ଅପରାଧ

ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଗୁରୁବାର କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି।…

ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗୀର ଏସ୍‌ପି ଅଫିସରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସିଙ୍କ କୋର୍ଟକୁ ନିଆଯାଇଛି। ମଙ୍ଗଳବାର କଳାହାଣ୍ଡି ଜିଲା…

କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା…

ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍‌ ଭିତରେ ମମିତାଙ୍କୁ ବୋର୍ଡା ଗାଁ…

ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା: ଆଖୁ କିଆରିରୁ ଧରା ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର  ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶେଷରେ ଧରା ପଡ଼ିଛନ୍ତି। ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରେ ଲୁଚି ରହିଥିବା ବେଳେ ପୋଲିସ ହାତରେ…

ସ୍ବାମୀଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କଲେ ସ୍ତ୍ରୀ

ଝାରବନ୍ଧ,୧୮ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସମାରୀ ବରିହା(୩୨) ଘରେ ସ୍ବାମୀ ସଦାଶିବଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ…

ରାଜଧାନୀରେ ମାତିଛନ୍ତି ଚୋର ଗ୍ୟାଙ୍ଗ୍‌: ବାଲ୍‌କୋନି କବାଟ ଭାଙ୍ଗି ନେଇଗଲେ ୨୦ଲକ୍ଷ ଟଙ୍କାର ଗହଣା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ଅନ୍ଧାର ବଢ଼ିବାମାତ୍ରେ ଗଳିକନ୍ଦିରୁ ରାଜରାସ୍ତା ସବୁଠି ଅପରାଧୀଙ୍କ ରାଜ୍‌ ଚାଲୁଛି। ଲୋକେ ଶୋଇଯିବା ପରେ କମିଶନରେଟ ପୋଲିସ ବି ଶୋଇଯାଉଛି। ପାଟ୍ରୋଲିଂ ଠିକ୍‌ ହେଉ ନ ଥିବାରୁ ବାରମ୍ବାର ଚୋରି, ଡକାୟତି, ଲୁଟ୍‌, ହତ୍ୟା…

ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ସକାଳ ପ୍ରାୟ ୭ଟାରୁ ଏକକାଳୀନ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ନେବ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି। ୫ ଦିନିଆ ରିମାଣ୍ଡରେ…

ତଦନ୍ତ ଘେରରେ ସାଉଥସିଟି ହୋଟେଲ, ମୁଖ୍ୟ ଅଭିଯୁକ୍ତ କିଏ…

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ହୋଟେଲ ଓ…

ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର ଥାନା ପୋଲିସ। ସେମାନେ ହେଲେ ଛତିଶଗଡ଼ର ମୋହନ ସୁଲାଙ୍କୀ(୫୦) ଓ ଘନଶ୍ୟାମ ସୁଲାଙ୍କୀ(୫୦)। ସେମାନଙ୍କଠାରୁ…

ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ଧରିତ୍ରୀ ଜିଲା ପ୍ରତିନିଧିଙ୍କୁ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri