ରାଜଧାନୀରେ ମାତିଛନ୍ତି ଚୋର ଗ୍ୟାଙ୍ଗ୍‌: ବାଲ୍‌କୋନି କବାଟ ଭାଙ୍ଗି ନେଇଗଲେ ୨୦ଲକ୍ଷ ଟଙ୍କାର ଗହଣା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ଅନ୍ଧାର ବଢ଼ିବାମାତ୍ରେ ଗଳିକନ୍ଦିରୁ ରାଜରାସ୍ତା ସବୁଠି ଅପରାଧୀଙ୍କ ରାଜ୍‌ ଚାଲୁଛି। ଲୋକେ ଶୋଇଯିବା ପରେ କମିଶନରେଟ ପୋଲିସ ବି ଶୋଇଯାଉଛି। ପାଟ୍ରୋଲିଂ ଠିକ୍‌ ହେଉ ନ ଥିବାରୁ ବାରମ୍ବାର ଚୋରି, ଡକାୟତି, ଲୁଟ୍‌, ହତ୍ୟା ଭଳି ଘଟଣା ଘଟୁଛି। ଦୁଇ ରାତିରେ ଭୁବନେଶ୍ୱରରେ ଦୁଇଟି ବଡ଼ ଧରଣର ଚୋରି ହୋଇଛି। ଶୁକ୍ରବାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥନଗରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଗହଣା ଓ ୪୫ହଜାର ଟଙ୍କା ଚୋରି କରିନେଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ବୈରାଗୀ ନଗରରେ ଆଉଏକ ଚୋରି ହୋଇଛି। ଚୋରମାନେ ଏଠାରେ ରହୁଥିବା ଜିତେନ୍ଦ୍ର ଜେନାଙ୍କ ଘର ବାଲ୍‌କୋନି କବାଟ ଭାଙ୍ଗି ୫ଶହ ଗ୍ରାମ ସୁନା ଗହଣା ଓ ନଗଦ ୫୦ହଜାର ଟଙ୍କା ନେଇଯାଇଛନ୍ତି। ଖବର ପାଇ ରବିବାର ସକାଳେ ଜୋନ୍‌-୪ ଏସିପି ରଜତ ରଏ ଓ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ୍‌ ଓ ତଦନ୍ତ ଆରମ୍ଭ କରିଛନ୍ତି। ଜିତେନ୍ଦ୍ରଙ୍କ ଅନୁପସ୍ଥିତିରେ ଉକ୍ତ କୋଠାର ତଳ ମହଲାରେ ରହୁଥିବା ହରିଶଚନ୍ଦ୍ର ଜେନାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୩୨୮/୨୧) ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ଜିତେନ୍ଦ୍ର କିଛିଦିନ ହେବ ଗୁଜରାଟ ଯାଇଥିବାରୁ ଘର ବନ୍ଦ ଥିଲା। ଏଠାରୁ ଚୋରି ପାଇଁ ଚୋର ଗ୍ୟାଙ୍ଗ୍‌ ଟାର୍ଗେଟ କରିଥିଲେ। ଶନିବାର ବିଳମ୍ବିତ ରାତିରେ ବାଲ୍‌କୋନି ପଟ କବାଟ ଭାଙ୍ଗି ଭିତରେ ପଶି ଚୋରି କରି ଚମ୍ପଟ ମାରିଥିଲେ। ସକାଳୁ କବାଟ ଭଙ୍ଗା ହୋଇଥିବା ଓ ଘରର ଆସବାବପତ୍ର ଚାରିଆଡେ ଫୋପଡା ହୋଇଥିବା ଦେଖି ହରିଶଚନ୍ଦ୍ର ଥାନାକୁ ଖବର ଦେଇଥିଲେ।
ଶୁକ୍ରବାର ରାତିରେ ମଧ୍ୟ ସମାନ ଢଙ୍ଗରେ ଜଗନ୍ନାଥନଗର ଲେନ୍‌ ନଂ. ୮ରେ ରହୁଥିବା ଶିବଦତ୍ତ ମହାପାତ୍ରଙ୍କ ଘର ଝରକା ତାଡି ଚୋରି କରିଥିଲେ ଦୁର୍ବୃତ୍ତ। ଶିବଦତ୍ତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଦଶହରା ଛୁଟି ଥିବାରୁ ସେ ବୁଧବାରଠାରୁ ନିଜ ଗାଁକୁ ଚାଲିଯାଇଥିଲେ। ଶନିବାର ସକାଳେ ଗାଁରୁ ଫେରି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କ ଆଲମାରିରୁ ୨ଟି ସୁନା ଚେନ, ୪ ହଳ କାନଫୁଲ ଓ ୬ଟି ମୁଦି ସହ ୪୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏହି ଦୁଇ ଘଟଣାରେ ଅଭିଯୁକ୍ତଙ୍କ ସୁରାକ ପାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri