ମୁକେଶ ଅମ୍ବାନୀଙ୍କ ଠାରୁ ଜୁକରବର୍ଗ: କରୋନା ସମୟରେ ଏହି କୋଟିପତିମାନେ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତୁ…

ପରୋପକାର ପରମଧର୍ମ। ଅର୍ଥାତ୍‌ ଅନ୍ୟର ହିତ ପାଇଁ ଦାନ ହେଉଛି ସବୁଠାରୁ ବଡ଼ ଧର୍ମ। ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ମାତ୍ର ଖୁବ୍‌ କମ୍‌ ଲୋକ ଅଛନ୍ତି, ଯେଉଁମାନେ ଅଭାବୀ ଲୋକଙ୍କୁ ସେମାନଙ୍କ ରୋଜଗାରର କିଛି ଅଂଶ ଦେଇଥାନ୍ତି। କରୋନା ସମୟରେ ଦେଶ ତଥା ବିଦେଶର ଅନେକ ବ୍ୟବସାୟୀ ଅଭାବୀ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଜାଣିବା କିଏ କେତେ ଦାନ କରିଛନ୍ତି।

ଜେଫ ବେଜୋସ ବ୍ଲୁମବର୍ଗ: ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଜେଫ୍‌ ସମୁଦାୟ ୩ ବିଲିୟନ୍‌ ଡଲାର ଦାନ କରିଛନ୍ତି। ଚଳିତବର୍ଷ ତାଙ୍କର ସମ୍ପତ୍ତି ୭୨ ବିଲିୟନ ଡଲାର ବୃଦ୍ଧି ପାଇ ସମୁଦାୟ ୧୮୭ ବିଲିୟନ ଡଲାରରେ ପହଞ୍ଚିଛି।

ବିଲ୍‌ ଗେଟ୍‌ସ: ବିଶ୍ୱର ସବୁଠାରୁ ଧନୀ ତାଲିକାରେ ବିଲ୍‌ ଗେଟ୍‌ସଙ୍କ ସ୍ଥାନ ଦ୍ୱିତୀୟରେ। ସେ ତାଙ୍କର ପୁରା କ୍ୟାରିୟରରେ ୫୦ ବିଲିୟନ ଡଲାର ଦାନ କରିଛନ୍ତି। ଚଳିତବର୍ଷ ତାଙ୍କ ସମ୍ପତି ୭.୫ ବିଲିୟନ୍‌ ଡଲାର ବୃଦ୍ଧି ପାଇଛି ଏବଂ ମୋଟ ସମ୍ପତ୍ତି ୧୨୧ ବିଲିୟନ ଡଲାରରେ ପହଞ୍ଚିଛି।

ମାର୍କ ଜୁକରବର୍ଗ: ଧନୀ ତାଲିକାରେ ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ରହିଛନ୍ତି। କରୋନା ସମୟରେ ତାଙ୍କର ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ଜିଓ ପ୍ଲାଟଫର୍ମରେ ପ୍ରାୟ ୪୪ ହଜାର କୋଟି ଟଙ୍କା ବିନିଯୋଗ କରିଥିଲେ। ଜୁକରବର୍ଗ ୪ ବିଲିୟନ ଡଲାରରୁ ଅଧିକ ଦାନ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୨ ମିଲିୟନ ଡଲାର।

ମୁକେଶ ଅମ୍ବାନୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ କରୋନା ସଙ୍କଟରେ ପିଏମ୍‌ କେୟାର ପାଣ୍ଠିକୁ ୫ଶହ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ କୋଟି ଲେଖାଏ ଦାନ କରିଛନ୍ତି। ଚଳିତବର୍ଷ ତାଙ୍କର ସମ୍ପତ୍ତିରେ ସମୁଦାୟ ୨୨ ବିଲିୟନ ଡଲାଲ ବୃଦ୍ଧି ପାଇଛି। ଏହାକୁ ମିଶାଇ ତାଙ୍କର ମୋଟ ସମ୍ପତ୍ତି ୮୦.୬ ବିଲିୟନ ଡଲାରରେ ପହଞ୍ଚିଛି।

ବର୍ନାର୍ଡ ଅର୍ନୋଲ୍ଡ: ଏହି ତାଲିକାର ୫ମ ସ୍ଥାନରେ ରହିଛନ୍ତି ୟୁରୋପର ବ୍ୟବସାୟୀ ବର୍ନାର୍ଡ ଅର୍ନୋଲ୍ଡ। ଚଳିତ ବର୍ଷ ତାଙ୍କର ସମ୍ପତ୍ତି ମୋଟ ୨୫ ବିଲିୟନ ଡଲାର ହ୍ରାସ ପାଇଛି। ତଥାପି ସେ ମୋଟ ୨୨୬ ମିଲିୟନ ଡଲାର ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଲୁମିନିୟମର ରାଜଧାନୀ ହେବ ଭାରତ’

ଭୁବନେଶ୍ୱର,୧୫।୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ାଠାରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀ-୨୩ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ...

ନୋକିଆ ୫.୩ ର ବିକ୍ରୟ ଆରମ୍ଭ

ନୂଆଦିଲ୍ଲୀ, ୯।୯ : ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ ନୋକିଆର ୫.୩ ମଡେଲ ବିକ୍ରି ଆରମ୍ଭ ହୋଇଛି। ନୋକିଆ ୫.୩ ରେ ଏକ ଏଆଇ-ପରିଚାଳିତ...

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

ଏଚ୍‌-୧ ବି ଭିଜାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ,୧୬।୬: ଏଚ୍‌-୧ବି ଭିଜା ଉପରେ ଲାଗିଥିବା କଟକଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୋଟ ୧୭୪ ଭାରତୀୟ...

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର...

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର...

ଫ୍ୟୁଚର ଗ୍ରୁପ୍‌ର ୨୦୦ଷ୍ଟୋରକୁ ରିଲାଏନ୍ସର ଅଧିଗ୍ରହଣ

ମୁମ୍ବାଇ, ୨୭।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାୟ ୩୦,୦୦୦ ଫ୍ୟୁଚର ରିଟେଲ ଏବଂ ଫ୍ୟୁଚର ଲାଇଫଷ୍ଟାଇଲର କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା...

କୋଇଲାରୁ ଉତ୍ପାଦନ ହେବ ଗ୍ୟାସ୍‌

ନୂଆଦିଲ୍ଲୀ,୧୯।୭: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ...

Advertisement
Archives

Model This Week