ଅଗଷ୍ଟରେ ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ ଆକାଉଣ୍ଟ ନିଷେଧ…

ନୂଆଦିଲ୍ଲୀ,୨।୧୦: ଅଗଷ୍ଟରେ ଭାରତର ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ନିଷେଧ କରାଯାଇଛି। ଏନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୪୨୦ଟି ଅଭିଯୋଗ ମଧ୍ୟ ମିଳିଛି। ହ୍ବାଟସ୍‌ଆପ୍‌ ରିପୋର୍ଟ ଅନୁସାରେ ଅଗଷ୍ଟରେ ୨୦ ଲକ୍ଷ ୭୦ ହଜାର ଆକାଉଣ୍ଟ ଉପରେ ଆବଶ୍ୟକ ପ୍ରତିବନ୍ଧକ ଲଗାଯାଇଛି।

ମିଳିଥିବା ୪୨୦ ଅଭିଯୋଗ ମଧ୍ୟରେ ୧୦୫ଟି ଆକାଉଣ୍ଟ ସପୋର୍ଟ ଥିବାବେଳେ ୨୨୨ଟି ବ୍ୟାନ୍‌ ଅପିଲ୍‌, ଅନ୍ୟାନ୍ୟ ସପୋର୍ଟ ୩୪ଟି, ପ୍ରଡକ୍ଟ ସପୋର୍ଟ ୪୨ଟି ଏବଂ ସୁରକ୍ଷା ସମ୍ପର୍କିତ ୧୭ଟି ଅଭିଯୋଗ ରହିଛି। ସେହିପରି ୪୧ ଟି ଅକାଉଣ୍ଟକୁ ଅକ୍ସନ କରାଯାଇଛି।

ଏହା ପୂର୍ବରୁ ଜୁନ୍‌ ୧୬ରୁ ଜୁଲାଇ ୩୧ ମଧ୍ୟରେ ୩ ନିୟୁତରୁ ଅଧିକ ଆକାଉଣ୍ଟକୁ ନିଷେଧ କରାଯାଇଥିଲା। ଏହା ସହିତ ୫୯୪ ଅଭିଯୋଗ ମଧ୍ୟ ମିଳିଥିଲା ବୋଲି ହ୍ବାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରତିମାସରେ ବିଶ୍ୱସ୍ତରରେ ହ୍ବାଟସ୍‌ଆପ୍‌ ପକ୍ଷରୁ ୮ ନିୟୁତରୁ ଅଧିକ ଅକାଉଣ୍ଟକୁ ବ୍ୟାନ୍‌ କରାଯାଇଥାଏ। ଏହି ପ୍ଲାଟଫର୍ମର ଅପବ୍ୟବହାର ରୋକା ଯିବା ପାଇଁ ପ୍ରତିଷେଧକ ପଦକ୍ଷେପ ଅନ୍ତର୍ଗତ ଏଭଳି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri