ଗୋଧି ଗିଳୁଥିବା ଅହିରାଜକୁ ଗୁଳି ଘଟଣା: ଶିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜନୈତିକ ଚାପ ଚର୍ଚ୍ଚା

ବନ୍ତଳା,୧୪ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆସ୍ଥିତ ପାଣ୍ଡୁରୀଶୁଣି ପାହାଡ଼ରେ ଗତ ୧୦ ତାରିଖରେ ଗୋଧି ଗିଳୁଥିବା ଏକ ଅହିରାଜକୁ ଶିକାରୀମାନେ ଗୁଳି କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ବନ ବିଭାଗ ସାପର ମୃତଦେହ ଜବତ ସହ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହେଲେ ଘଟଣା ଏବେ ରାଜନୈତିକ ମୋଡ଼ ନେଇଥିବା ଆଲୋଚନା ହେଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ବନ ବିଭାଗର ଦୁଇ ଅଧିକାରଙ୍କ କଥାରେ ତାଳମେଳ ନ ରହିବା ମାମଲାକୁ ଆହୁରି ରହସ୍ୟମୟ କରିଦେଇଛି। ଜଣେ ଅଧିକାରୀ ରିପୋର୍ଟ ଆସି ନ ଥିବା କହୁଥିବା ବେଳେ ଅନ୍ୟ ଜଣେ ଅଧିକାରୀ ରିପୋର୍ଟରେ ଗୁଳି ନୁହେଁ, ଗାଡ଼ି ଚଢ଼ିଯିବାରୁ ସାପର ମୃତ୍ୟୁ ହେବା ଉଲ୍ଲେଖ ଥିବା କହିଛନ୍ତି। ଅପରପକ୍ଷରେ ବନ ବିଭାଗର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ମାନେ।
କେତେଜଣ ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ବାରଗୌଣିଆ ପଞ୍ଚାୟତରେ ଶିକାରୀ ସକ୍ରିୟ ରହିଛନ୍ତି। ସେମାନଙ୍କ ନିକଟରେ ୮ଟି ବେଆଇନ ଦେଶୀ ବନ୍ଧୁକ ରହିଛି। ଦୈନିକ ଉକ୍ତ ବନ୍ଧୁକ ଧରି ସେମାନେ ପାଣ୍ଡୁରୀଶୁଣି ପାହାଡ଼, ନୂଆଖେତା ରିଜର୍ଭ ଜଙ୍ଗଲରେ ଶିକାର କରୁଛନ୍ତି। ପୂର୍ବରୁ ବାରଗୌଣିଆ ଅଞ୍ଚଳରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଗତ ୧୦ ତାରିଖରେ କେତେଜଣ ଶିକାରୀ ପାଣ୍ଡୁରୀଶୁଣି ପାହାଡ଼ରେ ଅହିରାଜକୁ ଗୁଳି କରିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଗଁା ଲୋକେ ମୃତ ସାପକୁ ଗ୍ରାମକୁ ନେଇଆସିଥିବା ବେଳେ ବିଭାଗୀୟ ଅଧିକାରୀମାନେ ସେଠାରେ ପହଞ୍ଚି ତାହାକୁ ଜବତ କରିଥିଲେ। ଅହିରାଜର ଫଣା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନ ଥିଲା। ଫଣାରେ ଗୁଳି ବାଜିଥିବା ଭଳି ଏକ ଗର୍ତ୍ତ ହୋଇଥିବା ଗ୍ରାମବାସୀ ବନ ଅଧିକାରୀଙ୍କୁ ଦେଖାଇଥିଲେ। ଏହାପରେ ବନ ବିଭାଗ ଘଟଣାସ୍ଥଳକୁ ଆଦୌ ଯାଇନାହିଁ କି ମୃତ ଗୋଧିକୁ ମଧ୍ୟ ଆଣି ବ୍ୟବଚ୍ଛେଦ କରିନାହିଁ। ଏବେ ଘଟଣାରେ ରାଜନୀତି ପଶିଯାଇଛି। ଗିରଫ ଭୟରେ ଶିକାରୀମାନେ ଆତ୍ମଗୋପନ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ୨୦ରୁ ୩୦ ଜଣ କର୍ମୀ ଶୁକ୍ରବାର ଜିଲାର ଜଣେ ବିଧାୟକଙ୍କୁ ଭେଟି ଶିକାରୀମାନଙ୍କୁ ଗିରଫ ନ କରିବା ପାଇଁ ଦାବି କରିଥିବା ଏବେ ଗ୍ରାମରେ ଆଲୋଚନା ହେଉଛି। ସମ୍ପୃକ୍ତ ଶିକାରୀମାନେ ଉକ୍ତ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବାରୁ ମାମଲା ରଫାଦଫା ପାଇଁ ଦାବି କରାଯିବା ଏପରି କି ଗଁା ଲୋକଙ୍କଠାରୁ ଦସ୍ତଖତ ନିଆଯାଉଥିବା ଚର୍ଚ୍ଚା ହେଉଛି। ଏଭଳି ସମୟରେ ଅହିରାଜର ମୃତ୍ୟୁ ଗାଡ଼ି ଚଢ଼ିଯିବା କାରଣରୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯିବା ନିଶ୍ଚିତ ସନ୍ଦେହଜନକ। ରାଜନୈତିକ ଚାପରେ ଏପରି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବନ୍ତଳା ରେଞ୍ଜର ଡିଲେଶ୍ୱର ପ୍ରଧାନ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ଆସିନାହିଁ। ଘଟଣାର ତଦନ୍ତ ଜାରି ରହିଥିବାରୁ କିଛି କହି ହେବନାହିଁ। ବେଆଇନ ଦେଶୀ ବନ୍ଧୁକ ଉପରେ ତଦନ୍ତ କରାଯିବ। ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ କହିଛନ୍ତି, ଅହିରାଜର ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ବନ୍ଧୁକ ଗୁଳିରେ ଶିକାର ହୋଇନାହିଁ। ମୋଟର ଗାଡ଼ି ମାଡି ଯିବାରୁ ମୃତ୍ୟୁ ହୋଇଛି। ସାପ ଶରୀରର କୌଣସି ଠାରେ କ୍ଷତ ଚିହ୍ନ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ପିପୁଲ୍ସ ଫର ଆନିମଲ୍ସର ଅନୁଗୋଳ ଚେୟାରମ୍ୟାନ ବିପ୍ଳବ ମହାପାତ୍ର କହିଛନ୍ତି, ଅହିରାଜକୁ ଶିକାର କରାଯିବା ସତ୍ୟ। ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ଦରକାର। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯିବା ଆବଶ୍ୟକ। ପୂର୍ବତନ ୱାଇଲ୍ଡ ଲାଇଫ ୱାଡେନ ତଥା ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସଦସ୍ୟ ସଞ୍ଜୀବ କୁମାର ଦାସ କହିଛନ୍ତି, ୨୦୧୫ରେ ଏକ ସାପକୁ ଗୁଳି ଦ୍ୱାରା ଶିକାର କରାଯାଇଥିଲା। ସେହି ସମୟରେ ଠିକ୍‌ ଭାବରେ ତଦନ୍ତ ହୋଇଥିଲେ ଆଜି ଏପରି ଘଟି ନ ଥାନ୍ତା। ଘଟଣା ସମ୍ପର୍କରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଜୟ ମହାପାତ୍ର କହିଛନ୍ତି, ଅହିରାଜକୁ ଗୁଳି ସମ୍ପର୍କରେ ହ୍ବାଟ୍ସଆପରେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri