ଓଡ଼ିଶାର ୨୧% ପରିବାର ଏବେ ବି ଏଲ୍‌ପିଜି କନେକ୍ସନ ପାଇନାହାନ୍ତି

ନୂଆଦିଲ୍ଲୀ,୨।୧୦: ଓଡ଼ିଶାର ପ୍ରାୟ ୪୭% ପରିବାର ସେମାନଙ୍କର ପ୍ରାଥମିକ ରୋଷେଇ ଇନ୍ଧନ ଭାବେ ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି)ର ବ୍ୟବହାର କରୁଛନ୍ତି। ରାଜ୍ୟର ୭୯% ଘରେ ଏଲ୍‌ପିଜି ସଂଯୋଗ ରହିଛି। ତେବେ ପ୍ରାୟ ୭୩% ପରିବାର ଏବେ ବି ସ୍ବତନ୍ତ୍ର ଭାବେ କିମ୍ବା ତାହାକୁ ଏଲ୍‌ପିଜି ସହ ବ୍ୟବସ୍ଥିତ କରି, କଠିନ ଇନ୍ଧନର ବ୍ୟବହାର ଜାରି ରଖିଛନ୍ତି। ଏହି ଫଳାଫଳଗୁଡିକ ଓଡିଶାର ୬ଟି ଜିଲାର ପ୍ରାୟ ୬୦୦ ପରିବାରରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଆଧାରିତ। ଜାଳେଣି କାଠ, ଗୋବର ଘସି, କୃଷି ଅବଶିଷ୍ଟାଂଶ ଓ କୋଇଲା ଆଦି କଠିନ ଇନ୍ଧନଗୁଡିକୁ ରୋଷେଇ ପାଇଁ ବ୍ୟବହାର କରିବା ଦ୍ୱାରା ଏଭଳି ଘରଗୁଡିକ ପାଇଁ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣକୁ ବୃଦ୍ଧି ପାଉଛି ବୋଲି ସିଇଇଡବ୍ଲ୍ୟୁର ଫଳାଫଳ ଇଣ୍ଡିଆ ରେସିଡେନ୍ସିଆଲ ଏନର୍ଜି ସର୍ଭେ (ଆଇଆର୍‌ଇଏସ୍‌) ୨୦୨୦ରୁ ଏହା ଜଣାପଡିଛି। ଏହି ସର୍ଭେ ଇନିସିଏଟିଭ୍‌ ଫର୍‌ସଷ୍ଟେନେବୁଲ ଏନର୍ଜି ପଲିସି (ଆଇଏସ୍‌ଇପି) ସହ ସହଭାଗିତାରେ ପରିଚାଳିତ ହୋଇଥିଲା।
ଓଡିଶାରେ ଏଲ୍‌ପିଜି କଭରେଜ୍‌ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଉନ୍ନତ ରହିଛି। ମାତ୍ର ଏହା ଅନ୍ୟ ୧୫ ଟି ଆଇଆର୍‌ଇଏସ୍‌ ରାଜ୍ୟ ଗୁଡିକ ତୁଳନାରେ ଖରାପ ରହିଛି। ଏହି ଅଧ୍ୟୟନ ମୁତାବକ ମୁଖ୍ୟତଃ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ଏଲ୍‌ପିଜି କଭରେଜ୍‌ ଖୁବ୍‌ କମ୍‌ ରହିଛି। ସୁନ୍ଦରଗଡର ପ୍ରାୟ ୫୦% ପରିବାର ଏବଂ ଦେବଗଡ଼ରେ ଏକ ଚତୁର୍ଥାଂଶ ପରିବାର ରୋଷେଇ ପାଇଁ କେବଳ କଠିନ ଇନ୍ଧନର ବ୍ୟବହାର କରୁଛନ୍ତି। ଓଡିଶାର ୨୧% ପରିବାର ଏବେ ବି ଏଲ୍‌ପିଜି କନେକ୍ସନ ପାଇନାହାନ୍ତି।
ସୁନ୍ଦରଗଡ ଓ ଦେବଗଡ଼ ଭଳି ଜିଲା, ଯେଉଁଠାରେ ଏଲ୍‌ପିଜି ବ୍ୟବହାର ବହୁତ କମ୍‌ ରହିଛି, ତାହା ସ୍ବତନ୍ତ୍ର ଧ୍ୟାନ ଆବଶ୍ୟକ କରୁଛି। ନୀତି ନିର୍ମାଣକାରୀମାନେ ଉପଭୋକ୍ତାମାନଙ୍କୁ କଠିନ ଇନ୍ଧନ ବ୍ୟବହାରରୁ ଦୂରେଇବା ପାଇଁ ଏଲ୍‌ପିଜି ରିଫିଲ୍‌ ସବ୍‌ସିଡିର ପୁନଃସ୍ଥାପନକୁ ପ୍ରାଥମିକତା ଦେବା ଉଚିତ। କଠିନ ଇନ୍ଧନ ସହ ଏଲ୍‌ପିଜିର ବ୍ୟବହାର କରୁଥିବା ଓଡିଶାର ୭୧% ପରିବାର ସିଲିଣ୍ଡରର ଉଚ୍ଚ ଦରକୁ ଇନ୍ଧନର କମ୍‌ ବ୍ୟବହାର ପାଇଁ ସେମାନଙ୍କର ଅନ୍ୟତମ କାରଣ ବୋଲି ଦର୍ଶାଇଛନ୍ତି। ଏଲ୍‌ପିଜି ମୂଲ୍ୟରେ ଜାରି ରହିଥିବା ବୃଦ୍ଧି ପ୍ରସଙ୍ଗରେ ଏହି ଫଳାଫଳ ଗୁରୁତ୍ୱପୂର୍ଣ୍ଣ ଅଟେ। ଯାହାକି ଗତ ଏକ ବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୨୪୦ଟଙ୍କା ବୃଦ୍ଧି (୪୦% ବୃଦ୍ଧି) ପାଇଛି। ମହାମାରୀ ସମୟରେ କମ୍‌ ପାରିବାରିକ ଆୟ ଏବଂ ମେ’ ୨୦୨୦ରେ ଏଲ୍‌ପିଜି ସବ୍‌ସିଡିକୁ ସ୍ଥଗିତ ରଖିବା ଜନସଂଖ୍ୟାର ଏକ ନିର୍ଦ୍ଧିଷ୍ଟ ବର୍ଗ ପାଇଁ ଏଲ୍‌ପିଜିକୁ ଅଣସୁଲଭ କରିଛି। ଏଲ୍‌ପିଜିର କମ୍‌ ବ୍ୟବହାର ପାଇଁ ଅନ୍ୟ କାରଣଗୁଡିକ ମଧ୍ୟରେ ଚୁଲାରେ ରୋଷେଇ କରିବାର ପସନ୍ଦ, ମାଗଣା ଜୈବଇନ୍ଧନର ଉପଲବ୍ଧତା ଓ ଏଲ୍‌ପିଜି ରିଫିଲ୍‌ର ସୀମିତ ଉପଲବ୍ଧତା ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri