ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍‌ ଭିତରେ ମମିତାଙ୍କୁ ବୋର୍ଡା ଗାଁ ନିକଟରେ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କରିବା ପରେ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ବୋଲି ସ୍ବୀକାର କରିଥିବା ଜଣାପଡ଼ିଛି।  ଉତ୍ତରାଞ୍ଚଳ ଡିଆଇଜି ଡା ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେବେ ବୋଲି ଜଣାପଡ଼ିଛି । ମଙ୍ଗଳବାର କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡ଼ିଆ ଖୋଳା ଯିବା ପରେ ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି, ଏକ ସୁନାଚେନ ଓ ଏକ ବ୍ୟାଗ ମିଳିଥିଲା ଓ ବଙ୍ଗୋମୁଣ୍ଡା ଥାନାର ବୁଢୀପଦର ଗାଁ ଆଖୁ କିଆରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ବରୀ,୧୪|୮(ସ୍ବ.ପ୍ର.)- ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ମଙ୍ଗଳବାର ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା...

ବଜ୍ରପାତରେ ଗାଈ ଜଗୁଆଳି ମୃତ

ଲଖନପୁର, ୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ଗାଈ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲିଆବାହାଳ ଗ୍ରାମର ଡୋଲାମଣି ବାଗ(୫୫)।...

ରୂପ୍‌ସା ଜଙ୍କଶନରେ ଫୁଟ୍‌ ଓଭରବ୍ରିଜ ନିର୍ମାଣ ତ୍ୱରାନ୍ବିତ:ଅନୁଧ୍ୟାନ କଲେ ଡିଆରଏମ୍‌

ରୂପ୍‌ସା, ୨୧।୭(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଚାଲିଥିବା ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ଶେଷ...

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ଲୁଚାଇ ଦେଲେ ବାକ୍ସରେ

ବାରିପଦା ଅଫିସ,୮ା୭- ପରିବାର ଲୋକଙ୍କ ଅନୁପସ୍ଥିତିରେ ପ୍ରେମିକଙ୍କୁ ଘରକୁ ଡାକିଥିଲେ ପ୍ରେମିକା। ଦୁହେଁ ବ୍ୟସ୍ତ ଥିବାବେଳେ ହଠାତ୍‌ ଘରେ ପହଞ୍ଚିଥିଲେ ଯୁବତୀଙ୍କ ଭାଇ। କିଛି ଉପାୟ...

ଭିଜିଲାନ୍ସ ଜାଲରେ ଏନ୍‌ଏସି ଜମାଦାର

ବରଗଡ଼ ଅଫିସ,୧୭ା୨: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସି ଜମାଦାର ଦୀନବନ୍ଧୁ ପଣ୍ଡା ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣଙ୍କଠାରୁ ୨୫ ହଜାର ଲାଞ୍ଚ...

ନନ୍ଦନକାନନରେ ୮ ନୂଆ ଅତିଥି

ବାରଙ୍ଗ,୨୧।୧୨(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ରବିବାର ରାତି ୯ଟାରେ ନୂଆ ଅତିଥି ଆସିଛନ୍ତି। ଚଳିତବର୍ଷ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋରର କମଳା ନେହୁରୁ ପ୍ରାଣୀ ସଂଗ୍ରାହଳୟରୁ ୨ଟି...

ନେଳିଆବାଗ୍‌ର ୬୧ନଂ ଆକ୍ରାନ୍ତ ପାଲଟିଛନ୍ତି ‘ସୁପର୍‌ ସ୍ପ୍ରେଡର୍‌’; ୧୨ଜଣଙ୍କୁ କଲେଣି ସଂକ୍ରମିତ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାଲେଶ୍ୱର ନେଳିଆବାଗର ୬୧ନଂ କରୋନା ପଜିଟିଭ୍‌ ବ୍ୟକ୍ତି ‘ସୁପର୍‌ ସ୍ପ୍ରେଡର୍‌’ ପାଲଟିଛନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳର...

ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଖଣ୍ଡପଡ଼ା,୨୪ା୬(ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଖଣ୍ଡପଡ଼ା ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ...

Advertisement
Archives

Model This Week