର କରି ରହିବା ପାଇଁ ପ୍ରଶାସନ ପକ୍ଷରୁ ସମୟ ଦେବା ଆବଶ୍ୟକ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri