ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୬ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮.୯୮ଟଙ୍କା ଏବଂ ପେଟ୍ରୋଲ ୧୦୩.୨୭ ଟଙ୍କାରେ ବିକ୍ରି ହେଉଛି। ଏପରି କି ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ୫ଥରରେ ୧.୨୩ ଟଙ୍କା ଏବଂ ଡିଜେଲ ୮ଥର ୨.୩୭ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୯.୩୨ ଟଙ୍କା ଓ ପେଟ୍ରୋଲ ୧୦୩.୬୨ ଟଙ୍କାରେ ପହଞ୍ଚତ୍ଛି।
ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୩୯ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ
୫ଥରରେ ୧.୨୫ ଟଙ୍କା ଏବଂ ଡିଜେଲ ୮ଥରରେ ୨.୧୫ ଟଙ୍କା ବଢ଼ିଥିବା ଜଣାପଡିଛି। ସେପ୍ଟେମ୍ବର ୫ରେ ଶେଷ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା। ସେପ୍ଟେମ୍ବର ୨୪ରୁ ଡିଜେଲ ଦର ବୃଦ୍ଧି ପାଇଚାଲିଛି ବୋଲି ତୈଳ ନିଗମ ସୂଚନା ଦେଇଛି।
ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢ଼ି ଯଥାକ୍ରମ ୯୫.୩୧ ଟଙ୍କା, ୯୩.୮୭ ଟଙ୍କା ଏବଂ ୯୮.୪୮ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୧ରୁ ୩୦ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୦.୦୧ ଟଙ୍କା, ୧୦୩.୦୭ ଟଙ୍କା ଏବଂ ୧୦୮.୪୩ ଟଙ୍କାରେ କାରବାର ହେଉଛି।
ଲଗାତର ତୈଳ ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ୧୦୦ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବା ବେଳେ ୨୩ଟି ରାଜ୍ୟରେ ଡିଜେଲ ଦର ମଧ୍ୟ ୯୦ ଟଙ୍କା ଉପରେ ରହିଛି। ଏପରି କି ଦେଶର ୫ ପ୍ରମୁଖ ରାଜ୍ୟ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ମଧ୍ୟ ଡିଜେଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri