ଅନୁଗୋଳ

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି ଗତ…

୨୫ରୁ ଊର୍ଦ୍ଧ୍ୱ ଦିନ ହେବ ଏଟିଏମ୍‌ ଅଚଳ: ୬ ପଞ୍ଚାୟତ ଲୋକେ ହନ୍ତସନ୍ତ

ମାଧପୁର, ୧୭।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍‌ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ ଖରାପ ହୋଇପଡ଼ିଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…

ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍‌ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ…

କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କଣିହାଁ ବନାଞ୍ଚଳ ଅଧୀନ ଜଙ୍ଗଲ ଛାଡ଼ି ଉକ୍ତ ହାତୀ…

ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍‌: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟେଶନରେ ଥିବା ଅନ୍ୟ…

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ଉପରେ…

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ ଏହାକୁ…

ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ ଆବଶ୍ୟକ ବର୍ଷା ଅଭାବରୁ ଅନୁଗୋଳ ଜିଲାରେ ଚାଷ ଜୋରଦାର ହୋଇପାରୁ ନାହିଁ। ବିଶେଷକରି ରୁଆ…

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି :କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଏମ୍‌ପି

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଏବଂ ଆଠମଲ୍ଲିକ ବ୍ଲକରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ସମ୍ବଲପୁର ଏମ୍‌ପି ନୀତୀଶ ଗଙ୍ଗଦେବ ଦାବି କରିଛନ୍ତି। ଏ ନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାକ୍ଷାତ କରି ଏକ…

ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ ଅବହେଳା କାରଣରୁ ସସ୍‌ପେଣ୍ଡ କରାଯାଇଥିଲା। ଏହାକୁ ବିରୋଧ କରି ସ୍କୁଲ ପରିଚାଳନା କମିଟିର ସୁଲେଖା…

ଜୀବନ ପାଲଟିଛି ବୋଝ:ସହାୟତା ଅପେକ୍ଷାରେ ଚମ୍ପା ହଁାସଦା

ବଅଁରପାଳ, ୧୬।୭ (ଡି.ଏନ୍‌.ଏ.) ଦେହରେ ବଳ ଥିବାବେଳେ ନାଲ୍‌କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ ରୋଗଗ୍ରସ୍ତ ଜୀବନ ଯେପରି ବୋଝ ପାଲଟିଯାଇଛି ତାଙ୍କ ପାଇଁ। ସୁସ୍ଥ ହେବାକୁ ନା ଅଛି…

କବି ରମେଶଙ୍କୁ ଶ୍ରେଷ୍ଠ ସାହିତ୍ୟ ସମ୍ମାନ

ବଇଣ୍ଡା,୧୫।୭ (ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ କବି ରମେଶଚନ୍ଦ୍ର ମିଶ୍ରଙ୍କୁ ରବିବାର ଶ୍ରେଷ୍ଠ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦୁଝର ଘଟଗାଁରେ ସଂଯୋଗୀ ସଜଫୁଲ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଉତ୍ତରୀୟ ଓ ମାନପତ୍ର ଦେଇ ମୁଖ୍ୟଅତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?