ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର ଥାନା ପୋଲିସ। ସେମାନେ ହେଲେ ଛତିଶଗଡ଼ର ମୋହନ ସୁଲାଙ୍କୀ(୫୦) ଓ ଘନଶ୍ୟାମ ସୁଲାଙ୍କୀ(୫୦)। ସେମାନଙ୍କଠାରୁ ୨ କେଜି ନକଲି ସୁନା ଅଳଙ୍କାର ଜବତ ହୋଇଛି। ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ନକଲି ସୁନାକୁ ୫୦ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା। ସୂଚନା ମୁତାବକ, ମୋହନ ଓ ଘନଶ୍ୟାମ ନକଲି ସୁନା ବିକ୍ରି କରିବାକୁ ବିଭିନ୍ନ ବସ୍‌ ଷ୍ଟପ ଓ ରେଳ ଷ୍ଟେଶନରେ ଘୂରି ବୁଲି ଲୋକଙ୍କୁ ଟାର୍ଗେଟ କରୁଥିଲେ। ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ଏପରି କି ବଜାର ମୂଲ୍ୟଠାରୁ ଅଧା ଦାମ୍‌ରେ ସୁନା ଦେବେ ବୋଲି କହୁଥିଲେ। ଯିଏ ଲୋଭରେ ପଡି କିଣିବାକୁ ଚାହୁଁଥିଲେ, ଦୁଇ ଠକ ସେମାନଙ୍କଠାରୁ ଟଙ୍କା ପାଇବା ପରେ କୌଶଳକ୍ରମେ ନକଳି ସୁନା ଧରାଇ ଚମ୍ପଟ ମାରୁଥିଲେ। ଏମିତି ଢ଼ଙ୍ଗରେ ଏହି ଦୁଇଜଣ ଜୟଦେବବିହାର ବସ୍‌ ଷ୍ଟପ୍‌ରେ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନାକୁ ୧୫ ଲକ୍ଷରେ ବିକ୍ରି କରିବେ ବୋଲି କହି ଫସାଉଥିଲେ। ଖବର ପାଇ ଶହୀଦନଗର ଥାନା ପୋଲିସ ସେଠାରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା। ପୋଲିସ ସେମାନଙ୍କଠାରୁ ୨ କିଲୋ ଓଜନର ନକଲି ସୁନା ଓ ୫ ହଜାର ଟଙ୍କାର ଅସଲି ସୁନା ସମେତ ୨ଟି ମୋବାଇଲ ଫୋନ୍‌ ଜବତ କରିଥିଲା। ଆଗକୁ ଧନତେରାସ ଥିବାରୁ ଲୋକଙ୍କୁ ଠକିବା ଲାଗି ଏମାନେ ଭୁବନେଶ୍ୱରରେ ଡ଼େରା ପକାଇଥିବା କହିଥିଲେ। ଏମାନେ ଏପରି ଆଉ କାହାକୁ ଠକିଛନ୍ତି ଓ ତାଙ୍କ ର଼୍ୟାକେଟରେ କେଉଁମାନେ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri