ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ବିଶେଷଜ୍ଞମାନେ ଏହି ଚେତାବନୀ ଦେଇଛନ୍ତି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ମୋଟ ୧୩୫ ତାପଜ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ୍‌ ମଧ୍ୟରୁ ୭୨ଟି ପାଖରେ ମାତ୍ର ୩ ଦିନର କୋଇଲା ବଳକା ରହିଛି। ଅର୍ଥାତ୍‌ ଏସବୁ ପ୍ଲାଣ୍ଟ୍‌ କେବଳ ୩ ଦିନ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରିବ।

ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଉଥିବାବେଳେ ଏବଂ ଯୋଗାଣ କମିବାରେ ଲାଗିଛି। ଫଳରେ ଭାରତରେ ମଧ୍ୟ ଅନ୍ଧାର ଘୋଟିବା ଆଶଙ୍କା ଦେଖାଦେଇଛି। ଉତ୍ପାଦନ ସମ୍ପର୍କରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ମନିଟରିଂ ଅନୁଯାୟୀ, ୫୦ଟି କେନ୍ଦ୍ରରେ ୪ ରୁ ୧୦ ଦିନ ପର୍ଯ୍ୟନ୍ତ ମହଜୁଦ୍‌ ରହିଛି।ସେହିପରି ୧୩ଟି ପ୍ଲାଣ୍ଟରେ ୧୦ ଦିନରୁ ଅଧିକ କୋଇଲା ବଳକା ରହିଛି। ଏହା ସହିତ, କରୋନା ମହାମାରୀ ସମୟରେ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଏହା ବ୍ୟତୀତ କୋଇଲା ରପ୍ତାନିରେ ମଧ୍ୟ ସମସ୍ୟା ରହିଛି। ବର୍ତ୍ତମାନ ଦେଶରେ ଦିନକୁ ୪ ବିଲିୟନ ୟୁନିଟ ଚାହିଦା ରହିଛି। ଏପରିସ୍ଥଳେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୬୫ ରୁ ୭୦ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦିତ ହେଉଛି। ତଥ୍ୟ ଅନୁଯାୟୀ, ୨୦୧୯ରେ କୋଭିଡ ସମୟରେ ମାସକୁ ୧୦୬ ବିଲିୟନ ୟୁନିଟ ଚାହିଦା ରହିଥିଲା। ଏବେ ଏହା ମାସକୁ ୧୨୪ ବିଲିୟନ ୟୁନିଟକୁ ବୃଦ୍ଧି ପାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ୧୩୫ ବିଦ୍ୟୁତ୍‌ କେନ୍ଦ୍ରରେ ମୋଟ ଉତ୍ପଦନ ୬୬.୩୫ ପ୍ରତିଶତ ରହିଛି। ଯଦି କୋଇଲା ଅଭାବରୁ ୭୨ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଏ, ତେବେ ଉତ୍ପାଦନ ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇବ। ଏହାଦ୍ୱାରା ଦେଶରେ ଶକ୍ତି ସଙ୍କଟ ଦେଖାଦେଇପାରେ। ଗତ ଦୁଇ ବର୍ଷ ମଧ୍ୟରେ କୋଇଲା ବ୍ୟବହାର ୧୮ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମହଜୁଦ୍‌ ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଇଲା ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କୋଇଲା ସଙ୍କଟର ଆକଳନ ଅଗଷ୍ଟରେ କରାଯାଇଥିଲା। ଅଗଷ୍ଟ ୧ ରେ ସୂଚନା ପ୍ରଦାନ କରାଯାଇଥିଲା ଯେ,ମାତ୍ର ୧୩ ଦିନର କୋଇଲା ବଳକା ରହିଛି। କୋଇଲା ଅଭାବ ଯୋଗୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଉତ୍ପାଦନ କେନ୍ଦ୍ର ପ୍ରଭାବିତ ହୋଇଛି। ଏହି କାରଣରୁ, ଅଗଷ୍ଟ ମାସର ଶେଷ ସପ୍ତାହରେ ବିଦ୍ୟୁତ୍‌ ଉତ୍ପାଦନ ୧୩,୦୦୦ ମେଗାୱାଟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri