ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.)

ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି ଅଧିକ ୟୁନିଟ୍‌ ବନ୍ଦ ହେବାର ଆଶଙ୍କା ଥିବାରୁ ଏହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଜଗନ୍ନାଥ ଖୋଲା ମୁହଁ କୋଇଲା ଖଣି (ଓସିପି)ରୁ ଉପତ୍ାଦନ ହ୍ରାସ ଯୋଗୁ ଟିଟିପିଏସ୍‌ରେ କୋଇଲା ଅଭାବ ଦେଖାଦେଇଥିବା କୁହାଯାଉଛି।
୪୬୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ବିଶିଷ୍ଟ ଟିଟିପିଏସ୍‌ରେ ୬ ଗୋଟି ୟୁନିଟ୍‌ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏହି ପରିମାଣର କୋଇଲା ଯୋଗାଣ ହେଉ ନ ଥିବାରୁ ରବିବାରଠାରୁ ପ୍ଲାଣ୍ଟର ୧, ୩ ଓ ୫ ନମ୍ବର ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ର ସିଂହଭାଗ ଓଡ଼ିଶାକୁ ମିଳିଥାଏ। ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। କିନ୍ତୁ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକ ଜାଗା ଉପଲବ୍ଧ ନ ଥିବାରୁ ଦୈନିକ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ ଟନ୍‌ କୋଇଲା ଉପତ୍ାଦନ ହେଉଛି। ଗତ ଶୁକ୍ରବାର ୨୪ଶହ ଟନ୍‌ କୋଇଲା ଉପତ୍ାଦନ ହୋଇଥିଲା। ଷ୍ଟକ୍‌ ୟାର୍ଡରେ କୋଇଲା ନ ଥିବା ବେଳେ ଏବେ ଦିନକୁ ମାତ୍ର ୩ ହଜାର ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ସମ୍ଭବ ହୋଇପାରୁଛି। ଜଗନ୍ନାଥ ଖଣି ପାଇଁ ରାକସ ଗ୍ରାମକୁ ଅଧିଗ୍ରହଣ କରାଯାଇ ସମସ୍ତ କ୍ଷତିପୂରଣ ପ୍ରଦାନ ସହ ନାତିଡ଼ିଠାରେ ଗ୍ରାମବାସୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗ୍ରାମବାସୀ ନାଲି ପତାକା ମାରି ଜାଗା ଛାଡ଼ୁନାହାନ୍ତି। ଫଳରେ ଖଣି କାର୍ଯ୍ୟ ଆଗେଇପାରୁ ନାହିଁ। ଆବଶ୍ୟକ ପରିମାଣର କୋଇଲା ମିଳୁନାହିଁ ଏବଂ ଷ୍ଟକ୍‌ ୟାର୍ଡରେ କୋଇଲା କମ୍‌ ରହିଥିବାରୁ ୩ ଗୋଟି ୟୁନିଟ୍‌ ବନ୍ଦ କରାଯାଇଛି ବୋଲି ଟିଟିପିଏସ୍‌ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ.କେ. ଚୌଧୁରୀ କହିଛନ୍ତି, ଜମି ଅଭାବରୁ ଏବେ ଦିନକୁ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଉତ୍ପାଦନ ହେଉଛି। ଏହାକୁ ଟିଟିପିଏସ୍‌କୁ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri