‘ମିଳିଥିବା ଜମି ବାସୋପଯୋଗୀ ନୁହେଁ’

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ରୁ ଭୂମିହୀନ ଚିହ୍ନଟ ହୋଇ ହିଡ଼ିଗାଁ ପଞ୍ଚାୟତରେ ୩୧ଜଣ ଆଦିବାସୀ ୫ବର୍ଷ ପୂର୍ବରୁ ପଟ୍ଟା ପାଇଥିଲେ। ନିଜର ଜମି ଚିହ୍ନଟ ଦାବି କରି ଗତ ୧୪ ତାରିଖରେ ଭୂମିହୀନମାନେ ସ୍ଥାନୀୟ ଆର୍‌ଆଇ ଅଫିସ୍‌କୁ ଘେରାଉ କରିଥିଲେ। ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ ଗତ ୨ଦିନ ତଳେ ସେମାନେ ପାଇଥିବା ସରକାରୀ ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ଉକ୍ତ ଜମି ବାସ ଉପଯୋଗୀ ନୁହେଁ। ଉକ୍ତ ସ୍ଥାନକୁ ରାସ୍ତା ସୁବିଧା ନ ଥିବା ବେଳେ ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ଶିକ୍ଷା ପାଇଁ ବିଦ୍ୟାଳୟ ଭଳି ଅତ୍ୟାବଶ୍ୟକ ସୁବିଧା ନ ଥିବା ଅଭିଯୋଗ ହୋଇଛି। ୨୬ନଂ. ଜିଲାପରିଷଦ କମଳା ସାହୁଙ୍କ ନେତୃତ୍ୱରେ ଉପଭୋକ୍ତାମାନେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
୩୧ଜଣ ଆଦିବାସୀ ପୂର୍ବରୁ ସରକାରଙ୍କଠାରୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପାଇ ଖଜଣା ଦେଉଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ଥାନ ଚିହ୍ନଟ ନ କରିବାରୁ କେତେକ ଲୋକ ଉକ୍ତ ଜମି ଉପରେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ସହ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ପାଇ ସାରିଛନ୍ତି। ଗତ କିଛିଦିନ ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ସଦର ତହସିଲଦାର ପଞ୍ଚାନନ ପାତ୍ର ଆର୍‌ଆଇଙ୍କ ମାଧ୍ୟମରେ ୧୫ ତାରିଖରେ ଉଚ୍ଛେଦ କରାଯିବା ପାଇଁ ନୋଟିସ୍‌ କରିଥିଲେ। ଜିଲାପରିଷଦ ସାହୁଙ୍କ ନେତୃତ୍ୱରେ ଉକ୍ତ ହିତାଧିକାରୀମାନେ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ ଘେରାଉ କରି ସରକାରଙ୍କ ଦ୍ୱାରା ପାଇଥିବା ଜମିର ସ୍ଥିତି କେଉଁଠି ବୋଲି ପଚାରିଥିଲେ ଏବଂ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ପ୍ରଶାସନ ପଛଘୁଞ୍ଚା ଦେଇଥିଲା। ମାତ୍ର ୩ଦିନ ପରେ ପ୍ରଶାସନ ପକ୍ଷରୁ ଉପଭୋକ୍ତାମାନଙ୍କୁ ମିଳିଥିବା ଜମି ଚିହ୍ନଟ କରାଯାଇଥିଲା। ଉପଭୋକ୍ତାମାନେ ବସବାସ କରୁଥିବା ଜମିଠାରୁ ୨ରୁ ୩ କି.ମି.ଜଙ୍ଗଲ ଭିତରେ ହୋଇଥିବା ବେଳେ ସେଠାରେ ବସବାସ କରିବା ପାଇଁ କୌଣସି ସୁବିଧା ନ ଥିବା ଗୁରୁବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି।
ଜିଲାପରିଷଦ ସାହୁଙ୍କ କହିବାନୁସାରେ, ଲୋକମାନେ ରହୁଥିବା ଜମିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୪କୋଟି ଟଙ୍କାର ରାଡ଼ାର୍‌ ସେଣ୍ଟର ନିର୍ମାଣ କରାଯାଉଛି। ରାସ୍ତା ପାଇଁ ଉକ୍ତ ସ୍ଥାନରେ ରହୁଥିବା ୪ରୁ ୫ଟି ଘରର ଉଚ୍ଛେଦ ପାଇଁ ନୋଟିସ୍‌ ହୋଇଥିଲା। ପରେ ମଧ୍ୟ ସମସ୍ତଙ୍କୁ ଉଚ୍ଛେଦ କରାଯିବା ଆଶଙ୍କା କରାଯାଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମିଳିଥିବା ଜମି ବାସ ଉପଯୋଗୀ ପାଇଁ ରାସ୍ତା, ପାଣି, ବିଦ୍ୟୁତ୍‌ ସଂଯୋଗ, ଶିକ୍ଷା ପାଇଁ ବିଦ୍ୟାଳୟ, ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସେଠାରେ ଘର କରି ରହିବା ପାଇଁ ପ୍ରଶାସନ ପକ୍ଷରୁ ସମୟ ଦେବା ଆବଶ୍ୟକ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri