ସ୍ତ୍ରୀଙ୍କୁ ନେଇଗଲେ ବାପଘର ଲୋକେ: ସ୍ବାମୀ ଥାନାର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ରବି କହିଛନ୍ତି। ଅପରପକ୍ଷରେ ଥାନା ଅଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି, ରବିଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ହେଲେ ରବି ଯେଉଁ ଯୁବତୀଙ୍କୁ ସ୍ତ୍ରୀ ବୋଲି ଦାବି କରୁଛନ୍ତି ସେ ତାଙ୍କର ପ୍ରେମିକା। ରବି ତାଙ୍କୁ ବିବାହ କରି ନ ଥିଲେ ମଧ୍ୟ ଏକାଠି ରହୁଥିଲେ। ସମ୍ପୃକ୍ତା ଯୁବତୀଙ୍କ ବାପା ତାଳଚେର ଥାନାରେ ପୂର୍ବରୁ ଏକ ଅପହରଣ ଅଭିଯୋଗ କରିଥିଲେ। ପୋଲିସ ଯୁବତୀଙ୍କ ସହ ଯୋଗାଯୋଗ କରିବା ପରେ ସେ ତାଙ୍କ ପ୍ରେମିକଙ୍କ ସହ ଥିବା ଜାଣିବାକୁ ପାଇଥିଲା। ତେବେ ରବି ଓ ତାଙ୍କ ପ୍ରେମିକାଙ୍କୁ ରେଜେଷ୍ଟ୍ରି ବିବାହ ପାଇଁ ପୋଲିସ ଡାକିଥିଲେ ମଧ୍ୟ ଦୁହେଁ ଆସି ନ ଥିଲେ। ରବି ପୂର୍ବରୁ ଦୁଇଟି ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀଙ୍କ କୌଣସି ସନ୍ତାନ ନ ଥିବାବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଗୋଟିଏ ୧୧ ବର୍ଷର ପୁତ୍ର ଅଛି। ଦୁଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ନ ଥିବା ରବି ସମ୍ପୃକ୍ତା ଯୁବତୀଙ୍କ ସହ ରହୁଥିଲେ। ରବି ଘରେ ନ ଥିବା ବେଳେ ଯୁବତୀଙ୍କୁ ବାପା ଓ ଭାଇ କବାଟ ଖୋଲିବାକୁ କହିଥିଲେ। ସେ କବାଟ ଖୋଲିବା ପରେ ତାଙ୍କୁ ଘରକୁ ନେଇଯାଇଛନ୍ତି। ତଥାପି ଏହି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି। କବାଟ କାଟି ଘରୁ ଅପହରଣ କରି ନେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

ବିକାଶ ଠାରୁ ଦୂରରେ ବିଲେଇସାହି

ବଇଣ୍ଡା,୧୩।୩(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ସହରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାଇପ୍‌ ପାଣି, ପକ୍କା ରାସ୍ତା, ନଦୀ ଓ ନାଳ ଉପରେ ପୋଲ ନିର୍ମାଣ ଦିଗରେ...

ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍‌ ଆଡମିନ୍‌

ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ କରାଯାଇଛି।...

ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା

ଅନୁଗୋଳ,୮ା୩(ଅମିତ କୁମାର ସାମଲ): ଅନୁଗୋଳରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଲାଇବ୍ରେରି ବ୍ଲାକ ଡାଇମଣ୍ଡ। ହରିମୌରି ଛକ ନିକଟରେ ନିର୍ମିତ ଏହି ଲାଇବ୍ରେରି ଗତ ଡିସେମ୍ବର ୮ରେ...

ପରିବାରବାଦ ରାଜନୀତିରୁ ବାହାରିପାରେ ଅନୁଗୋଳ

ଅନୁଗୋଳ, ୭।୩ (ଅମିତ କୁମାର ସାମଲ): ଦୀର୍ଘ ୨୪ ବର୍ଷର ବିଜେଡି ନେତୃତ୍ୱାଧୀନ ସରକାରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ପରିବାରବାଦ ରାଜନୀତି। ୨୦୦୦ ମସିହାରୁ...

ଗାଡ଼ି ରଖି ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ

ମାଧପୁର,୫।୩(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ବେହେରାପଡା ଛକ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୁରୁଣା ମାଣତ୍ରି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri