ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଥିବା ବୋଟିଂ ବ୍ୟବସ୍ଥା ୧୪ ମାସ ପରେ ପୁନଃ ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ଟି ବୋଟ୍‌ କିଣାଯାଇଥିବାରୁ ଏବେ ପର୍ଯ୍ୟଟକମାନେ ପୂର୍ବପରି ସାତକୋଶିଆର ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରିପାରିବେ। ଉକ୍ତ ୫ଟି ବୋଟ୍‌ ମଧ୍ୟରୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ୨ଟି ଓ ବନ୍ୟପ୍ରାଣୀ ପିସିସିଏଫଙ୍କ ତତ୍ତ୍ୱାବଧାନରେ ୩ଟି ବୋଟ କ୍ରୟ କରାଯାଇଛି। ଇତିମଧ୍ୟରେ ନୂତନ ବୋଟ୍‌ର ପୂଜାର୍ଚ୍ଚନା ସହ ପର୍ଯ୍ୟଟକଙ୍କୁ ବୁଲାଇବା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ବୋଟ୍‌ରେ ୮ ଜଣ ଲେଖାଏ ବସିବାର ବ୍ୟବସ୍ଥା ରହିଛି। ଦୁଇଟି ବୋଟ୍‌କୁ ଇକୋଟୁରିଜମ ପାଇଁ ଦିଆଯାଇଛି। ଗୋଟିଏ ବୋଟ୍‌ ବୁକିଂ କରିବାକୁ ପର୍ଯ୍ୟଟକମାନଙ୍କୁ ୧୬ ଶହ ଟଙ୍କା ଦେବାକୁ ପଡିବ। ସେମାନେ ଗଣ୍ଡରେ ୪୫ ମିନିଟ୍‌ ବୁଲିବା ସହିତ ବିଦେଶୀ ପକ୍ଷୀ, ଘଡ଼ିଆଳ ଓ ମଗର କୁମ୍ଭୀର ଦେଖି ପାରିବେ। ବୋଟ୍‌ରେ ଲାଇଫ ଜ୍ୟାକେଟର ବ୍ୟବସ୍ଥା ଥିବାବେଳେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଚାଳକଙ୍କୁ ନିଯୁକ୍ତି ସହିତ ଗାଇଡଙ୍କୁ ମଧ୍ୟ ସେବାରେ ରଖାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ୧୨ରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଟିକରପଡା ପଞ୍ଚାୟତ ହାତିବାରି ଗ୍ରାମର କୈଳାସ ସାଏ (୫୦)ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ରେଞ୍ଜ କାର୍ଯ୍ୟାଳୟ, ବିଟ ଘର, ବନ ବିଭାଗ ବଙ୍ଗଳା ସହିତ ଗଣ୍ଡରେ ଥିବା ୫ଟି ବୋଟ୍‌କୁ ପୋଡ଼ି ଦେଇଥିଲେ। ସେବେଠାରୁ ଗଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ ବୋଟ୍‌ରେ ବୁଲିବା ବ୍ୟବସ୍ଥା ବନ୍ଦ ହୋଇ ଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri