ଦୁର୍ଘଟଣାରେ ନାଲ୍କୋ କର୍ମଚାରୀ ଗୁରୁତର
ବଅଁରପାଳ,୧୩।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ସେଲ୍ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍ ବୋଝେଇ ଟ୍ରେଲର (ଏମ୍ଟିଟି) ଧକ୍କାରେ ଜଣେ ନାଲ୍କୋ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ବୁଧୁରାମ ମାଝୀ(୫୭)। ବାଇକ ଯୋଗେ ସେ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ
ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…
ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର
ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଏହାପରେ ସୋମବାର ଠାରୁ ଛାତ୍ରୀଛାତ୍ରଙ୍କ…
ସ୍ତ୍ରୀଙ୍କୁ ନେଇଗଲେ ବାପଘର ଲୋକେ: ସ୍ବାମୀ ଥାନାର ଦ୍ୱାରସ୍ଥ
ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ରବି…
ବଅଁରପାଳ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ : ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା
ବଅଁରପାଳ,୧୩।୭(ଡି.ଏନ.ଏ.) – ବଅଁରପାଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭୁଜାଲି ଦେଖାଇ ଓ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୨ଟି ମୋବାଇଲ, ନଗଦ ଟଙ୍କା, ନୂଆ ପ୍ୟାଣ୍ଟ ସାର୍ଟ ଥିବା ବ୍ୟାଗ…
ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା
ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି ବହୁ ଅର୍ଡର। ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରୁଥିବାରୁ ଦୋକାନ ମାଲିକ ମଧ୍ୟ ତାଙ୍କ ଉପରେ ଖୁସି…
ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ
ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଭଉଣୀ ଭାଇଙ୍କୁ ଧରି ମହାପ୍ରଭୁ ଫେରିବା ବେଳେ ଥାନା ଛକରେ ପୋଡ଼ପିଠା ଓ…
ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ
ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନୁଗୋଳ ଜିଲାର କୁନ୍ଦନ କୁମାର ଏବଂ…
କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର
କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଦଲକ ଓ ପୋଇପାଳ ବାସିନ୍ଦାଙ୍କ…
ବର୍ଷା ନାହିଁ, ଚାଷ ଜମି ଫାଟି ଆଁ
ବଅଁରପାଳ, ୧୨।୭(ଡି.ଏନ.ଏ.)-ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ବେଉଷଣ କାର୍ଯ୍ୟରେ ବାଧା ସାଜିଛି। ବିଲରେ ପାଣି ନ ଥିବାରୁ ବିହୁଡା କାର୍ଯ୍ୟ ହୋଇପାରୁ ନ ଥିବା ଦେଖାଦେଇଛି। ଏପରିକି ଅନେକ ଚାଷ ଜମିରେ ମାଟି…
ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା
ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳୁ ସମସ୍ତ ନୀତିକାନ୍ତି କରାଯିବା…
ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ
ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି।…

