ଅପରାଧ

ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ବ୍ରାଉନ୍‌ସୁଗାର ଜବତ: ୪ ଗିରଫ

ବାଲେଶ୍ୱର ଅଫିସ,୧୮।୬: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରି ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ଏକ କାରରେ ଯାଉଥିବା ୧ କିଲୋରୁ ଊଦ୍ଧର୍‌ବ ବ୍ରାଉନସୁଗାର ଜବତ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ ୪...

ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ, ଜଣେ ଗିରଫ

ବଇଣ୍ଡା,୧୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବାଜପୁର ଗ୍ରାମ ଜାମ୍ବୁସାହିଠାରୁ ରବିବାର ବିଳମ୍ବିତ ରାତିରେ ବାମୁର ବନବିଭାଗ ଏକ ପିକଅପ ଭ୍ୟାନ (ନଂ ଓଡ଼ି୦୧୫କେ୮୦୬୮)ରେ ବୋଝେଇ ହୋଇଥିବା ଚୋରା କେନ୍ଦୁପତ୍ରକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାନରୋହିଲା ଗ୍ରାମର ହିଙ୍ଗୁରାମ ନାଏକଙ୍କୁ...

ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ସୋନପୁର ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି...

ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ୩୫ଲକ୍ଷ ଲୁଟ୍‌ ଘଟଣା : ୩ ଟିମ୍‌ର ଖୋଳତାଡ଼, ମିଳିଛି ସୁରାକ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ନିଆଳିସ୍ଥିତ ଇଣ୍ଡିିଆନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଟିମ୍‌ରେ ସ୍ପେଶାଲ ସ୍କ୍ବାଡ୍‌ ଏବଂ...

ବାଲୁଗାଁରେ ନାକରେ ଲୁହାରଡ୍‌ ପୂରାଇ ବ୍ୟକ୍ତିଙ୍କୁ ହତ୍ୟା ଘଟଣା: ୫୦ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୧୬ା୬- ଗତ ୨୫ ଏପ୍ରିଲରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ନିଶା ସେବନ କରିଥିବା ଜଣେ ବ୍ୟକ୍ତିଙ୍କ ନାକରେ କେହି ଲୁହା ରଡ୍‌ ପୂରାଇଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୫୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ...

ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାଲୁଗାଁ,୧୬।୬(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ୧୬ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‌ ରାସ୍ତା ସରନଈ ଓଭରବ୍ରିଜ୍‌ ପାର୍ଶ୍ୱରୁ ଶନିବାର ସକାଳେ ଜଳୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବାଲୁଗାଁ ପୋଲିସ ଉଦ୍ଧାର କରିଛି । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ...

ରଣପୁରରେ ନବବଧୂଙ୍କୁ ବିଷ ପିଆଇ ହତ୍ୟା : ସ୍ବାମୀ, ଶାଶୁ,ଶ୍ୱଶୁର ଗିରଫ

ରଣପୁର,୧୬।୬(ସ୍ବ.ପ୍ର.)-ଗଣପର୍ବ ରଜକୁ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାବେଳେ ନୟାଗଡ ଜିଲା ରଣପୁର ଥାନା ଅଞ୍ଚଳରେ ପହିଲି ରଜରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମହିଳାଙ୍କ...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବୋମାମାଡ଼ରୁ ସରପଞ୍ଚ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଅଭିଯୁକ୍ତ ନିଜେ ଗୁରୁତର ହୋଇଛନ୍ତି। ଶୁକ୍ରବାର...

ବନ୍ଧୁକ କାରଖାନା ଠାବ: ତିଆରି ସାମଗ୍ରୀ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଶନିବାର ଶ୍ରାନିକେତା ପଞ୍ଚାୟତ ଗୁଞ୍ଜିଟି ଜଙ୍ଗଲରେ ଚଢ଼ାଉ କରାଯାଇ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ଏହା ସହ ଦୁଇଟି ବନ୍ଧୁକ, ଅର୍ଦ୍ଧନିର୍ମିତ ବନ୍ଧୁକ ଏବଂ ବନ୍ଧୁକ ତିଆରି...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ବୋମାମାଡ଼

ପୁରୀ ଅଫିସ,୧୫।୬: ପୁରୀ ଜିଲା ବାସେଳି ସାହି ଥାନା ଅଧୀନ ପଣାପିଆ ଲେନ୍‌ରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ବୋମାମାଡ଼ ହୋଇଛି। ସେ ହେଲେ ଶିବରାମ ପାତ୍ର(୨୨)। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ...

ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ

କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨ ଭଉଣୀ ମୂଷାମରା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଦୀପା ଭୂୟଁା...

୧୯ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

କଟକରୋଡ଼,୧୪।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀ ପଡ଼ିଆ ବସ୍ତରେ କମିଶନରେଟ ପୋଲିସ କୁଇକ ଆକ୍ସନ ଟିମ୍‌ (କ୍ୟୁଏଟି) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଚଢ଼ାଉକରି ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ସେହି ବସ୍ତିରେ ରହୁଥିବା କୁନି...

Advertisement
Archives

Model This Week

Why Dharitri