ବାଣିଜ୍ୟ

କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭% ହ୍ରାସ…

ଇନ୍‌ଷ୍ଟାଗ୍ରାମ ପରେ ଏବେ ସ୍ନାପ୍‌ଚାର୍ଟ ଆଣିଲା ଟିକ୍‌ଟକ୍‌ ଭଳି ଫିଚର; ଏଭଳି କରିବ କାମ

ନୂଆଦିଲ୍ଲୀ,୧୫।୭: ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହୋଇଛି। ଏହାକୁ ନେଇ ଏବେ ଲଗାତାର ଭାବେ ଟିକ୍‌ଟକ୍‌ ଭଳି ସୁବିଧା ଥିବା ଆପ୍‌କୁ ଲଞ୍ଚ କରାଯାଉଛି। ଏହି ରେସ୍‌ରେ ବଡ଼ ବଡ଼ କମ୍ପାନୀ ସାମିଲ ହେଉଛନ୍ତି। ପ୍ରଥମେ ଫେସବୁକ୍‌ ଏବଂ ଗୁଗଲ ପରେ ଏବେ…

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ଖୁବ୍‌ ଦ୍ରୁତବେଗରେ ବୃଦ୍ଧି ପାଇଥିଲା। ତେବେ ଜାଣନ୍ତୁ କେତେ ବୃଦ୍ଧି ପାଇଥିଲା…

କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅଟୋମୋବାଇଲ ବଜାର; ଯାତ୍ରୀବାହୀ ଯାନ ବିକ୍ରି ୪୯.୫୯% ହ୍ରାସ

ନୂଆଦିଲ୍ଲୀ,୧୫।୭: କରୋନା ମହାମାରୀ ପାଇଁ ବଜାର ପ୍ରଭାବିତ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ୨ ମାସରୁ ଅଧିକ ସମୟ ଦେଶକୁ ଲକ୍‌ଡାଉନ କରିବା ଫଳରେ ଦେଶର ଅର୍ଥ ବ୍ୟବସ୍ଥାରେ କାରବାର ଠପ୍‌ ହୋଇଯାଇଛି। ବର୍ତ୍ତମାନ ସଂକ୍ରମଣର ମାତ୍ରା ଅଧିକ ରହିଛି।…

ପାଇକାରୀ ମୁଦ୍ରାସ୍ଫୀତି ୧.୮୧% ହ୍ରାସ

ନୂଆଦିଲ୍ଲୀ,୧୫।୭: ଜୁନ୍‌ ମାସରେ ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି ୧.୮୧% ହ୍ରାସ ଘଟିଛି। ଶକ୍ତି ଏବଂ ଇନ୍ଧନ ଦର ଜୁନରେ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିଛି। ମେ ମାସରେ ଅବସ୍ଫୀତି ଦେଖାଯିବା…

୬୬୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୫।୭: ମଙ୍ଗଳବାର ଦେଶର ପୁଞ୍ଜିବଜାର କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୬୬୧ ପଏଣ୍ଟ ଖସିଥିବା ଜଣାପଡିଛି। ବିଶ୍ୱ ପ୍ରଭାବରେ ଶେୟାର କାରବାର ପ୍ରଭାବିତ ରହିବା ଯୋଗୁ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ କାରବାର…

କମ୍ପୋଜିଶନ ଡିଲରଙ୍କ ରିଟର୍ନ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ ପଇଠ କରିବାକୁ ସକ୍ଷମ ହୋଇପାରିବେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)…

ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି ବିକ୍ରି ପରବର୍ତ୍ତୀ ସର୍ଭିସ ପଦକ୍ଷେପ ଚଳିତ ମାସ ୧୩ରୁ ୨୬ ତାରିଖ ଯାଏ ଅନୁଷ୍ଠିତ…

ଚାଇନା ହୁଓ୍ବାଇକୁ ବ୍ୟାନ୍‌ କଲା ବ୍ରିଟେନ

ଲଣ୍ଡନ,୧୪।୭: ଚାଇନାର ପ୍ରମୁଖ କମ୍ପାନୀ ତଥା ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ରିଟେନ ବ୍ୟାନ୍‌ କରିଛି। ଆମେରିକା ଚାପରେ ବ୍ରିଟେନ ଏଭଳି କରିଥିବା କୁହାଯାଉଛି। ପର୍ଯ୍ୟାୟ ଭିତ୍ତିରେ ନିଜ ଦେଶରୁ ଏହି ଟେକ୍ନୋଲୋଜି କମ୍ପାନୀର କାରବାରକୁ ଦେଶ ମଧ୍ୟରୁ ବାହାର କରିବାକୁ…

ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଏସ୍‌ବିଆଇର ବଡ଼ ଯୋଜନା: ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ

ମୁମ୍ବାଇ,୧୪।୭: କୋଭିଡ୍‌ ଯୋଗୁ ବର୍ତ୍ତମାନ ଅଫିସ କଲ୍‌ଚର ବଦଳିଯାଇଛି। ଲୋକମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରୁଛନ୍ତି। ସଂକ୍ରମଣ ଭୟ ରହୁଥିବାରୁ ଏଭଳି କରାଯାଉଛି। ଲୋକଙ୍କୁ ସେବା ଯୋଗାଣ ଲାଗି ବ୍ୟାଙ୍କ ଖୋଲା ରହୁଥିବା କର୍ମଚାରୀଙ୍କୁ ବ୍ୟାଙ୍କ…

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୭: ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର ଜିଏସ୍‌ଟି ଲାଗିବ ବୋଲି ଜଣାପଡ଼ିଛି। ଜିଏସ୍‌ଟି ବ୍ୟବସ୍ଥାରେ ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(ଏଏଆର୍‌)ର ଗୋଆ…

ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୪।୭: ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟେସ୍‌ଲା ଇଙ୍କ୍‌ର ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲ୍‌ଫାବେଟ୍‌ର ସହପ୍ରତିଷ୍ଠାତା ଲାରି ପେଜ୍‌ଙ୍କୁ ପଛରେ ପକାଇ ମୁକେଶ ଏହି ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?