ନୀରବଙ୍କ ସ୍ତ୍ରୀ ଆମିଙ୍କ ବିରୋଧରେ ଇଣ୍ଟରପୋଲର ଗିରଫ ପରଓ୍ବାନା

ନୂଆଦିଲ୍ଲୀ,୨୬।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ସ୍ତ୍ରୀ ଆମି ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ଗ୍ଲୋବାଲ ଗିରଫ ପରଓ୍ବାନା ଜାରି କରିଛି। ବେଆଇନ ଅର୍ଥ କାରବାର ମାମଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଦେଶର ପ୍ରମୁଖ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ରେଡ୍‌ କର୍ନର ନୋଟିସ ଜାରି କରିବା ଲାଗି ଗ୍ଲୋବାଲ ପୋଲିସକୁ ଅନୁରୋଧ କରିଥିଲା। ଜଣେ ପଳାତକଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେଲେ ଇଣ୍ଟରପୋଲ୍‌ର ସଦସ୍ୟ ଥିବା ୧୯୨ ଦେଶର ପୋଲିସ ସେମାନଙ୍କ ଦେଶରେ ଅଭିଯୁକ୍ତଙ୍କୁ ଅଟକ କିମ୍ବା ଗିରଫ କରିପାରିବେ। ଏହା ପରେ ତାଙ୍କୁ ପ୍ରତ୍ୟପଣ କରିବା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି। ୨୦୧୮ରେ ପିଏନ୍‌ବି ଋଣ ଠକେଇ ମାମଲା ସାମ୍ନାକୁ ଆସିବା ପରେ ଆମି ମୋଦି ଭାରତ ଛାଡ଼ି ପଳାୟନ କରିଥିଲେ। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ)ରେ ଇଡି ନୀରବ ମୋଦିଙ୍କ ସମେତ ତାଙ୍କ ସ୍ତ୍ରୀ ଆମି ମୋଦି ଏବଂ ମାମୁ ମେହୁଲ ଚୋକ୍‌ସିଙ୍କୁ ବ୍ୟାଙ୍କ ଠକେଇର ଅଭିଯୁକ୍ତ ଦର୍ଶାଇ ବର୍ତ୍ତମାନ ତଦନ୍ତ ଚଳାଇଛି। ୪୯ ବର୍ଷୀୟ ନୀରବ ମୋଦି ଲଣ୍ଡନରେ ଗିରଫ ହେବା ପରେ ତାଙ୍କୁ ସେଠାକାର ଏକ ଜେଲରେ ରଖାଯାଇଛି। ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଜାରି ରହିଛି। ମୁମ୍ବାଇର ଏକ ନ୍ୟାୟାଳୟ ନୀରବଙ୍କୁ ପଳାତକ ଆର୍ଥତ୍କ ଅପରାଧୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ତାଙ୍କ ସହ ସମ୍ପୃକ୍ତ ୩୨୯ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ସେହିଭଳି ପିଏନ୍‌ବି ଠକେଇ ମାମଲାରେ ଇଣ୍ଟରପୋଲ ପୂର୍ବରୁ ନୀରବଙ୍କ ସାନଭାଇ ନେହାଲ ମୋଦି ଏବଂ ଭଉଣୀ ପୂର୍ବୀ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?