ବଲାଙ୍ଗୀର

ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ

ଟିଟିଲାଗଡ଼,୨୭।୧୦(ଡି.ଏନ୍‌.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ ଜଣଙ୍କ ହେଲେ ରନିଖୋଜ ସଞ୍ଜୟ ବେହେରା(୨୨)। ପୋଲିସ ମୃତ ଯୁବକର ସାନଭାଇ ପ୍ରମୋଦ...

ମମିତା ହତ୍ୟା ଘଟଣାରେ ତଦନ୍ତ ଦିଗହରା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି

ବଲାଙ୍ଗୀର ଅଫିସ,୨୬।୧୦: ରାଜ୍ୟ ଭାଜପା ପ୍ରତିନିଧି ଦଳ ମଙ୍ଗଳବାର ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହି ଦଳ ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚିବା ପରେ ମୃତା ମମିତାଙ୍କ ମା’, ବାପା ଓ ଅନ୍ୟମାନଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣାର...

ଗୋବିନ୍ଦଙ୍କ କୋଭିଡ୍‌ ରିପୋର୍ଟକୁ ନେଇ ବଢିଲା ଦ୍ୱନ୍ଦ୍ୱ

ଟିଟିଲାଗଡ଼, ୨୫।୧୦(ଡି.ଏନ.ଏ.): ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ବାରାକରୁ ଗତ ୧୭ ତାରିଖ ରାତିରେ ଫେରାର ହେବା ଦିନଠାରୁ ଭିନ୍ନ ଆଲୋଚନା ଜୋର ଧରିଛି। ଏଥର ଆଲୋଚନା ଗୋବିନ୍ଦଙ୍କ କରୋନା ଟେଷ୍ଟକୁ ନେଇ।...

ସରିଲା ରିମାଣ୍ଡ, କ’ଣ ପ୍ରମାଣ ମିଳିଲା ସୂଚନା ଦେଉନି ପୋଲିସ

ବଲାଙ୍ଗୀର ଅଫିସ,୨୫ା୧୦: ୫ ଦିନିଆ ରିମାଣ୍ଡରେ ଅଣାଯାଇଥିବା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ଜଜ୍‌ଙ୍କ ଆବାସରେ ସୋମବାର ସକାଳ ପ୍ରାୟ ୮ଟାରେ ହାଜର କରିଥିଲା। ସେଠାରୁ ତାଙ୍କୁ କଣ୍ଟାବାଞ୍ଜି...

ଫେରାର ପଛରେ ଅନେକ ରହସ୍ୟ

ବଲାଙ୍ଗୀର ଅଫିସ, ୨୫ା୧୦: ଟିଟିଲାଗଡ ପୋଲିସ ବାରାକ୍‌ରୁ ଫେରାର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ୧୯ ତାରିଖ ଅପରାହ୍ନରେ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗଁା ନିକଟ ଏକ ଆଖୁ କିଆରିରୁ ଗିରଫ କରାଯାଇଥିଲା। ଗୋବିନ୍ଦଙ୍କ...

ଆଜି ଭୋର୍‌ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇଗଲେ, ସକାଳ ୮ରେ କୋର୍ଟରେ କଲେ ହାଜର

ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍‌ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏସ୍‌ପି ଅଫିସରୁ ବଙ୍ଗୋମୁଣ୍ଡା ନେଇଯାଇ ସକାଳ ୮ଟାରେ ଜେଏମ୍‌ଏଫସି କୋର୍ଟ ଜଜ୍‌ଙ୍କ ଆବାସରେ...

ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ

ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍‌ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର...

ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ିଲା

ବଲାଙ୍ଗୀର ଅଫିସ, ୨୩।୧୦: ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଛାତ ଭୁଶୁଡି ପଡିଥିବା ଜଣାପଡିଛି। ମନ୍ଦିର ମୁଖଶାଳାର ଡାହାଣ ପଟ ଛାତର ଅଧା ଅଂଶ ଖସି ପଡିଥିଲା। ଏହି ସମୟରେ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ...

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଏଠାରେ ପହଁଞ୍ଚତ୍ବା...

ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା ।...

ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୧।୧୦: ମମିତା ମେହେର ଅପହରଣ ଓ ହତ୍ୟା ପ୍ରତିବାଦରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ମମିତା ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର...

ସୁଲଭ ଶୌଚାଳୟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସୁଲଭ ଶୌଚାଳୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ସେ ଶୌଚ ହେବା ପାଇଁ ଯାଇଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri