ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ବିଶେଷଜ୍ଞମାନେ ଏହି ଚେତାବନୀ ଦେଇଛନ୍ତି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ମୋଟ ୧୩୫ ତାପଜ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ୍‌ ମଧ୍ୟରୁ ୭୨ଟି ପାଖରେ ମାତ୍ର ୩ ଦିନର କୋଇଲା ବଳକା ରହିଛି। ଅର୍ଥାତ୍‌ ଏସବୁ ପ୍ଲାଣ୍ଟ୍‌ କେବଳ ୩ ଦିନ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରିବ।

ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଉଥିବାବେଳେ ଏବଂ ଯୋଗାଣ କମିବାରେ ଲାଗିଛି। ଫଳରେ ଭାରତରେ ମଧ୍ୟ ଅନ୍ଧାର ଘୋଟିବା ଆଶଙ୍କା ଦେଖାଦେଇଛି। ଉତ୍ପାଦନ ସମ୍ପର୍କରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ମନିଟରିଂ ଅନୁଯାୟୀ, ୫୦ଟି କେନ୍ଦ୍ରରେ ୪ ରୁ ୧୦ ଦିନ ପର୍ଯ୍ୟନ୍ତ ମହଜୁଦ୍‌ ରହିଛି।ସେହିପରି ୧୩ଟି ପ୍ଲାଣ୍ଟରେ ୧୦ ଦିନରୁ ଅଧିକ କୋଇଲା ବଳକା ରହିଛି। ଏହା ସହିତ, କରୋନା ମହାମାରୀ ସମୟରେ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଏହା ବ୍ୟତୀତ କୋଇଲା ରପ୍ତାନିରେ ମଧ୍ୟ ସମସ୍ୟା ରହିଛି। ବର୍ତ୍ତମାନ ଦେଶରେ ଦିନକୁ ୪ ବିଲିୟନ ୟୁନିଟ ଚାହିଦା ରହିଛି। ଏପରିସ୍ଥଳେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୬୫ ରୁ ୭୦ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦିତ ହେଉଛି। ତଥ୍ୟ ଅନୁଯାୟୀ, ୨୦୧୯ରେ କୋଭିଡ ସମୟରେ ମାସକୁ ୧୦୬ ବିଲିୟନ ୟୁନିଟ ଚାହିଦା ରହିଥିଲା। ଏବେ ଏହା ମାସକୁ ୧୨୪ ବିଲିୟନ ୟୁନିଟକୁ ବୃଦ୍ଧି ପାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ୧୩୫ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ ଉତ୍ପଦନ ୬୬.୩୫ ପ୍ରତିଶତ ରହିଛି। ଯଦି କୋଇଲା ଅଭାବରୁ ୭୨ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଏ, ତେବେ ଉତ୍ପାଦନ ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇବ। ଏହାଦ୍ୱାରା ଦେଶରେ ଶକ୍ତି ସଙ୍କଟ ଦେଖାଦେଇପାରେ। ଗତ ଦୁଇ ବର୍ଷ ମଧ୍ୟରେ କୋଇଲା ବ୍ୟବହାର ୧୮ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମହଜୁଦ୍‌ ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଇଲା ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କୋଇଲା ସଙ୍କଟର ଆକଳନ ଅଗଷ୍ଟରେ କରାଯାଇଥିଲା। ଅଗଷ୍ଟ ୧ ରେ ସୂଚନା ପ୍ରଦାନ କରାଯାଇଥିଲା ଯେ,ମାତ୍ର ୧୩ ଦିନର କୋଇଲା ବଳକା ରହିଛି। କୋଇଲା ଅଭାବ ଯୋଗୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଉତ୍ପାଦନ କେନ୍ଦ୍ର ପ୍ରଭାବିତ ହୋଇଛି। ଏହି କାରଣରୁ, ଅଗଷ୍ଟ ମାସର ଶେଷ ସପ୍ତାହରେ ବିଦ୍ୟୁତ୍‌ ଉତ୍ପାଦନ ୧୩,୦୦୦ ମେଗାୱାଟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବବର୍ଗଙ୍କ ନିଆରା ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ, ସଭିଏଁ କରୁଛନ୍ତି ପ୍ରଶଂସା…

ମିରଟ,୩୦।୭ : ଦେଶରେ ସଡକ ସୁରକ୍ଷା ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଯୁବ ଗୋଷ୍ଠୀ ଅନନ୍ୟ ଉପାୟ ମାଧ୍ୟମରେ ସେମାନଙ୍କ କାର୍ଯ୍ୟରେ...

ମାଲ୍ୟାଙ୍କ ପ୍ରତ୍ୟର୍ପଣ: ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବ୍ରିଟେନରେ ବର୍ତ୍ତମାନ ପ୍ରତ୍ୟର୍ପଣ ଲାଗି ପ୍ରକ୍ରିୟା ଜାରି ରହିଛି। ଏହି ମାମଲା ବର୍ତ୍ତମାନ ଝୁଲି...

୯.୧ ଲକ୍ଷ କୋଟିକୁ ଖସିପାରେ ଏନ୍‌ପିଏ

ନୂଆଦିଲ୍ଲୀ, ୪-୯: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଆର୍ଥତ୍କ ବର୍ଷ ୨୦୧୯-୨୦ରେ ୯.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିପାରେ।୨୦୧୯ ମାର୍ଚ୍ଚ ୩୧...

ଝାରସୁଗୁଡ଼ା ଖିମ୍‌ଜୀ ଷ୍ଟୋର୍‌ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୧୧।୯ ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ତଥା ଖିମ୍‌ଜୀ ଜୁଏଲର୍ସର ଝାରସୁଗୁଡାସ୍ଥିତ ସରବାହାଲ୍‌ ରୋଡ୍‌ ମାରଓ୍ବାଡ଼ିପଡ଼ା ଏକ୍ସକ୍ଲୁସିଭ ଷ୍ଟୋର୍‌ର ୨ୟ ବର୍ଷିକୀ ଉତ୍ସବ...

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ...

ପ୍ରବଳ ତାତିରେ ବିଦ୍ୟୁତ୍‌ ସଙ୍କଟ ଘନେଇଲା, ରେଳବାଇ ନେଲା ନୂଆ ପଦକ୍ଷପ …

ନୂଆଦିଲ୍ଲୀ, ୨୮।୪ : ଦେଶର ତାତି ଲଗାତାର ବୃଦ୍ଧି ପାଉଥିବାବେଳେ ବହୁ ସ୍ଥାନରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ ହେଉଥିବାରୁ ଅସହ୍ୟ ତାତିରେ ଲୋକେ...

ଟଙ୍କା ବର୍ଷା କରିବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଲେ ବାବା, ପରେ ଅବସ୍ଥା ହେଲା ଏମିତି

ପୁଣେ,୩୧।୩: ମହାରାଷ୍ଟ୍ରର ପୁଣେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ବାବା ଜଣଙ୍କ ଦୁଇ ହଜାର ଟଙ୍କା ବର୍ଷା କରିବା ନାଁରେ ଲୋକଙ୍କଠାରୁ...

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୧୫ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଏଥର ମାତ୍ର ୨୪ ହଜାର...

Advertisement
Archives

Model This Week