ଏୟାର ଇଣ୍ଡିଆକୁ କିଣିବ ଟାଟା

ନୂଆଦିଲ୍ଲୀ,୨।୧୦: କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀର ନିଲାମ ପ୍ରକ୍ରିୟାରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଭାଗ ନେଇଥିବା ବେଳେ ବିଡ୍‌ ଲାଗି ଏହା ଆଗରେ ରହିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏୟାର ଇଣ୍ଡିଆ ପୁଣି ଥରେ ଟାଟା ନିକଟକୁ ଫେରିବ ବୋଲି ଆଶା କରାଯାଉଛି। ଏୟାର ଇଣ୍ଡିଆ ଲାଗି ଟାଟାସନ୍ସ ବିଡ୍‌ ଲାଭ କରିଥିବା ବ୍ଲୁମବର୍ଗ ନ୍ୟୁଜ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଡ୍‌ରେ ଟାଟା ଆଗୁଆ ରହିଛି। ଏହି କମ୍ପାନୀ ସର୍ବୋଚ୍ଚ ବିଡ୍‌ ଦାଖଲ କରିଥିବା ମଧ୍ୟ ଉଲ୍ଲେଖ ରହିଛି। ଉକ୍ତ ବିମାନ କମ୍ପାନୀର ମାଲିକାନା କାହା ନିକଟକୁ ଯିବ ସେ ନେଇ ଆଗାମୀ କିଛି ଦିନରେ ସରକାର ଚୂଡାନ୍ତ ଘୋଷଣା କରିବେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ରିପୋର୍ଟ ମୁତାବକ, ଡିସେମ୍ବର ଶେଷ ସୁଦ୍ଧା ଏୟାର ଇଣ୍ଡିଆକୁ ଏହାର ନୂଆ ମାଲିକଙ୍କ ହାତକୁ ହସ୍ତାନ୍ତର କରିବାକୁ ସରକାର ଯୋଜନା ରଖିଛନ୍ତି। ଏହି ଡିଲ୍‌ ନେଇ ଚୂଡାନ୍ତ ମଞ୍ଜୁରୀ ମଧ୍ୟ ଲୋଡ଼ା ପଡ଼ିବ। ନିର୍ଦ୍ଦିଷ୍ଟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖଙ୍କୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏବଂ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଆବଶ୍ୟକ ହେବ। କେନ୍ଦ୍ର ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମ ଦାୟିତ୍ୱରେ ରହିଥିବା ରାଷ୍ଟ୍ରାୟତ୍ତ ସମ୍ପତ୍ତି ଏବଂ ପରିଚାଳନା ବିଭାଗ (ଦୀପମ୍‌)ର ସଚିବ ତୁହୀନକାନ୍ତ ପାଣ୍ଡେ କହିଛନ୍ତି, ଏ ସଂକ୍ରାନ୍ତ ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ଆସିନାହିଁ। ଏୟାର ଇଣ୍ଡିଆ ବିଡ୍‌ ହାସଲ କରିବା ନେଇ ମିଡିଆରେ ଯେଉଁ ରିପୋର୍ଟ ଆସିଛି ତାହା ସତ୍ୟ ନୁହେଁ। ସରକାର ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବା ଏବେ ଯାଏ ବାକି ରହିଛି। ତେବେ ଏହି ପ୍ରସଙ୍ଗରେ ଟାଟା ସନ୍ସର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ।
ଟାଟା ଗ୍ରୁପ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛି। କମ୍ପାନୀ ରଖିଥିବା ସର୍ତ୍ତକୁ ସରକାର ଯଦି ଗ୍ରହଣ କରନ୍ତି, ତେବେ ଏୟାର ଇଣ୍ଡିଆ ଋଣର ସର୍ବାଧିକ ୧୫% ଅଂଶ ମଧ୍ୟ ଗ୍ରହଣ କରିବ। ଏ ନେଇ ଟାଟା ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ପ୍ରସ୍ତାବ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। କାରଣ ସରକାର କିମ୍ବା ଟାଟାସନ୍ସ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ସହ ଟାଟାର ଏକ ଦୀର୍ଘ ଇତିହାସ ରହିଛି। ଜେଆର୍‌ଡି ଟାଟା ୨ ଲକ୍ଷ ଟଙ୍କାର ମୂଳ ପୁଞ୍ଜିରେ ଏହାକୁ ଆରମ୍ଭ କରିଥିଲେ। ୧୯୩୨ରେ ଏହା ସେବା ଆରମ୍ଭ କରିଥିଲା। ୧୯୫୩ରେ ଏହାକୁ ଜାତୀୟକରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri