ଅନୁଗୋଳ

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଛାତ୍ରୀଛାତ୍ରମାନେ…

ଅନୁଗୋଳରେ ଯୋଗଦେଲେ ନୂତନ ଆର୍‌ଟିଓ

ଅନୁଗୋଳ ଅଫିସ, ୭।୧୨ – ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଭାବେ ଜିତେନ୍ଦ୍ର କୁମାର ଭୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କେନ୍ଦୁଝରରେ ଏମ୍‌ଭିଆଇ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ପୂର୍ବରୁ ଥିବା ଆରଟିଓ ଧନଞ୍ଜୟ ସେନାପତିଙ୍କ ପଦୋନ୍ନତି…

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ ପରିଚୟ ମିଳିପାରି ନ ଥବା ବେଳେ ତାଙ୍କୁ ଲୋକେ ଉଦ୍ଧାରକରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ: ମାନବସେବା ହିଁ ମାଧବ ସେବା: ଜିଲାପାଳ

ତାଳଚେର,୬।୧୨(ନି.ପ୍ର.): ଅନୁଗୋଳ ଜିଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୫୭ତମ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଛନ୍ତି। ଏହାସହ…

ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଥିବା ବୋଟିଂ ବ୍ୟବସ୍ଥା ୧୪ ମାସ ପରେ ପୁନଃ ଆରମ୍ଭ ହୋଇଛି।…

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ବିରୋଧ:୧୯ ଆନ୍ଦୋଳନକାରୀ ଗିରଫ, ଉତ୍ତେଜନା

ତାଳଚେର,୬ା୧୨(ନି.ପ୍ର.) କୋଇଲା ପରିବହନରେ ସୁବ୍ୟବସ୍ଥା ପାଇଁ ଏମ୍‌ସିଏଲ୍‌ର ବଳରାମ ଖଣିରେ ଗୁରୁବାର ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରାଯାଇଥିଲେ ହେଁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କାର୍ଯ୍ୟର କିଛି ସମୟ ପରେ ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଏହାକୁ…

୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ

ଅନୁଗୋଳ ଅଫିସ୍‌, ୫।୧୨: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ ପ୍ରଦାନ କରାଯାଇଛି। ଚଳିତବର୍ଷ ମାଟିର କ୍ଷୟ କମ…

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ

ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ଏମ୍‌ପି ମହେଶ…

ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା ଚାଲାଣ ହେଉଛି। ଏ ନେଇ ଚନ୍ଦନପୁର ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ…

ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ

ଛେଣ୍ଡିପଦା,୪।୧୨(ସ୍ବ.ପ୍ର.)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ ଗୃହକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ…

ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ ସୋମବାର ବର୍ଜ୍ୟପାଣି ଚାଷ ଜମିକୁ ଛାଡ଼ିବା ଦ୍ୱାରା ଗ୍ରାମର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା…

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଆଲୋଚନା ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲେ ବି ବୈଠକ ହୋଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?