କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା ସଦାଶିବ ସାମଲ ନାମକ ଜଣେ ବ୍ୟକ୍ତି କୋଦାଳ ବେଣ୍ଟ ଓ ଶିଳ ପୁଆରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସଦାଶିବ ଖଣିରେ ଲୋଡ଼ିଂ ଶ୍ରମିକ ଭାବେ କାମ କରନ୍ତି॥ ଉଭୟ ଦୀର୍ଘବର୍ଷ ହେଲା ସ୍ବାମୀ ଓ ସ୍ତ୍ରୀ ଭାବେ ଏକାଠି ରହି ଚଳି ଆସୁଥିଲେ। ମଙ୍ଗଳବାର ସଦାଶିବ ତାଙ୍କୁ ଭାତ ଖାଇବାକୁ ଡାକିଥିଲେ। ମୁଁ ଖାଇବି ନାହିଁ ବୋଲି ସନ୍ଧ୍ୟା କହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନିଶାଶକ୍ତ ସ୍ବାମୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଦୈତାରି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁଧବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କେନ୍ଦ୍ର ଖୋଲିବାରେ ଅନିୟମିତତା ମାସକ ପରେ ତଦନ୍ତ ଆରମ୍ଭ, ୩ ଜଣଙ୍କ ବୟାନ ରେକର୍ଡ

ଛତ୍ରପୁର,୩୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ପୂର୍ବରୁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା...

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ।...

ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ

ଚୌଦ୍ୱାର,୧୦ା୫(ଡି.ଏନ୍‌.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଜୀବିକା...

୬ ବର୍ଷ ହେଲା ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼,୧୪।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଗାଁ ଗ୍ରାମପଞ୍ଚାୟତ ଉପାନ୍ତ ଦାନିକାପେଲ ଗ୍ରାମବାସୀ ଦୀର୍ଘ ୬ ବର୍ଷ ହେଲା ବିଦ୍ୟୁତ୍‌ ସେବାରୁ...

ଗୋରୁ ଗୋଠ ଉପରେ ବଜ୍ରପାତ

ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...

ବାପିଙ୍କ ସହ ବନ୍ଧୁକ ବେପାରୀ ଗିରଫ

ଅନୁଗୋଳ ଅଫିସ, ୨୭।୫ – ବେଆଇନ ଭାବେ ୩ ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ରଖିବା ଅଭିଯୋଗରେ ଲିଙ୍ଗିରାଯୋଡ଼ି ଅଞ୍ଚଳର ବାପି ଓରଫ ସତ୍ୟଜିତ...

ଧାନକୁ ଛାଡ଼ି ସବୁ ଆମଦାନୀ ପଡୋଶୀ ରାଜ୍ୟରୁ; ଆଳୁ ମିଶନ ଫେଲ: ପଶ୍ଚିମବଙ୍ଗ ଭରସା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କ ଆୟ ୨ଗୁଣା ହୋଇଛି। କୃଷି ଉତ୍ପାଦନ ବଢ଼ିଯାଇଛି। ୫ଥର ରାଜ୍ୟକୁ କୃଷିକର୍ମଣ ପୁରସ୍କାର ମିଳିଲାଣି। ଧାନ ଚାଷରେ ବଡ଼ ବଡ଼...

ବର୍ଷା ସତ୍ତ୍ୱେ ତାତି ବଢ଼ୁଛି, ୩୦ ଡିଗ୍ରୀ ଉପରେ ୨୦ ସହର

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲାରେ ବର୍ଷା ଜାରି ରହିଛି। ଶୁକ୍ରବାର ତାଳଚେର, ଅନୁଗୋଳ, ବାରିପଦାରେ ବର୍ଷା ହୋଇଥିବାବେଳେ ଶନିବାର ଉପକୂଳ...

Advertisement
Archives

Model This Week