ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ସକାଳ ପ୍ରାୟ ୭ଟାରୁ ଏକକାଳୀନ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁରରେ ଥିବା ନିଜସ୍ବ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ତେବେ ଏହି ଚଢ଼ାଉ ସୋମବାର ସକାଳ ୬ଟାରେ ସରିଛି।

ଏହି ଚଢ଼ାଉରେ ପ୍ରଦୀପଙ୍କ ଘରୁ ଜମି କିଣାବିକାର କାଗଜପତ୍ର, ବିପୁଳ ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କର ଜମାଖାତା, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ, ଲାପଟପ୍‌, ମୋବାଇଲ ଏବଂ ଅନ୍ୟାନ୍ୟ କାଗଜପତ୍ର ଆଦି ଜବତ କରିଛି। ଏଥିସହ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଟଙ୍କା ମିଳିଛି। ଏହି ଚଢାଉରେ ଭିଜିଲାନ୍ସର ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି, ୧୭ ଜଣ ଡିଏସ୍‌ପି ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଦୀପଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ୨୦୨୦ ଡିସେମ୍ବର ୯ରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଏକ ମାମଲା (ନଂ. ଏଲ୍‌ୱାଇ ୧୩୪୮/୨୦୨୦) ରୁଜୁ କରି ଡିସେମ୍ବର ୧୧ରେ ଭିଜିଲାନ୍ସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ବିରୋଧରେ ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏପରି କି ଲୋକାୟୁକ୍ତଙ୍କ ରିଭ୍ୟୁ ପିଟିଶନକୁ ମଧ୍ୟ ହାଇକୋର୍ଟ ୨୦୨୧ ଏପ୍ରିଲ୍‌ ୭ରେ ଖାରଜ କରିଦେଇଥିଲେ। ଫଳରେ ଲୋକାୟୁକ୍ତ ସୁପ୍ରିମ୍‌କୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ହେଲେ ଲୋକାୟୁକ୍ତ ଦାଖଲ କରିଥିବା ଏସ୍‌ଏଲ୍‌ପିରେ ଅସତ୍ୟ ତଥ୍ୟ ଦାଖଲ କରି ସୁପ୍ରିମ୍‌କୋର୍ଟଙ୍କୁ ଭ୍ରମିତ କରୁଛନ୍ତି। ତେଣୁ ଲୋକାୟୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ ୨୦୨୧ ଅଗଷ୍ଟ ୨୩ରେ ସୁପ୍ରିମ୍‌କୋର୍ଟରେ ନିବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଉକ୍ତ ଆବେଦନର ଶୁଣାଣି କରି ସମାନ ପ୍ରସଙ୍ଗରେ ଦୁଇଟି ମାମଲା ଚାଲିପାରିବ ନାହିଁ ଦର୍ଶାଇ ପ୍ରଦୀପଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
ଅନ୍ୟପକ୍ଷରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭିଜିଲାନ୍ସ କରିଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ, ପ୍ରଦୀପ ୨୦୦୯ ମେ’ ୨୪ରୁ ୨୦୨୦ ନଭେମ୍ବର ୩୦ ମଧ୍ୟରେ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଗତ ମେ’ ୨୮ରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଲୋକାୟୁକ୍ତ ରିପୋର୍ଟକୁ ଅନୁଶୀଳନ କରିବା ପରେ ଏନେଇ ମାମଲା ରୁଜୁ କରି ଅଧିକ ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଗତ ୪ ତାରିଖରେ ଭିଜିଲାନ୍ସ ମାମଲା (ନଂ.୬/୨୧) ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା।
ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନୀରେ ଚାକିରି କରାଇଦେବା ଆଳରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱ୍ୟାଇଁ ତଥା ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ପ୍ରଦୀପଙ୍କୁ ଡିସେମ୍ବର ୩ରେ ଗିରଫ କରାଯାଇଥିବାବେଳେ ୭ ମାସ ପରେ ଅର୍ଥାତ ଜୁନ ୧୨ରେ ସେ ଜାମିନରେ ମୁକୁଳିଥିଲେ। ଅପରପକ୍ଷରେ ଆକାଶ ପାଠକ ଏବେ ବି ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri