ବାଣିଜ୍ୟ

ସ୍ଥାନୀୟ ଇସ୍ପାତ ଶିଳ୍ପକୁ ମିଳିବ ପ୍ରାଥମିକତା

ଭୁବନେଶ୍ୱର,୫।୧୦(ବ୍ୟୁରୋ) ରାଜ୍ୟରେ ରହିଥିବା ଖଣିଗୁଡ଼ିକରେ ଉତ୍ପାଦିତ ଲୁହା ପଥର ରାଜ୍ୟ ବାହାରେ ବିକ୍ରି ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଇସ୍ପାତ ଶିଳ୍ପଗୁଡିକ ଆଶଙ୍କାରେ ରହିଥିଲେ। ଏହି ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ...

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ...

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା...

ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦:  ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୨୩୮୩.୯୯ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ...

ଅଗଷ୍ଟରେ ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ ଆକାଉଣ୍ଟ ନିଷେଧ…

ନୂଆଦିଲ୍ଲୀ,୨।୧୦: ଅଗଷ୍ଟରେ ଭାରତର ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ନିଷେଧ କରାଯାଇଛି। ଏନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୪୨୦ଟି ଅଭିଯୋଗ ମଧ୍ୟ ମିଳିଛି। ହ୍ବାଟସ୍‌ଆପ୍‌ ରିପୋର୍ଟ ଅନୁସାରେ ଅଗଷ୍ଟରେ ୨୦...

ଏୟାର ଇଣ୍ଡିଆକୁ କିଣିବ ଟାଟା

ନୂଆଦିଲ୍ଲୀ,୨।୧୦: କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀର ନିଲାମ ପ୍ରକ୍ରିୟାରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଭାଗ ନେଇଥିବା ବେଳେ ବିଡ୍‌ ଲାଗି ଏହା...

ଖାଉଟି ମୁଣ୍ଡରେ ତେଲ ବୋଝ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୧୦: ନିକଟରେ ଅନୁଷ୍ଠିତ ୪୫ତମ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା। ହେଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ...

ବିଶ୍ୱସନୀୟ ସେବାରେ ୪୯ ବର୍ଷ

ଭୁବନେଶ୍ୱର,୨।୧୦ କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ପାର୍ବଣ ଲାଗି ବ୍ୟବସାୟୀମାନେ ସଜବାଜ ହୋଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଭଲ କାରବାର ଆଶା ରହିଛି।...

୧.୧୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨।୧୦ ଚଳିତ ବର୍ଷ ସେପ୍ଟେମ୍ବରରେ ୧.୧୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ କରାଯାଇଛି। ଏହା ଗତ ୫ ମାସର ସର୍ବାଧିକ ପରୋକ୍ଷ ଟିକସ ଆଦାୟ। ସେହିଭଳି ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ଏହି ଆଦାୟ...

ଓଡ଼ିଶାର ୨୧% ପରିବାର ଏବେ ବି ଏଲ୍‌ପିଜି କନେକ୍ସନ ପାଇନାହାନ୍ତି

ନୂଆଦିଲ୍ଲୀ,୨।୧୦: ଓଡ଼ିଶାର ପ୍ରାୟ ୪୭% ପରିବାର ସେମାନଙ୍କର ପ୍ରାଥମିକ ରୋଷେଇ ଇନ୍ଧନ ଭାବେ ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି)ର ବ୍ୟବହାର କରୁଛନ୍ତି। ରାଜ୍ୟର ୭୯% ଘରେ ଏଲ୍‌ପିଜି ସଂଯୋଗ ରହିଛି। ତେବେ ପ୍ରାୟ ୭୩% ପରିବାର ଏବେ ବି ସ୍ବତନ୍ତ୍ର...

ଇ-କମର୍ସ ସାଇଟରେ ପାର୍ବଣ ଅଫର

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଉପଲକ୍ଷେ ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌, ଫ୍ଲିପ୍‌କାର୍ଟ, ମିଶୋ ଓ ମିନ୍ତ୍ରା ପକ୍ଷରୁ ମେଗା ସେଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ‘ପୂଜା ସପିଙ୍ଗ୍‌ ଉତ୍ସବ’ ଏବଂ ଫ୍ଲିପକାର୍ଟରେ ‘ଆର୍ଟଫର୍ମ...

ଅନ୍‌ଲାଇନରେ ସୁନା କ୍ରୟ ଟ୍ରେଣ୍ଡ

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri