ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର ଥାନା ପୋଲିସ। ସେମାନେ ହେଲେ ଛତିଶଗଡ଼ର ମୋହନ ସୁଲାଙ୍କୀ(୫୦) ଓ ଘନଶ୍ୟାମ ସୁଲାଙ୍କୀ(୫୦)। ସେମାନଙ୍କଠାରୁ ୨ କେଜି ନକଲି ସୁନା ଅଳଙ୍କାର ଜବତ ହୋଇଛି। ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ନକଲି ସୁନାକୁ ୫୦ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା। ସୂଚନା ମୁତାବକ, ମୋହନ ଓ ଘନଶ୍ୟାମ ନକଲି ସୁନା ବିକ୍ରି କରିବାକୁ ବିଭିନ୍ନ ବସ୍‌ ଷ୍ଟପ ଓ ରେଳ ଷ୍ଟେଶନରେ ଘୂରି ବୁଲି ଲୋକଙ୍କୁ ଟାର୍ଗେଟ କରୁଥିଲେ। ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ଏପରି କି ବଜାର ମୂଲ୍ୟଠାରୁ ଅଧା ଦାମ୍‌ରେ ସୁନା ଦେବେ ବୋଲି କହୁଥିଲେ। ଯିଏ ଲୋଭରେ ପଡି କିଣିବାକୁ ଚାହୁଁଥିଲେ, ଦୁଇ ଠକ ସେମାନଙ୍କଠାରୁ ଟଙ୍କା ପାଇବା ପରେ କୌଶଳକ୍ରମେ ନକଳି ସୁନା ଧରାଇ ଚମ୍ପଟ ମାରୁଥିଲେ। ଏମିତି ଢ଼ଙ୍ଗରେ ଏହି ଦୁଇଜଣ ଜୟଦେବବିହାର ବସ୍‌ ଷ୍ଟପ୍‌ରେ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନାକୁ ୧୫ ଲକ୍ଷରେ ବିକ୍ରି କରିବେ ବୋଲି କହି ଫସାଉଥିଲେ। ଖବର ପାଇ ଶହୀଦନଗର ଥାନା ପୋଲିସ ସେଠାରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା। ପୋଲିସ ସେମାନଙ୍କଠାରୁ ୨ କିଲୋ ଓଜନର ନକଲି ସୁନା ଓ ୫ ହଜାର ଟଙ୍କାର ଅସଲି ସୁନା ସମେତ ୨ଟି ମୋବାଇଲ ଫୋନ୍‌ ଜବତ କରିଥିଲା। ଆଗକୁ ଧନତେରାସ ଥିବାରୁ ଲୋକଙ୍କୁ ଠକିବା ଲାଗି ଏମାନେ ଭୁବନେଶ୍ୱରରେ ଡ଼େରା ପକାଇଥିବା କହିଥିଲେ। ଏମାନେ ଏପରି ଆଉ କାହାକୁ ଠକିଛନ୍ତି ଓ ତାଙ୍କ ର଼୍ୟାକେଟରେ କେଉଁମାନେ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?