ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୧୮୮ ବିଲିୟନ ଡଲାର। ଆମେରିକାର ୧୪୧ ବର୍ଷର ପୂରୁଣା ଖବରକାଗଜ ‘ଦି ଓ୍ବାଶିଂଟନ୍‌ ପୋଷ୍ଟ’ର ମାଲିକ ହେଉଛନ୍ତି ବେଜୋସ୍‌। ଏହି ଖବରକାଗଜକୁ ସେ ୨୩ କୋଟି ଡଲାରରେ କିଣିଥିଲେ। ତେବେ ବେଜୋସ୍‌ଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ନିଆରା। ଜାଣିବା ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ।


ବେଜୋସ୍‌ଙ୍କ ବୟସ ବର୍ତ୍ତମାନ ୫୬। ତେବେ ତାଙ୍କ ନିକଟକୁ ଚାକରି ପାଇଁ ଆସିଥିବା ମାକେଞ୍ଜିଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ୩ ମାସର ପ୍ରେମ ସମ୍ପର୍କ ପରେ ସେମାନେ ୧୯୯୩ରେ ବିବାହ କରିଥିଲେ। ସେହି ସମୟରେ ବେଜୋସ୍‌ ସେତେ ଧନୀ ନ ଥିଲେ। ଉଭୟ ଏକ ଭଡ଼ା ଘରେ ରହୁଥିଲେ। ପରେ ବେଜୋସ୍‌ ଏବଂ ମାକେଞ୍ଜି ଏକାଠି ‘ଆମାଜନ୍‌’ ପ୍ରତିଷ୍ଠା କଲେ। ଯାହାକି ବର୍ତ୍ତମାନ ବିଶ୍ୱର ସର୍ବବୃହତ ଇ-କମର୍ସ ଓ୍ବେବସାଇଟ୍‌ ପାଲଟିଛି। କୁହାଯାଏ ବେଜୋସ୍‌ଙ୍କ ସଫଳତା ପଛରେ ମାକେଞ୍ଜିଙ୍କର ବଡ଼ ହାତ ରହିଛି। ବେଜୋସ୍‌-ମାକେଞ୍ଜିଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ଥିଲା। ବେଜୋସ୍‌ ସବୁବେଳେ ନିଜ ପସନ୍ଦର ପୋଷାକ ମାକେଞ୍ଜିଙ୍କ ପାଇଁ କିଣିଥାନ୍ତି। ଏକ ସାକ୍ଷାତକାରରେ ନିଜେ ବେଜୋସ୍‌ ଏହା କହିଥିଲେ। ସେହିପରି ବେଜୋସ୍‌ ଜଣେ ଉତ୍ତମ ସ୍ବଭାବର ବ୍ୟକ୍ତି ଏବଂ ସେ ଲୋକଙ୍କ ସହ ସାକ୍ଷାତ କରିବାକୁ ବହୁତ ଭଲ ପାଆନ୍ତି ବୋଲି ମାକେଞ୍ଜି କହିଥିଲେ।
ମାକେଞ୍ଜି ପିଲାଟି ଦିନରୁ ଜଣେ ଲେଖିକା ହେବାକୁ ଚାହୁଁଥିଲେ। ପାଠପଢ଼ା ଏବଂ ଲେଖାଲେଖିରେ ଅଧିକାଂଶ ସମୟ ସେ ବିତାଉଥିଲେ। ତେବେ ପିଲାଟିଦିନରୁ ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। କଲେଜ ସମୟରେ ସେ ନିଜର ଫିସ୍‌ ଭରିବା ପାଇଁ ଓ୍ବେଟର ଭାବେ କାମ କରୁଥିଲେ। ତାଙ୍କର ପ୍ରଥମ ପୁସ୍ତକ ପ୍ରସିଦ୍ଧି ଲାଭ କରିଥିଲା। ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।
ଚାହୁଁ ଚାହୁଁ ଆମାଜନ ବିଶ୍ୱର ସର୍ବଶ୍ରେଷ୍ଠ କମ୍ପାନୀ ହୋଇଗଲା। ବେଜୋସ୍‌ଙ୍କ ସମ୍ପତ୍ତି ବୃଦ୍ଧି ପାଇବାକୁ ଲାଗିଲା। ଇତିମଧ୍ୟରେ ତାଙ୍କ ଜୀବନରେ ଆଉ ଜଣେ ମହିଳା ପ୍ରବେଶ କରିଥିଲେ। ସେ ହେଲେ ଲରେନ୍‌ ସାଞ୍ଚେଜ୍‌। ଲରେନ୍‌ ପୂର୍ବରୁ ବିବାହିତା ଥିବାବେଳେ ଜଣେ ପାୟଲଟ୍‌ ଏବଂ ପୂର୍ବତନ ଆଙ୍କର ଥିଲେ। ସେହି ସମୟରେ ଲରେନଙ୍କ ସହ ବେଜୋସ୍‌ଙ୍କ ପ୍ରେମ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ୪ ଅପ୍ରେଲ, ୨୦୧୯ରେ ବେଜୋସ୍‌ ତାଙ୍କ ସ୍ତ୍ରୀ ମାକେଞ୍ଜି ପରସ୍ପରର ସହମତି ଅନୁଯାୟୀ ଛାଡପତ୍ର ଘୋଷଣା କରିଥିଲେ। ଏହି ସମାନ ଦିନରେ ଲରେନ ଏବଂ ତାଙ୍କ ସ୍ବାମୀ କୋର୍ଟରେ ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର ଭାବେ ବିବେଚିତ ହୋଇଛି। ଡେଲଏଟ ପକ୍ଷରୁ ପ୍ରକାଶିତ ଏହି...

୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ଦେବ ଇଓ୍ବାଇ

ନୂଆଦିଲ୍ଲୀ: ପ୍ରଫେଶନାଲ ସର୍ଭିସ ଫାର୍ମ ଇଓ୍ବାଇ ୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ପ୍ରଦାନ କରିବ। କ୍ୟାଲେଣ୍ଡର ବର୍ଷ ୨୦୨୧ ଲାଗି କମ୍ପାନୀ ବିଭିନ୍ନ ଟେକ୍ନୋଲୋଜି ରୋଲ୍‌...

ହୋଣ୍ଡାର ନ୍ୟୁ ଆଡ୍‌ଭାନ୍ସ ଆକ୍ଟିଭା-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ୨ ଚିକିଆ ବ୍ରାଣ୍ଡ୍‌ ‘ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ)ର ନ୍ୟୁ ଆଡଭାନ୍ସ ଆକ୍ଟିଭା ୨୦୨୩ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି...

ଜୟପୁରରେ ସ୍ଥାପନ ହେବ ନୂଆ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର

ନୂଆଦିଲ୍ଲୀ: ଜୟପୁରରେ ଏକ ସ୍ବୟଂକ୍ରିୟ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର ସ୍ଥାପନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନୋଟ୍‌ର ବର୍ଦ୍ଧିତ ପ୍ରଚଳନକୁ...

ଏନ୍‌ବିଏଫ୍‌ସିକୁ ମିଳିବ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୪।୫: ଦେଶର ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସଂସ୍ଥାଗୁଡିକୁ ନଗଦ...

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି।...

ରାଉରକେଲାରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୧୮।୪: କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ମଙ୍ଗଳବାର ଷ୍ଟିଲ୍‌ ସିଟି ରାଉଲକେଲାଠାରେ ଖୋଲିବାକୁ ଯାଉଛି। ବିଶେଷ କରି ରାଉରକେଲା...

ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ...

Advertisement
Archives

Model This Week